ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର

ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା।

ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏବେ ବଡ଼ ପୁଅ ସିଦ୍ଧାର୍ଥ ଓ ସାନପୁଅ ମନ୍ମଥଙ୍କୁ ବିଧାୟକ କରାଇବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିଥିବା ସୁରେଶ ସମ୍ପ୍ରତି ଦୁଇ ପୁଅଙ୍କ ପାଇଁ ସାରଥି ସାଜିଛନ୍ତି। ସାନପୁଅ ମନ୍ମଥ କଂଗ୍ରେସରୁ ଲଢିବେ ବୋଲି ପୂର୍ବରୁ କହି ବୁଲୁଥିବା ସୁରେଶ ଏବେ ୟୁ ଟର୍ନ ନେଇଛନ୍ତି। ‘ମୁଁ କଂଗ୍ରେସରେ ରହିବି, ପୁଅ ଯେଉଁ ଦଳରୁ ଠିଆହେବ ତାଙ୍କୁ ସମର୍ଥନ ଦେବି’ ବୋଲି ସୁରେଶ କହିଛନ୍ତି।
ଜଟଣୀ ନାଗରିକ କମିଟି ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପକ୍ଷରୁ ଗଙ୍ଗପଡ଼ା ପଞ୍ଚାୟତର ମା’ ଭୁଆସୁଣୀ ପୀଠରେ ସୁରେଶ କୁମାର ରାଉତରାୟଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସୁରେଶ ତାଙ୍କ ଉତ୍ତରାଧିକାରୀ ଭାବେ ସାନ ପୁଅ ମନ୍ମଥ ରାଉତରାୟଙ୍କ ନାମ ଘୋଷଣା କରିଥିବା ବେଳେ ଆଜିଠାରୁ ସେ ମୋ’ ସ୍ଥାନରେ କାମ କରିବେ ଓ ସେ ଯେଉଁ ଦଳରୁ ଟିକେଟ ପାଇ ଲଢିବେ ମୁଁ ତାଙ୍କୁ ସମର୍ଥନ କରିବି ବୋଲି କହିଛନ୍ତି। ମୁଁ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି ସୁର ପ୍ରକାଶ କରିଛନ୍ତି। ଏହି ସମାବେଶରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଅନେକ ହଜାର କର୍ମୀଙ୍କୁ ଏକାଠି କରି ସେ ତାଙ୍କ ପୁଅ ପାଇଁ ନୂଆ ରଣନୀତି ଆରମ୍ଭ କରିଛନ୍ତି। ତାଙ୍କ ପୁଅକୁ ସମସ୍ତେ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମନ୍ମଥ କେଉଁ ଦଳରୁ ଲଢ଼ିବେ ସେ ତାହା ପ୍ରକାଶ କରି ନ ଥିଲେ ମଧ୍ୟ ମୁଁ ଲୋକଙ୍କ ସହ ଅଛି ଏବଂ ସମୟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ସୁରେଶ କହିଛନ୍ତି। ତେବେ ସମାବେଶରେ ସବୁଜ ରଙ୍ଗର ଟେଣ୍ଟ ବନ୍ଧାଯାଇଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମାବେଶ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଥିଲା। ବିଜେଡି ସଭାକୁ ଯେମିତି ସବୁଜ ରଙ୍ଗର କପଡ଼ାରେ ସଜାଯାଏ ଠିକ୍‌ ସେହିପରି ସଭାସ୍ଥଳକୁ ସଜାଯାଇଥିଲା। ତେବେ ମନ୍ମଥ କହିଛନ୍ତି, ରଙ୍ଗ କୌଣସି ବ୍ୟକ୍ତି ବିଶେଷ ଅଥବା ଦଳର ନ ଥାଏ। ବିଜେଡି ଅଥବା ଅନ୍ୟ କେଉଁ ଦଳରୁ ସେ ଛିଡ଼ା ହେବେ ତାହା ସମୟ ଆସିଲେ କହିବେ କହି ସେ ଏ ସଂକ୍ରାନ୍ତ ପ୍ରଶ୍ନକୁ ଏଡାଇ ଯାଇଥିଲେ। ‘ଦୀର୍ଘବର୍ଷ ଧରି ମୋ’ ବାପା ରାଜନୀତିରେ ସକ୍ରିୟ ରହିଛନ୍ତି। ସମାଜ ପ୍ରତି ରହିଥିବା ତାଙ୍କ ସେବା ଓ ସମର୍ପଣ ସ୍ବରୂପ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ବୋଲି ମନ୍ମଥ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ସୁରେଶ ସମ୍ବର୍ଦ୍ଧନା ଆଳରେ ପୁଅ ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri