ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା ସହିତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍‌ସି ନିଜର ଚତୁର୍ଥ ମ୍ୟାଚ ଖେଳୁଥିବା ବେଳେ ଅପରାଜେୟ ରହିଛି। ଉଭୟ ଦଳ ୪-୩-୩ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇଥିଲେ। ଘରୋଇ ଦର୍ଶକଙ୍କ ସମର୍ଥନରେ ଖେଳୁଥିବା ଓଏଫ୍‌ସି ମ୍ୟାଚର ୫୯ %ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଓଏଫ୍‌ସି ଆରମ୍ଭରୁ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ପ୍ରଥମାର୍ଦ୍ଧର ୨୪ ତମ ମିନିଟରେ ଓଡ଼ିଶାର ଫରଓ୍ବାର୍ଡ ନନ୍ଦକୁମାର ଶେଖର ପ୍ରଥମ ଗୋଲ ସ୍କୋର କରିଥିଲେ। ଡିଏଗୋ ମରିସିଓଙ୍କ ଏକ କ୍ରସ୍‌ ବାହାରକୁ ଯାଉଥିବା ବେଳେ ଏକ ଚମତ୍କାର ସ୍ଲାଇଡ୍‌ ସହିତ ଏହାକୁ ଦିଗ ଦେଖାଇଥିଲେ ନନ୍ଦକୁମାର। ଏହି ଗୋଲ ସହିତ ଓଏଫ୍‌ସି ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ନର୍ଥଇଷ୍ଟ ପକ୍ଷରୁ ଆକ୍ରମଣ କରାଯିବା ସହିତ ୬୦ତମ ମିନିଟରେ ପ୍ରଥମ ଗୋଲ ପରିଶୋଧ କରାଯାଇଥିଲା। ରୋଛରଜେଲା ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଡାହାଣ ପଟରୁ ଇମ୍ରାନ ଖାନଙ୍କ କ୍ରସ୍‌କୁ ପୋଷ୍ଟ ମଧ୍ୟକୁ ପଠାଇବା ସହିତ ଓଏଫ୍‌ସି ଗୋଲରକ୍ଷକ ଅମରିନ୍ଦର ସିଂଙ୍କୁ ପରାସ୍ତ କରିଥିଲେ ରୋଛରଜେଲା। ନର୍ଥଇଷ୍ଟ ୟୁନାଇଟେଡ୍‌ ପ୍ରଥମ ପଏଣ୍ଟ ଆଡକୁ ଅଗ୍ରସର ହେଉଥିବା ବେଳେ ଜେରି ମାହ୍ବିମିଙ୍ଗଥଙ୍ଗା ସ୍କୋର କରିଥିଲେ ନିର୍ଣ୍ଣାୟକ ଗୋଲ। ବକ୍ସ ବାହାରୁ ସଲ୍‌ କ୍ରେସ୍ପୋଙ୍କ ପାଶକୁ ଗୋଲରେ ପରିଣତ କରିବା ସହିତ ଜେରି ଓଡ଼ିଶାକୁ ବିଜୟୀ କରିଥିଲେ। ଏହି ବିଜୟ ସହିତ ଓଏଫ୍‌ସି ୮ ମ୍ୟାଚରୁ ୧୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri