‘ଦୁଇ ବର୍ଷରେ ମାଓବାଦୀ ମୁକ୍ତ ହେବ ଓଡ଼ିଶା’

ଭୁବନେଶ୍ୱର,୫।୩(ସତ୍ୟଜିତ୍‌ ରାଉତ):ମାଓବାଦୀଙ୍କ ବିରୋଧରେ ଦୃଢ଼ ଅଭିଯାନ ଜାରି ରହିଛି। ଏହି ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡିଶା ମାଓବାଦୀ ମୁକ୍ତ ହେବ ବୋଲି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓଡ଼ିଶା ଡିଆଇଜି ଧୀରେନ୍ଦ୍ର କୁମାର କହିଛନ୍ତି। ଭୁବନେଶ୍ୱର ଗଜପତି ନଗରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି କହିଲେ, ପୂର୍ବରୁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁରରେ ମାଓବାଦୀ ହିଂସା ଦେଖାଯାଉଥିଲା। ହେଲେ ଏବେ ଏସବୁ ଅଞ୍ଚଳରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ କମିଯାଇଛି। ବର୍ତ୍ତମାନ କେବଳ କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ମାଓବାଦୀ ଚ୍ୟାଲେଞ୍ଜ୍‌ ରହିଛି। ନିକଟରେ କନ୍ଧମାଳରେ ବିଏସ୍‌ଏଫ୍‌ର ଦୁଇ ବାଟାଲିଅନ୍‌ ପହଞ୍ଚତ୍ ଅପରେଶନ୍‌ ଆରମ୍ଭ କରିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡାରେ ମାଓବାଦୀଙ୍କ ବିରୋଧରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ମଧ୍ୟ ସେପରି ଅପରେଶନ ଜାରି ରହିବ। କନ୍ଧମାଳ ଓ ବୌଦ୍ଧର ଆନ୍ତଃଜିଲା ସୀମାରେଖା ବଡାପାଜୁଠାରେ ନୂଆ ସିଓବି ସ୍ଥାପନା କରାଯାଇଛି। ମାଓବାଦୀ ଗଡରେ ସଫଳତାର ସହ ଅପରେଶନ କରାଯାଇ ବଡାପାଜୁ ସିଓବି କ୍ୟାମ୍ପ କରାଯାଇଛି। ଆଗାମୀ ଦିନରେ ବୌଦ୍ଧରେ ମଧ୍ୟ ଆଉ ଏକ କ୍ୟାମ୍ପ୍‌ ସ୍ଥାପନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଉପାନ୍ତ ଅଞ୍ଚଳରେ ପହଞ୍ଚାଇବାକୁ ବିଏସ୍‌ଏଫ୍‌ ପକ୍ଷରୁ ପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଉପାନ୍ତ ଅଞ୍ଚଳରେ ବାସିନ୍ଦାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ସହ ରୋଜଗାର ଦେବା ଲକ୍ଷ୍ୟ ରହିଛି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମା ପର୍ଯ୍ୟନ୍ତ ମଧ୍ୟ ସିଓବି ସ୍ଥାପନ ହୋଇଛି। ପୂର୍ବରୁ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ବିଏସ୍‌ଏଫ୍‌ ଭଲ ଭାବେ ପରିଚାଳନା କରିଛି। ଆଗକୁ ଆସୁଥିବା ନିର୍ବାଚନକୁ ବିଏସ୍‌ଏଫ୍‌ ମୁକ୍ତ ଏବଂ ଅବାଧ କରିବା ଉପରେ ଗୁରୁତ୍ୱ ଦେବ ବୋଲି ଡିଆଇଜି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଡିଆଇଜିଙ୍କ ସହ ଡିଆଇଜି (ପିଆର୍‌ଓ) କମାଣ୍ଡାଣ୍ଟ୍‌ ସୁମନ କୁମାର, ନବୀନ କୁମାର, ପି. ଡି. ଗୁପ୍ତା, ଡେପୁଟି କମାଣ୍ଡାଣ୍ଟ୍‌ ନରେନ୍ଦ୍ର କୁମାର ସିଂଙ୍କ ସହ ବିଏସ୍‌ଏଫ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri