ସମ୍ବଲପୁରରେ ରାସେଶ୍ୱରୀ, ରୋହିତଙ୍କ ଆସନ ଅଙ୍କ ଛିଣ୍ଡୁନି

ସମ୍ବଲପୁର,୪ା୪ (ଭବାନୀ ଶଙ୍କର ଭୋଇ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାରାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଭରସା କରି ପୁନର୍ବାର ଟିକେଟ ଦେଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା ହୋଇନାହିଁ। ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମ ଘୋଷଣା ହେବା ପରେ କର୍ମୀ ମହଲରେ ହାରଜିତକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ବିଜେଡିର ବିଧାନସଭା ଅଙ୍କ ଏଯାଏ ଛିଣ୍ଡିପାରି ନ ଥିବାରୁ କାହାକୁ ଟିକେଟ ମିଳିବ ସେ ନେଇ କର୍ମୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି।

ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ବବିଙ୍କ ନାମ ଘୋଷଣା ହୋଇ ସେ ସମ୍ବଲପୁର ଆସିବା ପର୍ଯ୍ୟନ୍ତ ବିଜେଡି ଜିଲା ସଭାପତି ରୋହିତ ପୂଜାରୀଙ୍କ ନାମ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ସବୁଠାରୁ ଆଗରେ ରହିଥିଲା। ରୋହିତଙ୍କ ସମର୍ଥକ ସମ୍ବଲପୁର ବିଧାନସଭା ଟିକେଟ ଫାଇନାଲ ହୋଇସାରିଥିବା ଦାବି କରୁଥିଲେ। ଏପରି କି ବବି ରୋହିତଙ୍କୁ ନେଇ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଘରକୁ ଦେଖା କରିବା ପାଇଁ ଯାଇଥିଲେ। ଏହି ସମୟରେ ରାସେଶ୍ୱରୀଙ୍କ ସମର୍ଥକ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ବବିଙ୍କ ସାମ୍ନାରେ ଡା. ପାଣିଗ୍ରାହୀଙ୍କୁ ଟିକେଟ ନ ଦେଲେ ସେମାନେ ସକ୍ରିୟ ଭାବେ ପ୍ରଚାର କାମରେ ଲାଗିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ରୋହିତଙ୍କୁ ସିଧାସଳଖ ବିରୋଧ କରିଥିଲେ। ଏହା ପରେ ବିଜେଡି ରୋହିତଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ ଦେବା ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା। ରୋହିତ ପରିସ୍ଥିତି ଦେଖି ପୁଣିଥରେ ରେଢାଖୋଲ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି। ଏହାପରେ ସମର୍ଥକମାନେ ଡା. ରାସେଶ୍ୱରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ପାଇଁ ପୁଣିଥରେ ଟିକେଟ ପାଇବେ ବୋଲି ଦାବି କରୁଛନ୍ତି। ସେମାନଙ୍କ କହିବା କଥା ଡା. ପାଣିଗ୍ରାହୀଙ୍କ ସମୟରେ ସମ୍ବଲପୁରରେ ଅନେକ ବିକାଶମୂଳକ କାମ ହୋଇଛି। ସମ୍ବଲପୁର ଜନସାଧାରଣଙ୍କ ନିକଟରେ ତାଙ୍କର ଲୋକପ୍ରିୟତା ମଧ୍ୟ ଅଛି। ସେ ଜୟନାରାୟଣଙ୍କୁ କଡ଼ା ଟକ୍କର ଦେବେ ଓ ସଂସଦୀୟ ନିର୍ବାଚନରେ ମଧ୍ୟ ଏହାର ଫାଇଦା ମିଳିବ ବୋଲି ସମର୍ଥକ ଦାବି କରୁଛନ୍ତି। ତେବେ ବିଜେଡିର ଦ୍ୱିତୀୟ ତାଲିକାରେ ମଧ୍ୟ ସମ୍ବଲପୁରର କୌଣସି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଜିଲାରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନାକୁ ନେଇ ଦଳ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ହାତୀ କାହାମୁଣ୍ଡରେ ସୁନାକଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri