Posted inଖେଳ

ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍‌ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ ହାରିଯାଇଛି। ବିଜୟ ଲକ୍ଷ୍ୟ ୪୩୨ ଥିବାବେଳେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ପ୍ରଥମ ଇନିଂସରେ ମାତ୍ର ୧୭୮ରେ ଅଲ୍‌ଆଉଟ ହୋଇଥିଲା। ବରୋଦା ଏହାର ଦ୍ୱିତୀୟ ଇନିଂସକୁ ୨୫୮/୪ରେ ଘୋଷଣା କରିଥିଲା।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୦୩/୧ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶାକୁ ଅନ୍ତିମ ଦିବସରେ ମ୍ୟାଚ ଡ୍ର ରଖିବାକୁ ହେଲେ ସତର୍କତାର ସହ ଦିନସାରା ବ୍ୟାଟିଂ କରିବା ଜରୁରୀ ଥିଲା। ଟପ୍‌ ଅର୍ଡରର ୩ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଯୋଗୁ ଦଳ ଠିକ୍‌ ପଥରେ ମଧ୍ୟ ଅଗ୍ରସର ହୋଇଥିଲା। ଦଳ ଏକଦା ୨ ଉଇକେଟରେ ୧୯୨ ରନରେ ପହଞ୍ଚତ୍ ଭଲ ସ୍ଥିତିରେ ମଧ୍ୟ ଥିଲା। ମାତ୍ର ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକଙ୍କ ମଧ୍ୟରେ ଭାଗୀଦାରି ଭାଙ୍ଗିବା ସହ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା।

ଦୁହେଁ ଦ୍ୱିତୀୟ ଉଇକେଟରେ ୨୩୬ ବଲ୍‌ରୁ ୮୯ ରନ ଯୋଡ଼ି ଦଳ ପାଇଁ ଡ୍ର’ ଆଶା ସଞ୍ଚାର କରିଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ସନ୍ଦୀପ ୫୧ ରନ୍‌କରି ଆଉଟ ହେବା ସହ ପାର୍ଟନରଶିପ୍‌ ଭାଙ୍ଗିଥିଲା। ଶାନ୍ତନୁ ଦଳ ପକ୍ଷରୁ ସର୍ବାଧିକ ୭୮ ରନ ସଂଗ୍ରହ କରିଥିଲେ ହେଁ ଅପରପଟରୁ ସେପରି ସମର୍ଥନ ମିଳି ନ ଥିଲା। ୯୨ ରନ ମଧ୍ୟରେ ଓଡ଼ିଶାର ୮ ଉଇକେଟ ପଡ଼ି ଯାଇଥିଲା। ଶୁଭ୍ରାଂଶୁ ସେନାପତି ୧, କାର୍ତ୍ତିକ ବିଶ୍ୱାଳ ୦ ଓ ଗୋବିନ୍ଦ ପୋଦ୍ଦାର ୧୪ ରନ କରି ଆଉଟ ହେବାରୁ ଓଡ଼ିଶା ପରାଜୟ ମୁହାଁ ହୋଇଥିଲା। ଆଶୀର୍ବାଦ ସ୍ବାଇଁ ୨୧ ଏବଂ ଶେଷ ଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ ଆକ୍ରମଣାତ୍ମକ ୪୬ (୩୫ ବଲ, ୨ ଚୌକା, ୪ ଛକା) ରନ କରିଥିଲେ। ଓଡ଼ିଶା ଦଳକୁ ବଡ଼ କ୍ଷତି ପହଞ୍ଚାଇଥିଲେ ୨୨ ବର୍ଷୀୟ ଅଫ୍‌ ସ୍ପିନର ମହେଶ ପିଥିୟା। ସେ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରି ୬୧ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ଜ୍ୟୋତ୍ସ୍ନିଲ ସିଂ ୨ଟି ଏବଂ ଅତୀତ ସେଠ୍‌ ଓ ନିନାଦ ରଥଭା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri