ନ୍ୟାୟ ପ୍ରଦାନରେ ଓଡ଼ିଶା ର଼୍ୟାଙ୍କ ଖସିଲା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ଓଡିଶା ର଼୍ୟାଙ୍କ ତଳକୁ ଖସିଛି। ୨୦୧୯ରେ ଓଡିଶାର ସ୍ଥାନ ୭ ନମ୍ବର ଥିବା ବେଳେ ଏବେ ୧୧ ନମ୍ବରକୁ ଖସିଛି। ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ମହାରାଷ୍ଟ୍ର ପୂର୍ବଭଳି ୧ ନମ୍ବର ସ୍ଥାନରେ ରହିଛି। ସେହିପରି ଗତ ବର୍ଷ ତାମିଲନାଡୁ ତୃତୀୟ ସ୍ଥାନରେ ଥିବା ବେଳେ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି। ସେହିପରି ୨୦୧୯ରେ ତେଲଙ୍ଗାନା ୧୧ ନମ୍ବର ସ୍ଥାନରେ ଥିବା ବେଳେ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ପଞ୍ଜାବ ୪ ନମ୍ବରରେ ଥିବା ବେଳେ କେରଳ ୨ ନମ୍ବରରୁ ଖସି ୫ ନମ୍ବରକୁ ଆସିଛି। ସେହିପରି ଗୁଜରାଟ ୬ ନମ୍ବର ସ୍ଥାନରେ ଥିବା ବେଳେ ଛତିଶଗଡ ୭, ଝାଡଖଣ୍ଡ ୮, ହରିୟାଣା ୯, ରାଜସ୍ଥାନ ୧୦, ଆନ୍ଧ୍ର ପ୍ରଦେଶ ୧୨, ବିହାର ୧୩, ପଶ୍ଚିମବଙ୍ଗ ୧୭, କର୍ନାଟକ ୧୪, ଉତ୍ତର ପ୍ରଦେଶ ୧୫, ମଧ୍ୟପ୍ରଦେଶ ୧୬, ପଶ୍ଚିମବଙ୍ଗ ୧୭, ଉତ୍ତର ପ୍ରଦେଶ ୧୮ ତମ ସ୍ଥାନରେ ରହିଛି। ନ୍ୟାୟ ଦେବାରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୪ ମାସ ଧରି ସର୍ଭେ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜେଲରେ ଥିବା ଦୁଇ ତୃତୀୟାଂଶ ଲୋକଙ୍କୁ ଏଯାଏ ଦଣ୍ଡ ବିଧାନ କରାଯାଇ ନାହିଁ। ଭାରତରେ ଲୋକଙ୍କୁ କେମିତି ଓ କେତେ ଶୀଘ୍ର ନ୍ୟାୟ ମିଳୁଛି ସେ ନେଇ ସର୍ଭେ କରାଯାଇଥିଲା। ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୦ର ଦ୍ୱିତୀୟ ସଂସ୍କରଣ ରିପୋର୍ଟକୁ ଟାଟା ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅଧିକାଂଶ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନ୍ୟାୟ ବ୍ୟବସ୍ଥା ପ୍ରତି ଜରୁରୀ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି। ଛତିଶଗଡ଼କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ହାଇକୋର୍ଟରେ ବିଚାରପତି ପଦ ଖାଲି ରହିଛି। ହାଇକୋର୍ଟରେ ପ୍ରତି ୩ ପଦବୀରୁ ଗୋଟିଏ ଖାଲି ପଡ଼ିଥିବାବେଳେ ତଳକୋର୍ଟଗୁଡ଼ିକରେ ପ୍ରତି ୪ଟିରେ ଗୋଟିଏ ପଦ ଖାଲି ରହିଛି। ପ୍ରତି ୨୦ ହଜାର ଲୋକଙ୍କ ପାଇଁ ଜଣେ ବିଚାରପତି ରହିବା କଥା, କିନ୍ତୁ ତଳକୋର୍ଟଗୁଡ଼ିକରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଜଣେ ବିଚାରପତି କାର୍ଯ୍ୟ କରୁଛନ୍ତି। ଭାରତରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ୨୯ ପ୍ରତିଶତ। ସେହିପରି ଲକ୍ଷେ ଲୋକସଂଖ୍ୟା ପାଇଁ ମାତ୍ର ୧୫୬ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ହାଇକୋର୍ଟଗୁଡ଼ିକରେ ଗତ ଦୁଇବର୍ଷ ମଧ୍ୟରେ ମାମଲା ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇ ୪୪.୨୫ ଲକ୍ଷରେ ପହଞ୍ଚତ୍ଥିବାବେଳେ ତଳକୋର୍ଟଗୁଡ଼ିକରେ ଏହା ୫ ପ୍ରତିଶତ ବଢ଼ି ୨.୯୭ କୋଟି ହୋଇଛି। ତଳକୋର୍ଟଗୁଡ଼ିକରେ ମାମଲା ଫଇସଲା ହାର ୯୩% ହୋଇଥିବାବେଳେ ହାଇକୋର୍ଟଗୁଡ଼ିକରେ ଏହା ୮୮.୫%। ସେହିପରି ୧୯୯୫ରୁ ଗତ ୨୫ ବର୍ଷ ମଧ୍ୟରେ ମାତ୍ର ୧.୫ କୋଟି ଲୋକଙ୍କୁ ଆଇନଗତ ସହାୟତା ମିଳିଛି।
ତେବେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନ ହାସଲ କରିଛି। ୧୮ଟି ବୃହତ୍‌ ଓ ମଧ୍ୟମ ଆକାର ରାଜ୍ୟ ମଧ୍ୟରେ ଓଡିଶାକୁ ଏହି ସ୍ଥାନ ମିଳିଥିବା ରିପୋର୍ଟରେ କୁହାଯାଇଛି। ଇଣ୍ଡିଆ ଜଷ୍ଟିସ ରିପୋର୍ଟ-୨୦୧୯ରେ ଓଡିଶା ପୋଲିସକୁ ସପ୍ତମ ସ୍ଥାନ ମିଳିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ଏହି ସଫଳତା ମିଳିପାରିଛି। ୨୦୧୭ରୁ ଖାଲି ପଡିଥିବା ପୋଲିସ ପଦବୀଗୁଡିକୁ ପୂରଣ କରିବା ସହିତ ମହିଳା କର୍ମଚାରୀଙ୍କ ସଂଖ୍ୟାରେ (୮ରୁ ୧୧ ପ୍ରତିଶତ) ମଧ୍ୟ ବୃଦ୍ଧି ଘଟିଛି। ଗତ ୫ ବର୍ଷ (୨୦୧୫ରୁ ୨୦୧୯) ମଧ୍ୟରେ ଖାଲି ଥିବା କନଷ୍ଟେବଳ ପଦବୀରେ ହ୍ରାସ ଘଟିଛି। ତେବେ ଓଡିଶା ପୋଲିସ ପାଇଁ ଆଧୁନିକୀକରଣ ପାଣ୍ଠିର ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri