ଫିଟୁଛି ଗୁମର, ବଢ଼ୁଛି ସନ୍ଦେହ

ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଏଥିରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ଆଇଟିଆଇକୁ ଦିଆଯାଇଥିଲା। ଆଇଟିଆଇ ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦେଇଥିଲା। କେଉଁ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଗଲା, ଏଥିରେ ଓପିଆର୍‌ବିର କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି,ତାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ଅପରପକ୍ଷରେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ ବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ଦିଆଯାଇଥିବାବେଳେ ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଶନିବାର ଜରୁରୀ ବୈଠକ କରିଛନ୍ତି। ସେପଟେ ଏହି ଘଟଣାର ଅନ୍ୟତମ ମଧ୍ୟସ୍ଥ କଟକ ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରା(୨୯)ଙ୍କୁ ଗିରଫ ପରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି(ରୁରାଲ୍‌) କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଶ୍ୱରଞ୍ଜନଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଗିରଫଦାରି ସଂଖ୍ୟା ୧୧୮ରେ ପହଞ୍ଚତ୍ଛି। ବିଶ୍ୱରଞ୍ଜନ ଆଶାୟୀ ପ୍ରାର୍ଥୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ଏପରିକି ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କ ଓରିଜିନାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ୍‌ ଚେକ୍‌ ସଂଗ୍ରହ କରିଥିଲେ ବୋଲି ଜଣାପଡ଼ିଛି। ଏହି ପ୍ରସଙ୍ଗରେ ଏବେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି।

ଭୁବନେଶ୍ୱର/କଟକ/ବ୍ରହ୍ମପୁର, ୫ା୧୦(ସତ୍ୟଜିତ ରାଉତ/କାର୍ତ୍ତିକ ସାହୁ/ସୁବାସ ଚନ୍ଦ୍ର ପାଢ଼ୀ): ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣା ଜଣାପଡ଼ିବାର ୪ ଦିନ ପରେ ଶନିବାର ଓପିଆର୍‌ବି ପକ୍ଷରୁ ବୈଠକ ଡକାଯାଇ ଏନେଇ ତନାଘନା ଆରମ୍ଭ ହୋଇଛି। ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବୋର୍ଡର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୨ ଘଣ୍ଟାର ବୈଠକ ପରେ ଓପିଆର୍‌ବି ଅଧ୍ୟକ୍ଷ ନାଥ ଗଣମାଧ୍ୟମକୁ କହିଛନ୍ତି, ଯାହା ଘଟଣା ଘଟିଛି ତାହା କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ। ସେମାନେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଏହାର ଫଳାଫଳକୁ ଆମେ ଅପେକ୍ଷା କରିଛୁ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ଠିକ୍‌ ସମୟରେ ସ୍ବଚ୍ଛ ଓ ଭଲ ଭାବେ ପରୀକ୍ଷା ହେବ ବୋଲି ସୁଶାନ୍ତ କହିଛନ୍ତି। ଏସ୍‌ଆଇ ଆଶାୟୀମାନଙ୍କୁ ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଛି। ଏଥିସହ ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସ୍‌ପି ଅନୀଲ ବେଉରିଆଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ମଧ୍ୟସ୍ଥ ବିଶ୍ୱରଞ୍ଜନଙ୍କୁ ଶୁକ୍ରବାର ଗିରଫ ପରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି(ଆର୍‌) କୋର୍ଟକୁ ଚାଲାଣ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ବିଶ୍ୱରଞ୍ଜନ ଏହି ଘଟଣାରେ ମଧ୍ୟସ୍ଥ ଭାବରେ କାମ କରିବା ସହ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଆଶାୟୀ ପ୍ରାର୍ଥୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ପ୍ରଶ୍ନପତ୍ର ଯୋଗାଇବାକୁ କହି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ବିଶ୍ୱରଞ୍ଜନ ଅରିଜିନାଲ୍‌ ସାର୍ଟିଫିକେଟ୍‌ ଏବଂ ବ୍ଲାଙ୍କ୍‌ ଚେକ୍‌ ନେଉଥିଲେ। ଆଶାୟୀମାନଙ୍କ ଠାରୁ ନେଉଥିବା କାଗଜପତ୍ରଗୁଡିକୁ ସେ ସିଣ୍ଡିକେଟର ଅନ୍ୟ ସଦସ୍ୟକୁ ଦେଉଥିଲେ। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା କ୍ରାଇମବ୍ରାଞ୍ଚ କହିଛି। ତେବେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଏସ୍‌ଆଇ ଆଶାୟୀମାନେ ପ୍ରତିବାଦ କରିଥିବା ବେଳେ ଶନିବାର କଟକ ବିଶ୍ୱନାଥ ପଣ୍ଡିତ ପାଠାଗାର ସମ୍ମଖରେ ବହୁ ଆଶାୟୀ ଧାରଣା ଦେଇଥିଲେ। ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଶୀଘ୍ର ପରୀକ୍ଷା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏହି ଘଟଣାରେ ଓପିଆର୍‌ବି ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆସୁଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ନାହିଁ ପ୍ରଶ୍ନ ଉଠିଛି। ଏସ୍‌ଆଇ ପରୀକ୍ଷାର ପ୍ରଥମେ ଲିଖିତ, ଦ୍ୱିତୀୟ ପର୍ଯ୍ୟାୟରେ ଶାରୀରିକ ଏବଂ ଶେଷରେ ମୌଖିକ ପରୀକ୍ଷା ହୋଇଥାନ୍ତା। ଲିଖିତ ପରୀକ୍ଷା କରିବାକୁ ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବାବେଳେ ଓପିଆର୍‌ବି ଶାରୀରିକ ଓ ମୌଖିକ ପରୀକ୍ଷା କରିଥାନ୍ତା। ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବାକୁ ୨୫ ଲକ୍ଷର ଡିଲ୍‌ ହୋଇଥିବା କୁହାଯାଉଥିବାବେଳେ ଏଥିରେ କାହାର ଭାଗ କେତେ ସେନେଇ ଚର୍ଚ୍ଚା ହେଉଛି। ଏହି ଘଟଣାରେ ବଡ଼ ପୋଲିସ ଅଧିକାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଜେରା କରିବ କି ନାହିଁ ପ୍ରଶ୍ନ ଉଠିଛି। ତେବେ ଏହି ଜାଲିଆତି ଘଟଣାରେ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍ଟ ସଂସ୍ଥାର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଏହାର ମୁଖ୍ୟ ଶଙ୍କର ପୃଷ୍ଟି ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri