Posted inଖେଳ

ଏସିଆନ୍‌ ଗେମ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌

ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋରେ ହେବାକୁ ଯାଉଛି ଏସିଆନ ଗେମ୍ସର ୧୯ତମ ସଂସ୍କରଣ। ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ଏଥିରେ ଏପର୍ଯ୍ୟନ୍ତ ଭାଗ ନେଇଥିବା ଏବଂ ଭାଗ ନେବାକୁ ଯାଉଥିବା ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଆସନ୍ତା ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋ ସହରରେ ହେବାକୁ ଯାଉଛି ଏସିଆ ମହାଦେଶର ସର୍ବବୃହତ କ୍ରୀଡ଼ା ମହୋତ୍ସବ ୧୯ ତମ ଏସିଆନ୍‌ ଗେମ୍ସ। ୪ ବର୍ଷ ବ୍ୟବଧାନରେ ହେଉଥିବା ଏସିଆନ୍‌ ଗେମ୍ସ ବା ଏସିଆଡ୍‌ ଏକ ମହାଦେଶୀୟ ବହୁ କ୍ରୀଡ଼ା ଶୃଙ୍ଖଳା ବିଶିଷ୍ଟ ପ୍ରତିଯୋଗିତା ଯେଉଁଥିରେକି ଏସିଆ ମହାଦେଶ ଅନ୍ତର୍ଭୁକ୍ତ ସମସ୍ତ ଦେଶର କ୍ରୀଡ଼ାବିତ୍‌ମାନେ ଭାଗନେଇଥାନ୍ତି। ନୂଆଦିଲ୍ଲୀରେ ୧୯୫୧ରୁ ଆରମ୍ଭ ହୋଇଥିବା ବିଶ୍ୱର ଏହି ଦ୍ୱିତୀୟ ବୃହତ୍‌ କ୍ରୀଡ଼ା ସମାରୋହ (ଅଲିମ୍ପିକ୍ସ ପଛକୁ) ୧୯୭୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଫେଡେରେଶନ ଦ୍ୱାରା ପରିଚାଳିତ ହେଉଥିଲା। ୧୯୮୨ରେ ଏହି ପ୍ରତିଯୋଗିତା ନୂତନ ଭାବେ ଗଠିତ ଅଲିମ୍ପିକ୍‌ କାଉନସିଲ୍‌ ଅଫ୍‌ ଏସିଆ ଦ୍ୱାରା ଦ୍ୱୀତିୟ ଥର ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସଂଘର ସ୍ବୀକୃତି ପାଇଲା।
୧୯୫୧ରେ ଅନୁଷ୍ଠିତ ପ୍ରଥମ ଏସୀୟ କ୍ରୀଡ଼ାରେ ଆୟୋଜକ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସମୁଦାୟ ୫୧ଟି ପଦକ (ସ୍ବର୍ଣ୍ଣ-୧୫, ରୌପ୍ୟ-୧୬, ବ୍ରୋଞ୍ଜ୍‌-୨୦) ଜିତି ଭାରତ ପଦକ ତାଲିକାରେ ଜାପାନ (୬୦ ପଦକ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ପରବର୍ତ୍ତୀ ସମୟରେ ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏସିଆ ମହାଦେଶର କ୍ରୀଡ଼ା ଶକ୍ତି ଭାବେ ଉଭାହେଲେ ଏବଂ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନ ହ୍ରାସ ହେବାକୁ ଲାଗିଲା। ଗତ ୨୦୧୮ ଜାକର୍ତ୍ତା କ୍ରୀଡ଼ାରେ ଭାରତ ସମୁଦାୟ ୨୦ଟି ପଦକ ହାସଲ କରି ପଦକ ତାଲିକାରେ ୮ମ ସ୍ଥାନରେ ରହିଥିଲା। ଏହି ପୃଷ୍ଠଭୂମିରେ ଏସୀୟ କ୍ରୀଡ଼ାର ପ୍ରଥମ ସଂସ୍କରଣ (୧୯୫୧) ଠାରୁ ୧୮ ତମ ସଂସ୍କରଣ (୨୦୧୮) ମଧ୍ୟରେ ଆମ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କ ଯୋଗଦାନ ଏବଂ ପ୍ରଦର୍ଶନ ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା…
ବିଭିନ୍ନ ସୂତ୍ରରୁ ସଂଗ୍ରହ ହୋଇଥିବା ସୂଚନା ଅନୁସାରେ ୧୯୫୧ଠାରୁ ୨୦୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୮ଟି ସଂସ୍କରଣରେ ଓଡ଼ିଶାର ସମୁଦାୟ ୨୬ ଜଣ କ୍ରୀଡ଼ାବିତ୍‌ ହକି (ପୁରୁଷ ଓ ମହିଳା), ଫୁଟବଲ (ପୁରୁଷ ଓ ମହିଳା), ଆଥଲେଟିକ୍ସ, ଭାରୋତ୍ତୋଳନ, ରଗ୍‌ବି ସେଭେନ୍ସ (ମହିଳା) ଏବଂ ନୌକା ଚାଳନା (ରୋଇଂ) ପ୍ରତିଯୋଗିତାରେ ଭାଗନେଇଛନ୍ତି। ତନ୍ମମଧ୍ୟରୁ ୧୮ ଜଣ (ହକି-୧୪, ଆଥଲେଟିକ୍ସ-୨, ନୌକାଚାଳନା-୨) ପଦକ ଜିତିବାରେ ସଫଳ ହୋଇଛନ୍ତି।
ଓଡ଼ିଶା କ୍ରୀଡ଼ାବିତ୍‌ଙ୍କର ଏସୀୟକ୍ରୀଡ଼ାରେ ଯୋଗଦାନର ଧାରା ଆରମ୍ଭ ହୋଇଥିଲା ୧୯୫୧ ମସିହା ପ୍ରଥମ ସଂସ୍କରଣରୁ। ରାଜ୍ୟର ସୁନାମଧନ୍ୟ ଫୁଟବଲ ଖେଳାଳି ଅବଦୁଲ ମଜିଦ (ବଚନ) ଭାରତୀୟ ଫୁଟବଲ ଦଳର ସଦସ୍ୟ ଭାବେ ଯୋଗଦେଇ ସ୍ବର୍ଣ୍ଣପଦକ ଜିତାଇବାରେ ସଫଳ ହୋଇଥିଲେ। ଅନୁରୂପ ଭାବେ ଲଙ୍ଗ୍‌ ଡିଷ୍ଟାନ୍ସ ରନର ଆଥ୍‌ଲେଟ୍‌ ସେକ୍‌ ଗୁଲଜାର ୧୦,୦୦୦ମିଟର ଦୌଡ଼ରେ ଭାରତକୁ ପ୍ରତିନିଧିତ୍ୱ କରି ୫ମ ସ୍ଥାନ ଅଧିକାର କରିଥିଲେ। ଏସୀୟ କ୍ରୀଡ଼ାର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଏବଂ ଭାରତୀୟ ଆଥ୍‌ଲେଟିକ୍ସ ଦଳର ସଦସ୍ୟ ଭାବେ ଓଡ଼ିଶାର ଖ୍ୟାତିନାମା ସ୍ପ୍ରିଣ୍ଟର ଡ. ସତିକାନ୍ତ ଘୋଷ ୪x୧୦୦ମି ରିଲେ ଦୌଡରେ ଭାଗନେଇଥିଲେ। ଏହାର ୩୬ବର୍ଷ ପରେ ଓଡ଼ିଶାର ପ୍ରତିଭାବାନ୍‌ ମହିଳା ଆଥ୍‌ଲେଟ୍‌ ପ୍ରଣତି ମିଶ୍ର ପ୍ରଥମ ଓଡ଼ିଆ ଆଥଲେଟ ଭାବେ ବେଜିଂ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ୪x୪୦୦ ମି. ରିଲେ ଦଳର ସଦସ୍ୟ ଭାବେ ଅନ୍ୟ ଆଥ୍‌ଲେଟ୍ସ ପି.ଟି. ଉଷା, କେ.ସରମ୍ମା ଏବଂ ଶାନ୍ତିମୋଲ ଫିଲିପ୍ସଙ୍କୁ ସାଥୀ କରି ରୌପ୍ୟ ପଦକ ଜିତିଥିଲେ।
ଏସୀୟ କ୍ରୀଡ଼ାର ପ୍ରାୟ ସାତ ଦଶନ୍ଧିର ଅବଧି ମଧ୍ୟରେ ଆମ ରାଜ୍ୟର ଯେଉଁ ସୀମିତ ସଂଖ୍ୟାର କ୍ରୀଡ଼ାବିତ୍‌ମାନେ ଭାରତୀୟ ଦଳରେ ସାମିଲ ହୋଇ ଭାଗନେଇଛନ୍ତି ଏବଂ ପଦକ ହାସଲ କରିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହକିରେ ଆମର କ୍ରୀଡ଼ାବିତ୍‌ମାନେ ସର୍ବାଧିକ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
ହକି (ପୁରୁଷ)
୧. ଦିଲୀପ ତିର୍କୀ – ସ୍ବର୍ଣ୍ଣ (୧୯୯୮ ବ୍ୟାଙ୍କକ୍‌), ରୌପ୍ୟ (୨୦୦୨ ବୁସାନ), ୪ର୍ଥ ସ୍ଥାନ (୨୦୦୬ କାତାର)
୨. ଲାଜରୁସ୍‌ ବାର୍ଲା – ସ୍ବର୍ଣ୍ଣ (୧୯୯୮ ବ୍ୟାଙ୍କକ୍‌୍‌)
୩. ଇଗ୍ନେସ ତିର୍କୀ – ରୌପ୍ୟ (୨୦୦୨, ବୁସାନ), ୪ର୍ଥ ସ୍ଥାନ (୨୦୦୬ କାତାର)
୪. ପ୍ରବୋଧ ତିର୍କୀ – ବ୍ରୋଞ୍ଜ୍‌ (୨୦୧୦ ଗୁଆଙ୍ଗଝୋ)
୫. ବୀରେନ୍ଦ୍ର ଲାକ୍ରା – ସ୍ବର୍ଣ୍ଣ (୨୦୧୪ ଇଞ୍ଚତ୍ଅନ), ବ୍ରୋଞ୍ଜ (୨୦୧୮ ଜାକର୍ତ୍ତା)
୬. ଅମିତ ରୋହି ଦାସ – ବ୍ରୋଞ୍ଜ (୨୦୧୮ ଜାକର୍ତ୍ତା)
ହକି (ମହିଳା)
୧. ଜ୍ୟୋତି ସୁନୀତା କୁଲୁ – ରୌପ୍ୟ (୧୯୯୮ ବ୍ୟାଙ୍କକ୍‌), ୪ର୍ଥ ସ୍ଥାନ (୨୦୦୨ ବୁସାନ୍‌), ବ୍ରୋଞ୍ଜ (୨୦୦୬ କାତାର)
୨. ସୁଭଦ୍ରା ପ୍ରାଧାନ – ବ୍ରୋଞ୍ଜ (୨୦୦୬ କାତାର)
୩. ବିନିତା ଖେସ୍‌ – ବ୍ରୋଞ୍ଜ (୨୦୦୬ କାତାର)
୪. ବିନିତା ଟପୋ – ବ୍ରୋଞ୍ଜ (୨୦୦୬ କାତାର)
୫. ଦୀପଗ୍ରେସ ଏକ୍କା- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
୬. ନମିତା ଟପୋ- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ସୁନୀତା ଲାକ୍ରା- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ଲିଲିମା ମିଞ୍ଜ୍‌- ୪ର୍ଥ (୨୦୧୦ ଗୁଆଙ୍ଗଝୋ), ବ୍ରୋଞ୍ଜ (୨୦୨୪ ଇଞ୍ଚତ୍ଅନ), ରୌପ୍ୟ (୨୦୧୮ ଜାକର୍ତ୍ତା)
ଆଥଲେଟିକ୍ସ (ପୁରୁଷ)
(୧) ସେକ୍‌ ଗୁଲଜାର: (୧୯୫୧ ନୂଆଦିଲ୍ଲୀ) ୧୦,୦୦୦ ମିଟର ଦୌଡ଼
(୨) ଡ. ସତିକାନ୍ତ ଘୋଷ (୧୯୫୪ ମାନିଲା) ୪x୧୦୦ ମିଟର ରିଲେ
ଆଥଲେଟିକ୍ସ (ମହିଳା)
(୧) ପ୍ରଣତି ମିଶ୍ର (୧୯୯୦ ବେଜିଂ) ୪x୪୦୦ ମିଟର ରିଲେରେ ରୌପ୍ୟ ପଦକ
(୨) ଦୂତୀ ଚାନ୍ଦ (୨୦୧୮ ଜାକର୍ତ୍ତା) ୧୦୦ ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ
ଫୁଟବଲ (ପୁରୁଷ)
(୧) ଅବଦୁଲ ମଜିଦ- (୧୯୫୧ ନୂଆଦିଲ୍ଲୀ) ସ୍ବର୍ଣ୍ଣ ପଦକ
ଫୁଟବଲ (ମହିଳା)
(୧) ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (୧୯୯୮ ବ୍ୟାଙ୍କକ୍‌), (୨) ସସ୍ମିତା ମଲ୍ଲିକ (୨୦୧୦ ଗୁଆଙ୍ଗଝୋ, (୩) ସୁପ୍ରଭା ସାମଲ (୨୦୧୦ ଗୁଆଙ୍ଗଝୋ)
ନୌକା ଚାଳନା (ରୋଇଂ)
(୧) ପ୍ରତିମା ପୁହାଣ, (୨) ପ୍ରମିଳା ପ୍ରଭା ମିଞ୍ଜ୍‌ (୨୦୧୮ ଜାକର୍ତ୍ତା) କକ୍ସଲେସ୍‌ ପେଆର -ବ୍ରୋଞ୍ଜ ପଦକ)
ଭାରୋତ୍ତୋଳନ (ପୁରୁଷ) (୧) କେ. ରବିକୁମାର (୨୦୧୦ ଗୁଆଙ୍ଗଝୋ) ୫ମ ସ୍ଥାନ
ରଗ୍‌ବୀ ସେଭେନ୍ସ (ମହିଳା)
(୧) ଭାଗ୍ୟ ଲକ୍ଷ୍ମୀ ବାରିକ (୨୦୧୦ ଗୁଆଙ୍ଗଝୋ)
ଆସନ୍ତା ଏସୀୟ କ୍ରୀଡ଼ା ପାଇଁ ଅଧିକାଂଶ ଶୃଙ୍ଖଳାରେ ଭାରତ ତା’ର କ୍ରୀଡ଼ାବିତ୍‌ଙ୍କୁ ଚୟନ କରିସାରିଲାଣି। ହକି (ପୁରୁଷ, ମହିଳା) ଏବଂ ଫୁଟବଲ୍‌ (ମହିଳା) ଚୂଡ଼ାନ୍ତ ଦଳର ଖେଳାଳିଙ୍କ ନାମ ଘୋଷଣା ବାକିଅଛି। ଘୋଷଣା ସରିଥିବା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ହେଲେ ଜୁ-ଜିତ୍‌ସୁରେ ଅନୁପମା ସ୍ବାଇଁ, ନୌକାଚାଳନାରେ ସୋନାଲି ସ୍ବାଇଁ ଏବଂ ଋତୁ କୌଡି, ସାଇକେଲ ଚାଳନାରେ ସ୍ବସ୍ତି ସିଂ। ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଓ ତପନ ମହାନ୍ତି ଯୋଗ୍ୟତା ପାଇଥିଲେ ମଧ୍ୟ ଅଂଶଗ୍ରହଣକୁ ନେଇ ସଂଶୟ ଜାରି ରହିଛି। ପୁରୁଷ ହକିରେ ଅମିତ ରୋହି ଦାସ ଏବଂ ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି। ସେହିପରି ମହିଳା ଫୁଟ୍‌ବଲ୍‌ରେ ଓଡ଼ିଶାର ମନୀଷା ପାନ୍ନା, ପ୍ୟାରି ଖାଖା, ଜୁଲି କିଷାନ ଏବଂ ଯବାମଣି ଟୁବୁଙ୍କର ଚୂଡାନ୍ତ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଓଡ଼ିଶା କ୍ରୀଡ଼ା ଓ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ଏକ ଶୁଭ ସୂଚନା।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri