ମା’ ସଶକ୍ତ ହେଲେ ଓଡ଼ିଶା ବିକଶିତ ହେବ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ମା’ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ। ପରିବାର ସଶକ୍ତ ହେଲେ ରାଜ୍ୟ ବିକଶିତ ହୁଏ। ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। ୨ ଦିନିଆ ବରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏହା କହିଛନ୍ତି। ପ୍ରଥମେ ସେ ଅତାବିରା ବ୍ଲକର ୫-ଟି ଅନ୍ତର୍ଭୁକ୍ତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବିଭିନ୍ନ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର, କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରି ଆସନ୍ତା ୭ଦିନ ମଧ୍ୟରେ ସେସବୁର ତଦନ୍ତ କରି ଉନ୍ନତୀକରଣ ପାଇଁ ଭଲ ଖବର ପାଇବେ ଏବଂ ଚାଷୀଭାଇଙ୍କ ଆପତ୍ତି, ଅଭିଯୋଗ ଥିଲେ ତାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ ବୋଲି ପାଣ୍ଡିଆନ କହିଥିଲେ। ସେହିପରି ବରଗଡ଼ ମହିଳା କଲେଜରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ବେଳେ କଲେଜଗୁଡିକୁ ୫-ଟି ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରାଯାଉଥିବା ସେ ସୂଚନା ଦେଇଥିଲେ।
୫-ଟି ସଚିବ ପାଣ୍ଡିଆନ ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ଏସ୍‌ଏଚ୍‌ଜି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ଲକ୍ଷ ଟଙ୍କା ଯାଏ ଋଣ ଦେବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସେ କହିଥିଲେ। ପାଣ୍ଡିଆନ ସମ୍ବଲପୁରୀ ବସ୍ତ୍ରାଳୟକୁ ଯାଇ ବୁଣାକାରଙ୍କ ସମସ୍ୟା ବୁଝିଥିଲେ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସମସ୍ୟା ବୁଝିବା ସହିତ ନିର୍ମାଣାଧୀନ କ୍ୟାନ୍‌ସର ହସ୍ପିଟାଲ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେ ବରଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନଭୋଜନ କରିଥିଲେ।
ଏହାପରେ ୫-ଟି ସଚିବ ପାଣ୍ଡିଆନ ବରପାଲି ଷ୍ଟାଡ଼ିୟମ ପଡ଼ିଆରେ ଜନସାଧାରଣ, ଏସ୍‌ଏଚ୍‌ଜି ମହିଳାଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାର ମା’ମାନଙ୍କୁ ସଶକ୍ତ କରିବା ସହିତ ସ୍ବତନ୍ତ୍ର ପରିଚୟ ଦେଇଥିବା କହିଥିଲେ। ସେ ଗଙ୍ଗାଧର ମେହେରଙ୍କ କବି କୁଟୀର ପରିଦର୍ଶନ କରି ଉନ୍ନତୀକରଣ ପାଇଁ ଆଲୋଚନା କରିଥିଲେ। ବରଗଡ଼ ବ୍ଲକର ଶହୀଦ ମାଧୋ ସିଂ ଛକ (ବୀର ଛକ) ନିକଟ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ତୁରୁଙ୍ଗାର ବୈଷ୍ଣୋଦେବୀ ମନ୍ଦିରକୁ କିଭଳି ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯାଇପାରିବ, ସେ ନେଇ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।
ସନ୍ଧ୍ୟାରେ ବରଗଡ଼ ନିଶାମଣି ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫-ଟି ସଚିବ କହିଥିଲେ, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି। ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହେବା ସହ ବର୍ତ୍ତମାନ ଚାଉଳ ରପ୍ତାନି କରୁଛି। ଏଥିରେ ବରଗଡ଼ ଜିଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାକୁ ବହୁତ ଭଲ ପାଆନ୍ତି ବୋଲି ସେ କହିଥିଲେ। ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ବେଳେ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ପି.ଏସ୍‌ ମୀନାଙ୍କ ସମେତ ଜିଲାର ସମସ୍ତ ପଦସ୍ଥ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ଓଡ଼ିଶାରେ ଗଣତନ୍ତ୍ରର ପରିଭାଷା ବଦଳୁଛି : ସୁରେଶ ପୂଜାରୀ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବରଗଡ଼ ଗସ୍ତକୁ ଭାଜପା ସମାଲୋଚନା କରିଛି। ସୋମବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସୁରେଶ ପୂଜାରୀ କହିଥିଲେ, ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ହସ୍ତାନ୍ତର କରାଯାଇ ପାରିବନାହିଁ। ଯଦି ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଆସିଛନ୍ତି, ତାହା ଆଦୌ ଶୁଭଙ୍କର ନୁହେଁ। ସେହିପରି ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଛନ୍ତି, ତାହା ମଧ୍ୟ ଆହୁରି ଅଶୁଭଙ୍କର। ଏମ୍‌ପି ପୂଜାରୀ ଆହୁରି କହିଥିଲେ, ଏମ୍‌ପି, ବିଧାୟକମାନେ ଲୋକଙ୍କ ଭୋଟ୍‌ରେ ନିର୍ବାଚିତ ହୋଇଛନ୍ତି। ସମ୍ବିଧାନ ଧରି ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଜଣେ ସଚିବଙ୍କ ଗସ୍ତରେ ଏମ୍‌ପି, ବିଧାୟକମାନେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶାରେ ଗଣତନ୍ତ୍ରର ପରିଭାଷା ବଦଳି ଯାଇଛି ବୋଲି ପୂଜାରୀ କହିଥିଲେ। ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍‌ ଆଚାର୍ଯ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri