ଓଡ଼ିଶାର ଜନଜାତି ଭାଷା ଏକ ବିହଙ୍ଗମ ଦୃଷ୍ଟି

ଓଡ଼ିଶା ଖୁବ୍‌ ଚର୍ଚ୍ଚିତ ଦୁଇଟି କ୍ଷେତ୍ରକୁ ନେଇ। ପ୍ରଥମଟି ହେଉଛି ଜଗନ୍ନାଥ କ୍ଷେତ୍ର ଏବଂ ଅନ୍ୟଟି ଜନଜାତି କ୍ଷେତ୍ର। ଜଗନ୍ନାଥ ଓଡ଼ିଶାର ଭାବନା ସହ ଜଡ଼ିତ। ଦ୍ୱିତୀୟଟି ସଂସ୍କୃତି ସହ ପ୍ରକୃତିକୁ ନେଇ ଗତିଶୀଳ। ଜନଜାତିମାନେ ଓଡ଼ିଶାର
ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟତ୍ର ଏମାନଙ୍କ ବସତି ଓ ଅବସ୍ଥିତି ଅଧିକ। ଓଡ଼ିଶା ପୁନଶ୍ଚ ଆଉ ଏକ ଦିଗରୁ ଚର୍ଚ୍ଚିତ ହୁଏ ଯାହାକି ଭାଷା କ୍ଷେତ୍ର ହିସାବରେ ପରିଚିତ। ଏଠି ଜନଜାତିଙ୍କ ଭାଷା ଓ ସଂସ୍କୃତିକୁ ଅଧ୍ୟୟନ ପାଇଁ ଦେଶ ବିଦେଶରୁ ଗବେଷକ ଆକୃଷ୍ଟ ହୁଅନ୍ତି। ଗାଁ ଗାଁରେ ଅନେକ ଭାଷାଭାଷୀ ଗୋଷ୍ଠୀଙ୍କ ସମାହାର। ଅର୍ନ୍ତଗୋଷ୍ଠୀୟସ୍ତରରେ ନିଜ ଭାଷାରେ ଏମାନେ ଭାଗବତ ଆଦାନ ପ୍ରଦାନ କରୁଥିଲେ ମଧ୍ୟ ଅର୍ନ୍ତଗୋଷ୍ଠୀୟସ୍ତରରେ ଏକ ତୃତୀୟ ଭାଷାକୁ ମାଧ୍ୟମ କରିଥାନ୍ତି। ନିଜ ଭାଷା, ସଂସ୍କୃତି ସହ ଅନ୍ୟ ସଂସ୍କୃତି, ଭାଷାକୁ ସମାନ ସମ୍ମାନ ଦେଇ ତଦନୁରୂପ ନିଜ ପରିଚିତି ବଜାୟରଖିବା ଆମ ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ହିଁ ସମ୍ଭବ ହୋଇଥାଏ। ତେଣୁ ଦେଶବିଦେଶରୁ ଭାଷା, ସମାଜ, ନୃତତ୍ୱ, ସଂସ୍କୃତି ଶାସ୍ତ୍ରୀମାନେ ଓଡ଼ିଶାକୁ ସେମାନଙ୍କ ଗବେଷଣାର କ୍ଷେତ୍ର ହିସାବରେ ଗ୍ରହଣ କରି ନିଅନ୍ତି।
ଆମ ଓଡ଼ିଶାରେ ୬୨ ଗୋଷ୍ଠୀର ଜନଜାତି ବାସ କରନ୍ତି। ଏ ମଧ୍ୟରେ ୧୩ ପ୍ରକାର ନିର୍ଦ୍ଦିଷ୍ଟରୂପେ ଅନୁନ୍ନତ ଜନଜାତି ସମୁଦାୟ ମଧ୍ୟ ଅନ୍ତର୍ଭୁକ୍ତ। ଭାଷାଦୃଷ୍ଟିରୁ ଏମାନଙ୍କୁ ମୁଖ୍ୟତଃ ତିନୋଟି ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏଗୁଡ଼ିକ ହେଲା ଅଷ୍ଟ୍ରିକ ବା ଅଷ୍ଟ୍ରୋଏସିଆଟିକ, ଦ୍ରାବିଡ଼ ଏବଂ ଭାରତୀୟ ଆର୍ଯ୍ୟ। ମୁଣ୍ଡା ବା ଅଷ୍ଟ୍ରିକ ଗୋଷ୍ଠୀ ଓଡ଼ିଶା କ୍ଷେତ୍ରକୁ ଦୁଇଟି ମାର୍ଗରେ ଆସିଛନ୍ତି। ପ୍ରଥମଟି ହେଲା ଛୋଟନାଗପୁର ମାଳ ଅଞ୍ଚଳ ଦେଇ ଉତ୍ତର-ପଶ୍ଚିମ ବାଟରୁ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଝାରସୁଗୁଡା ଅଞ୍ଚଳରେ ବସତିସ୍ଥାପନ କରିଛନ୍ତି। ଆଉ ଗୋଟିଏ ଦଳ ଗୋଦାବରୀ ଉପତ୍ୟକା ଦେଇ ଓଡ଼ିଶାର ଦକ୍ଷିଣ-କେନ୍ଦ୍ରାଞ୍ଚଳରେ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ଏବଂ ପରପର ଏମାନଙ୍କ ଏକ ଶାଖା କେନ୍ଦ୍ର ପଶ୍ଚିମ ଅଞ୍ଚଳ ତଥା କେନ୍ଦୁଝର, ସୁନ୍ଦରଗଡ଼ ଇଲାକାରେ ବସତିସ୍ଥାପନ କରିଥିବାର ବିଭିନ୍ନ ସୂତ୍ରରୁ ଜଣାଯାଏ। ଦ୍ରାବିଡ଼ମାନେ ଦକ୍ଷିଣାଞ୍ଚଳରୁ କ୍ରମଶଃ ଉତ୍ତର ପଶ୍ଚିମକୁ ବିସ୍ତାରିତ ହୋଇଥିବା ଜଣାଯାଏ। ଦ୍ରାବିଡ଼ମାନେ ସମନ୍ବୟ ସଂସ୍କୃତିର ସଂଗଠକ। ସମାଜ, ପଲ୍ଲୀ, ହାଟ, ନୃତ୍ୟ ସଂଗୀତ ତଥା ଶକ୍ତି ଓ ଶିବର ପ୍ରସାରକ। କୃଷି ସହ ଏମାନଙ୍କ ସଂସ୍କୃତି ଓତଃପ୍ରୋତଃ ଭାବରେ ଜଡ଼ିତ। ପରପର ଆର୍ଯ୍ୟମାନଙ୍କର ସହାବସ୍ଥାନରେ ଦ୍ରାବିଡ ଓ ମୁଣ୍ଡା ସଂସ୍କୃତିର ସୁସମନ୍ବୟ ସାଧିତ ହୋଇଛି। ଭାଷା ହେଉଛି ସଂସ୍କୃତିର ବାହକ। ଗୋଟିଏ ଜାତିର ଅଧ୍ୟୟନ କଲେ ତାର ଭାଷା ସହିତ ପରିଚିତ ହେବାକୁ ପଡ଼େ। ଆମେ ଆଜିର ଯେଉଁ ଓଡ଼ିଆ ଭାଷା ସଂସ୍କୃତିର କଥା କହୁଛନ୍ତି, ତାହା ଦ୍ରାବିଡ଼-ମୁଣ୍ଡା-ଆର୍ଯ୍ୟର ଏକ ସଫଳ ସଂସ୍କରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଜଗନ୍ନାଥ ସାଂସ୍କୃତିକ ଚେତନାରେ ଆଜିବି ଅନେକ ଶବର ଶବ୍ଦର ପ୍ରଚଳନ ଦେଖିବାକୁ ମିଳିଥାଏ। ଶବର ଓ ବ୍ରାହ୍ମଣର ମହାମିଳନରେ ଜଗନ୍ନାଥ ସଂସ୍କୃତିର ବିକାଶ ହୋଇଥିବାର ଅନେକ ଚର୍ଚ୍ଚା ବିଭିନ୍ନ କିମ୍ବଦନ୍ତୀ ଓ କର୍ମକାଣ୍ଡରେ ଶୁଣାଯାଏ। ଭାଷା ଆଲୋଚନା ଦୃଷ୍ଟିରୁ ଓଡ଼ିଶାକୁ ଭାଷା କ୍ଷେତ୍ର ହିସାବରେ ଭାଷାବିଦ୍‌ମାନେ ପ୍ରତିଷ୍ଠା କରିସାରିଥିଲା ବେଳେ ଜନଜାତି ଭାଷାକୁ ଗବେଷଣା ପାଇଁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଓଡ଼ିଶାରେ ଭାଷା ଚିନ୍ତନର ପରମ୍ପରା ଖୁବ୍‌ ପ୍ରାଚୀନ। ଓଡ଼ିଶାକୁ ଆର୍ଯ୍ୟମାନଙ୍କ ଆଗମନ କାଳରୁ ଏ ଚିନ୍ତନର ଅୟମାରମ୍ଭ। ଆର୍ଯ୍ୟମାନଙ୍କ ଓଡ଼ିଶାକୁ ଆଗମନ କୋଶଳ ଏବଂ ବଙ୍ଗ ଉଭୟ ଦିଗରୁ ହୋଇଛି। ଭାୈଗୋଳିକ ଅବସ୍ଥିତି ତଥା ଦ୍ରାବିଡ଼ ଓ ମୁଣ୍ଡା ଗୋଷ୍ଠୀଙ୍କ ସହ ସମନ୍ବୟରୁ ଅନେକ ଭାଷିକ ବିନିମୟ ସାଧିତ ହୋଇଛି। ଓଡ଼ିଶାର ସାମଗ୍ରିକ ଜନସମୁଦାୟର ୨୨.୮୫ ଶତାଂଶ ଜନଜାତି। ଏମାନେ ୧୩ ଗୋଟି ନିର୍ଦ୍ଦିଷ୍ଟ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମେତ ୬୨ ଟି ଗୋଷ୍ଠୀରେ ବିଭକ୍ତ। ପୁନଶ୍ଚ ଭାଷା ଦୃଷ୍ଟିରୁ ଏମାନଙ୍କ ମଧ୍ୟରେ ୨୧ଟି ଭାଷା ଓ ୭୪ଟି ଉପଭାଷାର ପ୍ରଚଳନ ଦେଖିବାକୁ ମିଳିଥାଏ।
ଓଡ଼ିଶାରେ ପ୍ରଚଳିତ ଆର୍ଯ୍ୟାନୁଗ ଉପଭାଷା ସମୂହର କେଉଁ ମୁଖ୍ୟ ଭାଷା ସହିତ ସଂପର୍କ ତାହା ଅଦ୍ୟାବଧି ନିରୂପିତ ହୋଇପାରିନାହିଁ। ତେବେ ଦକ୍ଷିଣାଞ୍ଚଳୀୟ ଶାଖାରେ ଦେଶିଆ-ଭତରୀ-ହାଲବି-ଝରିଆ ପରସ୍ପର ସମ୍ବନ୍ଧିତ ଉପ-ଶାଖା ହିସାବରେ ନଜରକୁ ଆସୁଥିବାବେଳେ, ପଶ୍ଚିମାଞ୍ଚଳୀୟ ଶାଖାରେ ସାଦରୀ-ଲରିଆ-ଛତିଶଗଡ଼ି-ଭୁଞ୍ଜିଆ-ସମ୍ବଲପୁରୀ-କନ୍ଧାନ-ବିନ୍‌ଝାଲ ବନ୍‌ଜାରା ଏବଂ ଉତରାଞ୍ଚଳୀୟ ଉପଶାଖାରେ ସମ୍ବଲପୁରୀ-ଭୂୟାଁ-ବାଥୁଡ଼ି-କୁରମାଳି-ସାଉଁତି ପରସ୍ପର ସମ୍ପର୍କିତ ଉପଭାଷା ହିସାବରେ ଗ୍ରହଣୀୟ ହୋଇଥାନ୍ତି। ଦକ୍ଷିଣାଞ୍ଚଳୀୟ ଶାଖାର ଭାଷା ସମୂହ ମୁଖ୍ୟତଃ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଜିଲାରେ କଥିତ ହେଉଥିଲାବେଳେ ପଶ୍ଚିମାଞ୍ଚଳୀୟ ଶାଖାର ଭାଷା ସମୂହ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ତଥା ସୁନ୍ଦରଗଡ଼ ଜିଲାରେ ଏବଂ ଉତ୍ତରାଞ୍ଚଳୀୟ ଶାଖାର ଭାଷା ସମୂହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲା ସମୂହରେ ପ୍ରଚଳିତ। ଏଶାଖାତ୍ରୟୀର ରୂପଗତ ସାୈସାଦୃଶ୍ୟ ମଧ୍ୟ ଉତରାଞ୍ଚଳୀୟ-ପଶ୍ଚିମାଞ୍ଚଳୀୟ-ଦକ୍ଷିଣାଞ୍ଚଳୀୟ କ୍ରମରେ ରହିଛି। ସାଂସ୍କୃତିକ କ୍ଷେତ୍ର ତଥା ଭାଷିକ କ୍ଷେତ୍ର ଭିତିକ ଅଧ୍ୟୟନ ନିମନ୍ତେ ଏହି ଅଞ୍ଚଳଭିତ୍ତିକ ସର୍ବେକ୍ଷଣରେ ଶାଖା ତ୍ରୟୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେହୁଏ। ପୁନଶ୍ଚ ଏ ସମସ୍ତ ଭାଷା ଓଡ଼ିଶାର ସମଗ୍ର ମାଳ ଅଞ୍ଚଳକୁ ନେଇ ପରିବ୍ୟାପ୍ତ। ଏ ଅଞ୍ଚଳ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ କେନ୍ଦ୍ର ଦ୍ୱାରା ଶାସିତ ହେବା ସହ ସାଂସ୍କୃତିକ ସମନ୍ବୟ ଏହି ଶାସନ ସମୟରେ ସାଧିତ ହୋଇଥିବାରୁ ଭାଷା ଭାଷା ମଧ୍ୟରେ ପାରସ୍ପରିକ ସମ୍ପର୍କ ପରିଲକ୍ଷିତ। ଆଦିବାସୀମାନଙ୍କ ମଧ୍ୟରେ ଅଧୁନା ପ୍ରଚଳିତ ସ୍ବବର୍ଗୀୟ ଭାଷା ଉପ-ଭାଷାର ପ୍ରଚଳନ ଖୁବ୍‌ ସୀମିତ। ଅର୍ନ୍ତଗୋଷ୍ଠୀୟସ୍ତରରେ ଏମାନେ ସମ୍ପର୍କ ଭାଷାର ସାହାଯ୍ୟ ନିଅନ୍ତି। ଏପରିକି ଘରର ମୁରବୀ ସ୍ଥାନୀୟ ଲୋକେ ତାଙ୍କ ସନ୍ତାନବର୍ଗଙ୍କ ନିକଟରେ ସ୍ଥାନୀୟ ସମ୍ପର୍କ ଭାଷାରେ କଥାବାର୍ତ୍ତା କରିଥାନ୍ତି। ପୂର୍ବେ ଏ ସମସ୍ତଙ୍କ ହୁଏତ ନିଜସ୍ବ ଭାଷା ଥିଲା। ପ୍ରାଦେଶିକ ଭାଷାର ପ୍ରାଧାନ୍ୟ ବଢିବା ତଥା ସ୍ବ ମାତୃଭାଷା ପାଇଁ ପ୍ରୋସତ୍ାହନର ଅଭାବ ବୋଧହୁଏ ସେମାନଙ୍କର ଭାଷା ପରିବର୍ତ୍ତନର କାରଣ। ଆଜି ମଧ୍ୟ ଏହି ଧାରା ଜାରି ରହିଛି। ଦିନ ଆସିବ ଅନେକ ଭାଷା-ଉପଭାଷା ପରିବର୍ତ୍ତିତ ହୋଇ ନୂତନ ରୂପ ଗ୍ରହଣ କରିସାରିଥିବ। ଭାଷା ବିଶେଷ କରି ଜନଜାତି ଭାଷାକୁ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀର ଭାଷାଙ୍କ ସହ ତୁଳନାତ୍ମକ ତଥା ଉତ୍ପତ୍ତି ସୂତ୍ର ଭିତ୍ତିରେ ଗବେଷଣା କରାଯାଇ ପାରିଲେ ଓଡ଼ିଶାର ଜନଜାତିଙ୍କ ଭାଷା-ଉପଭାଷା-ବୋଲିର ସମ୍ପର୍କ ଓ ସୂତ୍ର ଜାଣିବାରେ ସହାୟକ ହୋଇପାରନ୍ତା।

ପରମାନନ୍ଦ ପଟେଲ


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri