Posted inରାଜ୍ୟ

ମୟୂରଭଞ୍ଜ: ଜଣାଶୁଣା ନେତ୍ରୀଙ୍କୁ କୋଣଠେସା

ବାରିପଦା, ୭ା୪(ନୀଳାଦ୍ରି ବିହାରୀ ଦଣ୍ଡାପଟ): ନିର୍ବାଚନ ବିଗୁଲ ବାଜିବା ପରେ ମୟୂରଭଞ୍ଜ ଜିଲାରେ ରାଜନୀତି ଦୃଶ୍ୟପଟ ଭିନ୍ନ ମୋଡ ନେଉଛି । ଦଳରେ ଆଶାୟୀଙ୍କ ଅସନ୍ତୋଷ ଓ ପ୍ରାର୍ଥୀ ଚୟନ ବିବାଦ ରାଜନୈତିକ ଦଳଗୁଡିକ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି। ଅପରପକ୍ଷେ ଏଥର ଜିଲାର ଜଣାଶୁଣା ତଥା ଟାଣୁଆ ନେତ୍ରୀମାନେ ଟିକେଟ ପାଇବାରୁ କୋଣଠେସା ହୋଇରହିଛନ୍ତି ।

୯ ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ୬ ଓ ଭାଜପା ୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ଆସନଗୁଡିକରେ ପ୍ରାର୍ଥୀ ଚୟନ ନେଇ ଉଭୟ ଦଳ ପକ୍ଷରୁ ବିଚାର ବିମର୍ଶ ଚାଲୁରହିଛି । ଆଦିବାସୀ ଅଧ୍ୟୁଷିତ ଜିଲାର ସମସ୍ତ ଆସନ ମଧ୍ୟରୁ ମୋରଡା ଆସନ ସାଧାରଣବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବଡ଼ସାହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ୯ ଆସନରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ମୋରଡାରୁ ପ୍ରୀତିନନ୍ଦା କାନନୁଗୋ ଓ ବଡ଼ସାହିରୁ ଅନସୂୟା ପାତ୍ରଙ୍କୁ ଟିକେଟ ଦେଇଛି। ଅବଶିଷ୍ଟ ୭ଟି ଆସନ ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଆସନଗୁଡିକ ମଧ୍ୟରୁ ବାଙ୍ଗରିପୋଷି, ସାରସକଣା ଓ କରଞ୍ଜିଆ ପାଇଁ ପ୍ରାର୍ଥୀ ଘୋଷଣା ନେଇ ବିଳମ୍ବ ହୋଇଛି ।

ଜିଲାରେ ଚର୍ଚ୍ଚିତ ନେତ୍ରୀ ଭାବେ ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରାକ୍ତନ କଲେଜ ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ଏଆଇସିସି ସଦସ୍ୟା ତଥା ପ୍ରାକ୍ତନ ରାଜ୍ୟ ସଭା ସଦସ୍ୟା ସୁଶୀଳା ତିରିଆ, ଝାଡଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ, ପ୍ରାକ୍ତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ଓ ଜିଲା ପରିଷଦ ସଦସ୍ୟା ଭାରତୀ ହାଁସଦା ଜଣାଶୁଣା ଅଛନ୍ତି । ଏମାନଙ୍କ ମଧ୍ୟରୁ ସରୋଜିନୀ, ବାସନ୍ତୀ ଓ ଭାରତୀ ବିଜେଡିର ଟାଣୁଆ ନେତ୍ରୀ ଭାବେ ନିଜର ସଙ୍ଗଠନକୁ ମଜଭୁତ କରିଛନ୍ତି। ଏହି ୩ ନେତ୍ରୀଙ୍କ ମଧ୍ୟରୁ ବାକି ରହିଥିବା ଆସନଗୁଡିକରେ ସୁଯୋଗ ଦିଆଗଲେ ଦଳର ବିଜୟପଥ ସହଜ ହେବ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି । ଏପରିକି ପ୍ରୀତିନନ୍ଦା ଓ ଅନସୂୟାଙ୍କ କ୍ଷେତ୍ରରେ ସେଭଳି ଚର୍ଚ୍ଚା ନ ଥିବା ବେଳେ ଲୋକପ୍ରିୟ ନେତ୍ରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସେହିପରି ସୁଶୀଳା ଓ ଅଞ୍ଜନୀ କଂଗ୍ରେସରୁ ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି । ଆଉ ସରସ୍ବତୀ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କେତେକ କର୍ମୀ କହୁଛନ୍ତି। ତେବେ ତେବେ ଭାଜପା ଓ ବିଜେଡି ଲୋକ ସଭା ପ୍ରାର୍ଥୀ ଭାବେ ମହିଳାଙ୍କୁ ସ୍ଥାନିତ କରିନାହାନ୍ତି । ନିକଟରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଭାଜପାରେ ଯୋଗଦେଇଥିବା ବେଳେ ଅଦ୍ୟାବଧି କୌଣସି ନେତ୍ରୀଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇନାହିଁ । ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଭାଜପା ନିକଟରେ ମହିଳା ପ୍ରାର୍ଥୀଙ୍କ ଅଭାବ ପରିଲକ୍ଷିତ ହେଉଥିବାରୁ ଦଳ ପରିବର୍ତ୍ତନକାରୀଙ୍କୁ ଗୁରୁତ୍ୱ ଦେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri