ପାକିସ୍ତାନୀ ଠକଙ୍କ ଟାର୍ଗେଟ୍‌ରେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର,୯ା୪(ସତ୍ୟଜିତ୍‌ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି ପାକିସ୍ତାନୀ ଠକ। ପାକିସ୍ତାନ ନମ୍ବରରୁ ବିଶେଷକରି ଓଡ଼ିଶାର ବିଭିନ୍ନ ଛାତ୍ରୀଙ୍କ ଅଭିଭାବକଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ଝିଅଙ୍କ ନାଁ ନେଇ ସେମାନେ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କରୁଛନ୍ତି। ସାଇବର ଅପରାଧୀମାନେ ନିଜକୁ ସିବିଆଇ ଓ ଅନ୍ୟ ପୋଲିସ ଅଧିକାରୀ ପରିଚୟରେ ଫସାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ୪ ଦିନ ତଳେ ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ତୃତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ସାଇବର ଠକ ଟାର୍ଗେଟ୍‌ କରିଥିଲେ। ଉକ୍ତ ଛାତ୍ରୀଙ୍କ ବାପାଙ୍କୁ ପାକିସ୍ତାନୀ ନମ୍ବରରୁ (+୯୨ ୩୦୬୨୨୨୦୦୬୮) ହ୍ବାଟ୍ସଆପ୍‌କୁ ହଠାତ ଭଏସ୍‌ କଲ୍‌ ଆସିଥିଲା। ତାଙ୍କ ବାପା କିଛି ନ ବୁଝି ପାରି କଲ୍‌ ରିସିଭ୍‌ କରି କଥା ହୋଇଥିଲେ। ଠକ ଜଣକ ହିନ୍ଦୀରେ କଥା ହୋଇଥିଲେ। ହ୍ବାଟ୍ସଆପ୍‌ ଡିପିରେ ଜଣେ ପୋଲିସ ଅଧିକାରୀଙ୍କ ଫଟୋ ଥିବାରୁ ସେ ଡରିଯାଇଥିଲେ। ଠକ ଜଣକ ଧମକପୂର୍ଣ୍ଣ ଭାବେ ଝିଅଙ୍କ ନାଁ ନେଇ ତାଙ୍କ ସହ କଥା କରେଇବାକୁ କହିଥିଲେ। ତେବେ ତାଙ୍କ ଝିଅ କଥା ହେବା ପରେ ଏହା ସାଇବର ଠକଙ୍କ ଚାଲ୍‌ ବୋଲି ସନ୍ଦେହ କରି କଲ୍‌ କାଟି ଦେଇଥିଲେ। ଏହାପରେ ସେ ଉକ୍ତ ନମ୍ବରକୁ ଯାଞ୍ଚ କରିବାରୁ ତାହା ପାକିସ୍ତାନର ବୋଲି ଜଣାପଡିଛି। ହେଲେ ପରବର୍ତ୍ତୀ ସମୟରେ ଆଉ ଏକ ନମ୍ବର (+୯୨ ୩୦୮୬୦୫୩୪୬୭)ରୁ ବାରମ୍ବାର କଲ୍‌ ଆସିଥିଲା। ତେବେ ସମ୍ପୃକ୍ତା ଯୁବତୀଙ୍କ କହିବା ଅନୁଯାୟୀ, ତାଙ୍କ ସାଙ୍ଗମାନଙ୍କ ଅଭିଭାବକଙ୍କୁ ଏସବୁ ପାକିସ୍ତାନୀ ନମ୍ବରରେ କଲ୍‌ ଆସୁଛି। ଏପରିକି ଝିଅ ଅପହରଣ ଏବଂ ଅନ୍ୟ ଭୟ ଦେଖାଇ ଠକମାନେ ଧମକାଇ, ଡରାଇ ତଥ୍ୟ ନେବାକୁ ଚେଷ୍ଟା କରୁଛନ୍ତି। ସାଇବର ଠକଙ୍କ ଏଭଳି ତରିକାକୁ ନେଇ ସାଧାରଣରେ ଯୁବପିଢ଼ି ଓ ଅଭିଭାବକଙ୍କ ମଧ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ସାଇବର ଥାନାଧିକାରିଣୀ ତେରେସ୍କୋଭା ମହାପାତ୍ର କହିଛନ୍ତି, ପାକିସ୍ତାନୀ କଲ୍‌କୁ ନେଇ ଏଯାଏ କୌଣସି ଅଭିଯୋଗ ହୋଇନାହିଁ। ଯଦି ଏଭଳି ଠକମାନେ କରୁଛନ୍ତି, ଅଭିଭାବକମାନେ ନ ଡରି ନିଜ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଏ ଦିଗରେ ସଚେତନ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ସଚେତନ ହୁଅ, ସାଧାରଣ ଜ୍ଞାନକୁ ବଢ଼ାଅ: ବିଶେଷଜ୍ଞ
ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ଛାତ୍ରୀଙ୍କ ଅଭିଭାବକଙ୍କ ନମ୍ବର ପାଇବା ପାଇଁ ଠକମାନେ ବହୁ ନମ୍ବର ଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ଟାର୍ଗେଟ କରୁଛନ୍ତି। ସେମାନେ ଗୋଟିଏ ନମ୍ବରକୁ ହ୍ୟାକ୍‌ କରି ଗ୍ରୁପ୍‌ର ସବୁ ନମ୍ବର ନେଇଯାଉଛନ୍ତି। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ନମ୍ବର ଦ୍ୱାରା ସୋସିଆଲ ମିଡିଆ ଆଦିକୁ ଯାଞ୍ଚ କରି ପରିବାର ବିଷୟରେ ତଥ୍ୟ ନେଇ ଫସାଉଛନ୍ତି। ସିବିଆଇ ଆଦି ତଦନ୍ତ ଏଜେନ୍ସି କେବେ ଡରେଇବା ପାଇଁ ଏଭଳି କଲ୍‌ କରିବେ ନାହିଁ। ଠକେଇରେ ନ ପଡ଼ିବାକୁ ଲୋକମାନେ ସଚେତନ ହୋଇ ସାଧାରଣ ଜ୍ଞାନକୁ ବଢ଼ାଇବା ଦରକାର। ଭାରତ ସରକାର ବେଆଇନ ସିମ୍‌ ବନ୍ଦ କରିବା ପରେ ଠକମାନେ ପାକିସ୍ତାନରେ ରହି କିମ୍ବା ପାକିସ୍ତାନୀ ନମ୍ବରରେ ନିଜ ଫୋନରେ କଲ୍‌ କରୁଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଣାଳୀରେ ଫସାଇବା ପାଇଁ ଉତ୍ତର କୋରିଆ, ଚାଇନା, ପାକିସ୍ତାନ ମିଶି ଭାରତକୁ ଟାର୍ଗେଟ୍‌ କରୁଛନ୍ତି। ଏ ଦିଗରେ ଲୋକମାନେ ସଚେତନ ହୁଅନ୍ତୁ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri