Posted inଖେଳ

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ ସହ ଘରୋଇ ଦଳ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଏଥିସହ ଦଳ ନକ୍‌ଆଉଟକୁ ଯୋଗ୍ୟତା ହାସଲ କରିବା ଦ୍ୱାରରେ ପହଞ୍ଚତ୍ ଯାଇଛି।
ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲା ଓଡ଼ିଶା ଏଫ୍‌ସି। ପ୍ରଥମ ୩୦ ମିନିଟରେ ଇଣ୍ଟର କାଶି ଯଦିଓ ଭଲ ଚ୍ୟାଲେଞ୍ଜ ଦେଇଥିଲା ତେବେ ମ୍ୟାଚ ଆଗେଇବା ସହ ଅଭିଜ୍ଞତାର ଉପଯୋଗ କରି ଓଡ଼ିଶା ଏଫ୍‌ସି ଖେଳାଳିମାନେ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ। ୩୬ତମ ମିନିଟରେ ପ୍ରଥମ ୟେଲୋ କାର୍ଡ ପାଇଥିଲେ ଓଡ଼ିଶା ଏଫ୍‌ସିର ପ୍ରିନ୍ସେଣ୍ଟନ ରେବେଲୋ। ତେବେ ପ୍ରଥମାର୍ଦ୍ଧ ହୁଇସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ୪୫ତମ ମିନିଟରେ ଲାଲଥଥଙ୍ଗା ଖାଲରିଙ୍ଗ ଗୋଲ ଦେଇ ଘରୋଇ ଦଳକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍‌ ୬୦ତମ ମିନିଟରେ ଡିଏଗୋ ମୌରିସିଓ ମାଚାଡୋ ଡି ବ୍ରିଟୋ ଆଉ ଏକ ଗୋଲ ଦେଇ ଓଡ଼ିଶା ଏଫ୍‌ସି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଫାଉଲ ମାରିବା ଯୋଗୁ ଇଣ୍ଟର କାଶିର ଅନିଲ ଚଓ୍ବନ ୭୫ତମ ମିନିଟରେ ୟେଲୋ କାର୍ଡ ପାଇଥିଲେ। ଏଥିପାଇଁ ରେଫରିଙ୍କ ସହ ଯୁକ୍ତିତର୍କ ଯୋଗୁ ତାଙ୍କୁ ଦ୍ୱିତୀୟ ୟେଲୋ ଓ ରେର୍ଡ କାର୍ଡ ଦିଆଯାଇ ପଡ଼ିଆରୁ ବାହାର ପଥ ଦେଖାଇ ଦିଆ ଯାଇଥିଲା। ୭୯ତମ ମିନିଟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ତୃତୀୟ ଗୋଲଟି ଦେଇଥିଲେ ଇସାକ ଭାନଲାଲରୁଆଟଫେଲା। ପୂରା ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଡିଏଗୋ ମୌରିସିଓଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଫର୍ନାଣ୍ଡିସଙ୍କ ଗୋଲରେ ଗୋଆ ବିଜୟୀ

ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଏଫ୍‌ସି ଗୋଆ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ୯୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ମାତ୍ର ଇଞ୍ଜୁରି ଟାଇମ୍‌ରେ ଗୋଆକୁ ଭାଗ୍ୟଦେବୀ ସହାୟ ହୋଇଥିଲେ। ୯୦+୪ ମିନିଟରେ ବ୍ରିସନ ଦୁବେନ ଫର୍ନାଣ୍ଡିଜ ଏକ ଗୋଲ ଦେଇ ଗୋଆ ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଗୋଲ ପରିଶୋଧ ପାଇଁ ଆଉ ସମୟ ନ ଥିଲା। ଫଳରେ ଗୋଆ ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁ ଦଳର ୨ ଖେଳାଳି ହର୍ଷ ଶୈଲେଶ୍‌ ପତ୍ରି ଓ ସ୍ଲାଭ୍‌କୋ ଡମ୍‌ଜାନୋଭିଚ୍‌ ୟେଲୋ କାର୍ଡ ପାଇଥିଲେ। ୨ ମ୍ୟାଚରୁ ୨ ବିଜୟ ସହ ଗୋଆ ୬ ପଏଣ୍ଟରେ ପହଞ୍ଚତ୍ ଯାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍‌ସି ଖେଳିଥିବା ୨ଟି ଯାକ ମ୍ୟାଚ ହାରିଥିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିବା ନିଶ୍ଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri