Posted inଖେଳ

କ୍ରିଷ୍ଣାଙ୍କ ଡବଲରେ ଓଏଫ୍‌ସି ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସିଜନରେ ଓଡ଼ିଶାର ଏଫ୍‌ସିର ଚମତ୍କାର ପ୍ରଦର୍ଶନ ବଜାୟ ରହିଛି। ରୟ କ୍ରିଷ୍ଣାଙ୍କ ଡବଲ ଗୋଲ ବଳରେ ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ ୪-୧ ଗୋଲରେ ପରାସ୍ତ କରିଛି। ଫଳରେ ୧୨ ମ୍ୟାଚରୁ ୭ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ଦଳ ୨୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବ ମ୍ୟାଚରେ ଓଏଫ୍‌ସି ୧-୦ ଗୋଲରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା। କେରଳ ବ୍ଲାଷ୍ଟର୍ସ ୧୨ ମ୍ୟାଚରୁ ୨୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।
କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶା ଏଫ୍‌ସି ପ୍ରଭାବୀ ପ୍ରଦର୍ଶନ କରିଥିଲା। ଜାମସେଦପୁର ଏଫ୍‌ସିର ତାଚିକାଓ୍ବା ୨୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ମାତ୍ର ଦଳର ଏହି ଖୁସି ଅଧିକ ସମୟ ତିଷ୍ଠିପାରି ନ ଥିଲା। ୨୭ତମ ମିନିଟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଇସାକ୍‌ ଭନଲାଲରୁଆତଫେଲା ଗୋଲ ପରିଶୋଧ କରି ଦେଇଥିଲେ। ଏହାପରେ କମାଲ ଦେଖାଇଥିଲେ ରୟ କ୍ରିଷ୍ଣା ଓ ଡିଏଗୋ ମୌରିସିଓ। ୩୬ତମ ମିନିଟରେ କ୍ରିଷ୍ଣା ଏକ ଗୋଲ ଦେଇ ଓଏଫ୍‌ସିକୁ ଅଗ୍ରଣୀ କରିଥିଲେ। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୪୫+୨ ମିନିଟରେ ଜାମସେଦପୁର ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ଏଫ୍‌ସିକୁ ପେନାଲ୍ଟି ମିଳିଥିଲା। ମୌରିସିଓ ଏହାକୁ ଗୋଲରେ ପରିଣତ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୪୫+୩ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲଟି ଦେଇ ଜାମସେଦପୁର ଏଫ୍‌ସିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ମ୍ୟାଚ ବେଶ୍‌ ରୋମାଞ୍ଚ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାମସେଦପୁର ପକ୍ଷରୁ ହୋଇଥିବା ଆକ୍ରମଣକୁ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ଦକ୍ଷତାର ସହ ପ୍ରତିହତ କରିଥିଲେ। ମ୍ୟାଚର ୬୫ ପ୍ରତିଶତ ସମୟରେ ବଲ୍‌ ଓଡ଼ିଶା ଏଫ୍‌ସି ନିୟନ୍ତ୍ରଣରେ ରହିଥିଲା। ଏଠାରେ ବିଜୟ ଫଳରେ ବ୍ରେକ୍‌ରେ ଯିବା ପୂର୍ବରୁ ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ଅତ୍ମବିଶ୍ୱାସ ବହୁ ପରିମାଣରେ ବୃଦ୍ଧି ପାଇଛି। ଗୁଆହାଟୀରେ ନର୍ଥଇଷ୍ଟ ୟୁନାଇଟେଡ ଓ ଏଫ୍‌ସି ଗୋଆ ମ୍ୟାଚ ସହିତ ଆଇଏସ୍‌ଏଲ୍‌ର ବ୍ରେକ୍‌ ଅବଧି ଆରମ୍ଭ ହୋଇଛି। କାତାରରେ ଭାରତ ଏଏଫ୍‌ସି ଏସିଆନ କପ୍‌ରେ ଭାଗ ନେବାକୁ ଯାଉଥିବାରୁ ଭାରତୀୟ ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବ୍ୟସ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri