Posted inଖେଳ

ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍‌ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ ହାରିଯାଇଛି। ବିଜୟ ଲକ୍ଷ୍ୟ ୪୩୨ ଥିବାବେଳେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ପ୍ରଥମ ଇନିଂସରେ ମାତ୍ର ୧୭୮ରେ ଅଲ୍‌ଆଉଟ ହୋଇଥିଲା। ବରୋଦା ଏହାର ଦ୍ୱିତୀୟ ଇନିଂସକୁ ୨୫୮/୪ରେ ଘୋଷଣା କରିଥିଲା।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୦୩/୧ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶାକୁ ଅନ୍ତିମ ଦିବସରେ ମ୍ୟାଚ ଡ୍ର ରଖିବାକୁ ହେଲେ ସତର୍କତାର ସହ ଦିନସାରା ବ୍ୟାଟିଂ କରିବା ଜରୁରୀ ଥିଲା। ଟପ୍‌ ଅର୍ଡରର ୩ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଯୋଗୁ ଦଳ ଠିକ୍‌ ପଥରେ ମଧ୍ୟ ଅଗ୍ରସର ହୋଇଥିଲା। ଦଳ ଏକଦା ୨ ଉଇକେଟରେ ୧୯୨ ରନରେ ପହଞ୍ଚତ୍ ଭଲ ସ୍ଥିତିରେ ମଧ୍ୟ ଥିଲା। ମାତ୍ର ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକଙ୍କ ମଧ୍ୟରେ ଭାଗୀଦାରି ଭାଙ୍ଗିବା ସହ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା।

ଦୁହେଁ ଦ୍ୱିତୀୟ ଉଇକେଟରେ ୨୩୬ ବଲ୍‌ରୁ ୮୯ ରନ ଯୋଡ଼ି ଦଳ ପାଇଁ ଡ୍ର’ ଆଶା ସଞ୍ଚାର କରିଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ସନ୍ଦୀପ ୫୧ ରନ୍‌କରି ଆଉଟ ହେବା ସହ ପାର୍ଟନରଶିପ୍‌ ଭାଙ୍ଗିଥିଲା। ଶାନ୍ତନୁ ଦଳ ପକ୍ଷରୁ ସର୍ବାଧିକ ୭୮ ରନ ସଂଗ୍ରହ କରିଥିଲେ ହେଁ ଅପରପଟରୁ ସେପରି ସମର୍ଥନ ମିଳି ନ ଥିଲା। ୯୨ ରନ ମଧ୍ୟରେ ଓଡ଼ିଶାର ୮ ଉଇକେଟ ପଡ଼ି ଯାଇଥିଲା। ଶୁଭ୍ରାଂଶୁ ସେନାପତି ୧, କାର୍ତ୍ତିକ ବିଶ୍ୱାଳ ୦ ଓ ଗୋବିନ୍ଦ ପୋଦ୍ଦାର ୧୪ ରନ କରି ଆଉଟ ହେବାରୁ ଓଡ଼ିଶା ପରାଜୟ ମୁହାଁ ହୋଇଥିଲା। ଆଶୀର୍ବାଦ ସ୍ବାଇଁ ୨୧ ଏବଂ ଶେଷ ଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ ଆକ୍ରମଣାତ୍ମକ ୪୬ (୩୫ ବଲ, ୨ ଚୌକା, ୪ ଛକା) ରନ କରିଥିଲେ। ଓଡ଼ିଶା ଦଳକୁ ବଡ଼ କ୍ଷତି ପହଞ୍ଚାଇଥିଲେ ୨୨ ବର୍ଷୀୟ ଅଫ୍‌ ସ୍ପିନର ମହେଶ ପିଥିୟା। ସେ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରି ୬୧ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ଜ୍ୟୋତ୍ସ୍ନିଲ ସିଂ ୨ଟି ଏବଂ ଅତୀତ ସେଠ୍‌ ଓ ନିନାଦ ରଥଭା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri