Posted inଖେଳ

ପରାଜୟରୁ ଓଏଫ୍‌ସିର ଅଭିଯାନ

କୋକ୍ରାଝର୮ା୮: ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୧୩୨ ତମ ସଂସ୍କରଣରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ଆସାମସ୍ଥିତ କୋକ୍ରାଝରରେ ଖେଳା ଯାଇଥିବା ମ୍ୟାଚରେ ଇଣ୍ଡିଆନ୍‌ ଆର୍ମି ୧-୦ ଗୋଲରେ ଓଏଫ୍‌ସିକୁ ପରାସ୍ତ କରିଛି। ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ଲିଟନ୍‌ ଶିଲ୍‌ ଏକମାତ୍ର ଗୋଲ ସ୍କୋର କରିଥିଲେ। ପ୍ରଥମ ସଂସ୍କରଣର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିବା ଓଏଫ୍‌ସି ଚଳିତ ଟୁର୍ନାମେଣ୍ଟ ପାଇଁ ଏହାର ରିଜର୍ଭ ଦଳ ପଠାଇଥିବା ବେଳେ ଇଣ୍ଡିଆନ୍‌ ଆର୍ମି ପ୍ରଥମ ମିନିଟରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା।
ମ୍ୟାଚ୍‌ର ପ୍ରଥମ ମିନିଟରୁ ଇଣ୍ଡିଆନ୍‌ ଆର୍ମି ଆକ୍ରମଣାତ୍ମକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମ ମିନିଟରେ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ରାହୁଲ ରାମକ୍ରିଷ୍ଣନ୍‌ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର କିଛି ମିନିଟ ମଧ୍ୟରେ କ୍ରିଷ୍ଟୋଫର କେମେଇ ପ୍ରୟାସ କରିଥିବା ବେଳେ ଓଏଫ୍‌ସି ଗୋଲକିପର ନୀରଜ କୁମାର ଏହାକୁ ପଣ୍ଡ କରି ଦେଇଥିଲେ। ଇଣ୍ଡିଆନ୍‌ ଆର୍ମି ଚାପ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ବେଳେ ଉଭୟ ଦଳ କିନ୍ତୁ ସ୍କୋର କରିବାରେ ବିଫଳ ହୋଇଥିଲେ। ୪୨ତମ ମିନିଟରେ ସମୀର ମୁର୍ମୁଙ୍କ ପାଶ୍‌କୁ ଗୋଲରେ ପରିଣତ କରିଥିଲେ ଲିଟନ୍‌ ଶିଲ୍‌।
ଦ୍ୱିତୀୟାର୍ଦ୍ଧରେ ଓଏଫ୍‌ସି ପକ୍ଷରୁ ଆକ୍ରମଣାତ୍ମକ ପ୍ରଦର୍ଶନ ସହିତ ଗୋଲ ପରିଶୋଧର ପ୍ରୟାସ କରାଯାଇଥିଲା। ତେବେ ଅଭିଜ୍ଞ ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ଖେଳକୁ ଧିମା କରାଯିବାକୁ ପ୍ରୟାସ କରାଯାଇଥିଲା। ୭୭ତମ ମିନିଟରେ ଲିଟନ ଓଏଫ୍‌ସି ଡିଫେଣ୍ଡର ଟଙ୍କଧର ବାଗଙ୍କୁ ଫାଉଲ ମାରି ରେଡ କାର୍ଡ ପାଇଥିଲେ। ଓଏଫ୍‌ସି ପକ୍ଷରୁ ଗୋଲ ପରିଶୋଧର ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri