ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରି ବଳାତ୍କାର କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
ତେବେ ପୀଡ଼ିତାଙ୍କ ସ୍ବାମୀଙ୍କ ଅଭିଯୋଗନୁସାରେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ଏହି ଦମ୍ପତି ତାମିଲନାଡ଼ୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମଙ୍ଗଳବାର ରାୟଗଡ଼ାକୁ ଟ୍ରେନ ଯୋଗେ ଫେରିଥିଲେ। ରାତି ୮ଟା ସମୟରେ ନିଜ ଗାଁକୁ ଫେରିବା ପାଇଁ ରାୟଗଡ଼ା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଯୁବକ କେଉଁଆଡେ ଯିବ ବୋଲି ଉକ୍ତ ଦମ୍ପତିଙ୍କୁ ପଚାରିଥିଲେ। ଦମ୍ପତି ବନ୍ଧୁଗାଁକୁ ବସ ପାଇଁ ଅପେକ୍ଷା କରିଛୁ ବୋଲି କହିଥିଲେ। ତେବେ ବଳାତ୍କାର ଅଭିଯୁକ୍ତ ବତ୍ତର୍ର୍ମାନ ଆଉ ବନ୍ଧୁଗାଁକୁ ବସ ମିଳିବ ନାହିଁ ଏବଂ ମୋ ଘରେ ରହିଯାଅ ବୋଲି ସେମାନଙ୍କୁ କହିଥିଲେ। ପ୍ରଥମେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କୁ ନେଇ ଏକ ଦୋକାନରେ ଛାଡ଼ି ଟିଫିନ ଆଣି ଆସୁଛି କହି ସେଠାରୁ ଚାଲିଯାଇଥିଲେ । ସେଠାରୁ ଆସି ପୀଡ଼ିତାଙ୍କୁ କୋଇଲାପଡ଼ା ନିକଟସ୍ଥ ବୁଦାକୁ ନେଇ ବଳାତ୍କାର କରିଥିଲେ। ତେବେ ସ୍ତ୍ରୀ ଦୀର୍ଘ ସମୟ ଧରି ନ ଫେରିବାରୁ ସ୍ବାମୀ ବସଷ୍ଟାଣ୍ଡ ଆସି ସ୍ତ୍ରୀଙ୍କୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ । ପରେ ସ୍ବାମୀ ଖୋଜାଖୋଜି କରୁଥିବା ବେଳେ ପୀଡ଼ିତା କାନ୍ଦି କାନ୍ଦି ଆସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସ୍ତ୍ରୀ ସମସ୍ତ ଘଟଣା ସ୍ବାମୀଙ୍କୁ ଜଣାଇବା ପରେ ଉଭୟ ଯାଇ ରାୟଗଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ ।
ଏନେଇ ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁଙ୍କୁ ପଚାରିବାରୁ ପୀଡ଼ିତା ଲିଖିତ ଅଭିଯୋଗକୁ ଭିତ୍ତି କରି କେସ ନଂ ୪୩୧ରେ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିବା ସହିତ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ମହିଳାଙ୍କ ବୟାନ ମୁତାବକ ବଳାତ୍କାର ଘଟଣା ଘଟିଥିବା ସ୍ଥାନକୁ ଯାଇ ସେଠାରେ ତଦନ୍ତ କରାଯାଇଛି ବୋଲି କହିଛନ୍ତି ଏସଡିପିଓ ସାହୁ । ତେବେ ଟାଉନ ଥାନାରେ ୨୦୦ ମିଟର ଦୂରରେ ରହିଥିବା ବସଷ୍ଟାଣ୍ଡ ନିକଟରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଅପରାଧୀ ଅପରାଧ କରିବାକୁ ଭୟ କରୁନାହାନ୍ତି । ଅନ୍ୟପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପାଇଁ ପୀଡ଼ିତା ମହିଳା ଓ ତାଙ୍କ ସ୍ବାମୀ ଦାବି କରିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ଏହିଦିନ ମିଳିବ ନୂଆ ବହି

ଭୁବନେଶ୍ୱର,୫।୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା...

ମୋଦି-ପୁଟିନଙ୍କ ମିଳିତ ପ୍ରେସ୍‌ ବିବୃତ୍ତି: ନୂଆଦିଲ୍ଲୀରୁ ବିଶ୍ୱକୁ ଦେଲେ ବଡ଼ ସନ୍ଦେଶ, କହିଲେ ଆମେ ଏକାଠି…

ନୂଆଦିଲ୍ଲୀ,୫।୧୨: ଭାରତ-ରୁଷିଆ ସମ୍ପର୍କ ଏବଂ ସହଯୋଗର ୨୫ବର୍ଷ ପୂରଣ ହେବା ଉପରେ ରୁଷିଆ ରାଷ୍ଟ୍ରପତି ପୁଟିନ ଭାରତରେ ପହଞ୍ଚିଛନ୍ତି ଏବଂ ତାଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲିଠାରୁ...

ମୋ ଝିଅକୁ ପ୍ୟାଡ୍‌ ଦିଅ… ଇଣ୍ଡିଗୋ ବିମାନ ବିଳମ୍ବ ମଧ୍ୟରେ ହୃଦୟ ବିଦାରକ VIDEO ଭାଇରାଲ

ନୂଆଦିଲ୍ଲୀ,୫।୧୨: ଦେଶରେ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବିଷୟରେ ବହୁତ ଆଲୋଚନା ହେଉଥିବାବେଳେ, ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି। ବିମାନବନ୍ଦର...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

୨୦୨୫-୨୬ ଆର୍ଥିକ ବର୍ଷର ଖରିବ ଧାନ କ୍ରୟ ଶୁଭାରମ୍ଭ

ଲୋଇସିଂହା,୫।୧୨(ସୁଶାନ୍ତ ବାରିକ) ବଲାଙ୍ଗୀର ଡିଏଲ ପିସି ବୈଠକରେ ହୋଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜିଲାର ଲୋଇସିଂହା ପାକ୍ସରୁ ଜିଲ୍ଲାସ୍ତରୀୟ ୨୦୨୫-୨୬ ଆର୍ଥିକ...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri