Posted inଜାତୀୟ

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ ଖବରଦାତା ସମ୍ମିଳନୀ କରି କେଜ୍‌ରିଓ୍ବାଲ ଦେଇଥିବା ବାର୍ତ୍ତା ଲୋକଙ୍କ ସହ ବାଣ୍ଟିଛନ୍ତି। ଏହି ସମୟରେ ସୁନୀତା ବସିଥିବା ଚେୟାର ପଛରେ କେଜ୍‌ରିୱାଲଙ୍କ ଫଟୋ ଭଗତ ସିଂ ଏବଂ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଫଟୋ ମଝିରେ ଲଗାଯାଇଥିବା ଦେଖିବାକୁ ମିଳିଛି।
ଲୋକଙ୍କୁ କେଜ୍‌ରିଓ୍ବାଲ ବାର୍ତ୍ତା ଦେଇ କହିଛନ୍ତି, ମୁଁ ଜେଲରେ ଥିବାରୁ ମୋର ଦିଲ୍ଲୀବାସୀ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ ନୁହେଁ।  ପ୍ରତ୍ୟେକ ବିଧାୟକ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝନ୍ତୁ। ଯାହାର ଯାହା ସମସ୍ୟା ଥାଉନା କାହିଁକି ତାର ସମାଧାନ କର। କେବଳ ସରକାରୀ ବିଭାଗର ସମସ୍ୟାର ସମାଧାନ ବିଷୟରେ କହୁନାହିଁ, ଆମକୁ ଲୋକମାନଙ୍କର ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସମାଧାନ କରିବାକୁ ପଡିବ। ଏହାଛଡ଼ା ଦିଲ୍ଲୀର ୨ କୋଟି ଲୋକ ମୋର ପରିବାର ଏବଂ ମୋ ପରିବାରର କେହି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ଦେବି ନାହିଁ, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
କହିରଖୁଛୁ, ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୨ ଘଣ୍ଟା ପଚରାଉଚରା ପରେ ମାର୍ଚ୍ଚ ୨୧ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ଦିଲ୍ଲୀ ସରକାର ନଭେମ୍ବର ୨୦୨୧ ରେ ମଦ ନୀତି ଆରମ୍ଭ କରିଥିଲେ, ଏହାର କିଛି ସମୟ ପରେ ୨୦୨୨ ମସିହାରେ ଅନିୟମିତତା ଖବର ପ୍ରକାଶ ପାଇଥିଲା। ସୂଚନା ପାଇବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଏହି ମାମଲା ସହ ଜଡିତ ଲୋକଙ୍କୁ ଗିରଫ କରିବା ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରାଯାଇଛି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜ୍‌ରିଓ୍ବାଲ ଏପ୍ରିଲ ୧୫ ପର୍ଯ୍ୟନ୍ତ ଜେଲରେ ରହିବେ। ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କର ୩ ବନ୍ଧୁଙ୍କୁ ତାଙ୍କୁ ଜେଲରେ ଭେଟିବାକୁ ଅନୁମତି ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri