ସୁରଟରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

କାକଟପୁର,୩।୯(ଡି.ଏନ୍‌.ଏ.): ଗୁଜରାଟର ସୁରଟରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ କେତେଜଣ ଯୁବକ ଏକ ଘରେ ରଖି ନୃଶଂସ ଭାବେ ମାଡ଼ ମାରୁଥିବାର ଅଭିଯୋଗ ହେଉଛି। ଆକ୍ରମଣ ସମୟର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ପୁରୀ ଜିଲା କାକଟପୁର ବ୍ଲକ ଅଧୀନ ଶ୍ରୀରାମପୁର ଗ୍ରାମର ମୁନ୍ନା ଦାସ। ଆକ୍ରମଣ ସମୟର ଭିଡିଓ ମୁନ୍ନାଙ୍କ ପରିବାର ଲୋକ ଦେଖିବା ପରେ ପୁଅଙ୍କୁ ସୁରଟରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଏଥିସହ ଯେଉଁ ଠିକାଦାର ତାଙ୍କ ପୁଅଙ୍କୁ କାମ ଦେବା ନଁାରେ ସୁରଟ ନେଇଥିଲେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ମୋବାଇଲ ଚୋରି କରିଥିବା ନେଇ ୫/୬ଜଣ ଯୁବକ ସଂଘବଦ୍ଧ ହୋଇ ମାଡ଼ ମାରୁଛନ୍ତି। କିନ୍ତୁ ଯୁବକ ମୋବାଇଲ ଚୋରି କରି ନ ଥିବା ନେଇ ବାରମ୍ବାର କହିବା ସତ୍ତ୍ୱେ ମାଡ଼ ମରାଯାଉଛି।
ସୂଚନା ମୁତାବକ, କାକଟପୁର ବାଜପୁର ଗ୍ରାମର ଉକ୍ତ ଠିକାଦାର ୩ବର୍ଷ ପୂର୍ବେ ମୁନ୍ନାଙ୍କ ଘରକୁ ଆସି ସୁରଟରେ ଏକ କମ୍ପାନୀରେ ତାଙ୍କୁ ରଖେଇଦେବେ ବୋଲି କହିଥିଲେ। ମୁନାଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ, ଠିକାଦାର ମୁନ୍ନାଙ୍କୁ ଭଲ କାମରେ ରଖିବେ ଓ ସେଠାରେ ଭଲରେ ସେ ରହିବ ବୋଲି କହି ନେଇଥିଲେ। କିନ୍ତୁ ମୁନ୍ନା ଯିବାର ୩ବର୍ଷ ହେବା ସତ୍ତ୍ୱେ ଆଉ ଘରକୁ ଫେରି ନାହାନ୍ତି। କରୋନାର ଦୁଇ ବର୍ଷ ମଧ୍ୟରେ ବି ଛାଡ଼ି ନ ଥିଲେ ଠିକାଦାର। ସେଠାରେ ତାଙ୍କୁ ରଖି ଜୋର ଜବରଦସ୍ତି ଅତ୍ୟାଚାର ସହ କାମ କରାଉଥିଲେ। ଦରମା ମଧ୍ୟ ଠିକ ଭାବେ ଦିଅନ୍ତି ନାହିଁ ବୋଲ ପରିବାର ଲୋକ କହୁଛନ୍ତି। ଏପରିକି ମୁନା ଯେବେ ତାଙ୍କ ପାରିଶ୍ରମିକ ମାଗନ୍ତି, ଠିକାଦାର ମିଛ ଘଟଣାରେ ତାଙ୍କୁ ଅନ୍ୟ ଯୁବକଙ୍କ ଦ୍ୱାରା ବିଭିନ୍ନ ମିଛ ଆରୋପ ଲଗାଇ ମାରପିଟ କରନ୍ତି। ତେଣୁ ପରିବାର ଲୋକ ପୁଅକୁ ଉଦ୍ଧାର କରିବା ପାଇଁ କାକଟପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ପୁଅଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ତାଙ୍କ ପରିବାର ଓ ଗ୍ରାମବାସୀ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri