କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ ଟଙ୍କା ନେଇ ଯିବା ସମୟରେ ଖବରପାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରିଥିଲା। ସମ୍ବଲପୁର ରେଳ ଷ୍ଟେଶନ ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରି ଯାଞ୍ଚ କରିବା ପରେ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚାରିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହାପରେ ଭଜିଲାନ୍ସ ତାଙ୍କୁ ଉଠାଇ ନେବା ସହ ସମ୍ବଲପୁର, ଭଞ୍ଜନଗର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ରସୁଲଗଡ଼ରେ ଥିବା ଘରୁ ନଗଦ ୫ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁରସ୍ଥିତ ଭଉଣୀଙ୍କ ଘରୁ ୩୪.୮୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍‌ ତାଙ୍କ ବ୍ୟାଙ୍କ୍‌ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। ବଡ଼ କଥା ହେଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ୍‌ଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ ଏକ ଟିଣ ବାକ୍ସରୁ ମିଳିଥିଲା।

କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କ ରହିଛି ୨୯ ପ୍ଲଟ। ୨ ବହୁତଳ କୋଠା ସହ କଳିଙ୍ଗ ବିହାରରେ ରହିଛି ବାବୁଙ୍କ ଗୋଟିଏ ଫ୍ଲାଟ ରେଡ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା ମିଳିଛି। ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ।

ଅଭିଯୁକ୍ତ ବିଦ୍ୟୁତ୍‌ ରଞ୍ଜନ ଡେପୁଟି ମ୍ୟାନେଜର ଥିବାରୁ ସେ ଠିକାଦାରଙ୍କୁ ସହଯୋଗ କରୁଥିଲେ। କିଛି ହାତ ଗଣତି ଠିକାଦାରଙ୍କୁ ବିନା ଟେଣ୍ଡରରେ ଠିକା କାମ ଦେଉଥିଲେ। ଫଳରେ କଣ୍ଟ୍ରାକ୍ଟରମାନେ ତାଙ୍କୁ ପୁଳା ପୁଳା ଲାଞ୍ଚ ଟଙ୍କା ଦେଉଥିଲେ। ମଙ୍ଗଳବାର ସେ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ନେଇଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରି ସମ୍ବଲପୁର ଷ୍ଟେଶନ ନିକଟରେ ଧରିଥିଲେ। ବିଦ୍ୟୁତ୍‌ ରଞ୍ଜନଙ୍କ ନଁାରେ ପୂର୍ବରୁ ମଧ୍ୟ ଲାଞ୍ଚ ନେବା ସମ୍ପର୍କିତ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri