Posted inଫୁରସତ

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା। ଅଗଷ୍ଟ ୯ ତାରିଖ ରାତିରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହରେକୃଷ୍ଣ ମହତାବଙ୍କ ସମେତ ତୁଙ୍ଗନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିସହ ଓଡ଼ିଶାର ସବୁ ଜିଲା କଂଗ୍ରେସ କମିଟି, ଥାନା କଂଗ୍ରେସ କମିଟି ଓ କଂଗ୍ରେସ ଆଶ୍ରମକୁ ବେଆଇନ ଘୋଷଣା କରି ସେଥିରେ ତାଲା ପକାଇ ଦିଆଯାଇଥିଲା। ଅପରପକ୍ଷରେ ଅଗଷ୍ଟ ୧୧ରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ତା’ ପରଦିନ ମାଳତି ଚୌଧୁରୀ ବମ୍ବେରୁ ଫେରି ଆସିଥିଲେ। ତା’ପରେ ଓଡ଼ିଶାର ରାଜନୈତିକ ବାତାବରଣ ଉଷ୍ମ ହୋଇଥିଲା। ସେତେବେଳକୁ ସବୁ ତୁଙ୍ଗ ନେତା କାରାଗାରରେ ଥିବାରୁ ଆନ୍ଦୋଳନ ଏକ ଭିନ୍ନ ମୋଡ଼ ନେଇଥିଲା। ପୁରପଲ୍ଲୀରେ ଥିବା କଂଗ୍ରେସ କର୍ମୀମାନେ ଦଳ ବା ଅନ୍ୟ କୌଣସି ନେତାଙ୍କଠାରୁ ନିର୍ଦ୍ଦେଶ ନ ପାଇବା ଫଳରେ ନିଜ ଅଞ୍ଚଳରେ ସେମାନେ ଜଣେ ଜଣେ ନେତା ହୋଇ ପରିସ୍ଥିତି ଅନୁସାରେ ହିଂସାତ୍ମକ କାର୍ଯ୍ୟରେ ଆଶ୍ରୟ ନେଇଥିଲେ। ସେମାନେ ପୋଷ୍ଟ ଅଫିସ, ଥାନା, ସରକାରୀ ଅଫିସ ପୋଡିବା ସମେତ ସେଥିରେ ଥିବା ଆସବାବପତ୍ର ଲୁଟ କରିନେଇଥିଲେ। କେତେକ ସ୍ଥାନରେ ଏହା ଏପରି ଭୟାବହ ରୂପ ଧାରଣ କରିଥିଲା ଯେ, ପୋଲିସ ଗୁଳିରେ କେତେକ ସତ୍ୟାଗ୍ରହୀ ଟଳି ପଡିଥିଲେ।
ଅବିଭକ୍ତ ବାଲେଶ୍ୱର ଜିଲାରେ ପୋଲିସ ତିନୋଟି ସ୍ଥାନରେ ଗୁଳିଚାଳନା କରିବାରୁ ଓଡିଶାରେ ସର୍ବାଧିକ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଥିଲା। ଜଣେ ମହିଳା ସମେତ ୪୨ ଜଣ ମୃତ୍ୟୁବରଣ କରି ଶହୀଦ ହୋଇଥିଲେ।
ବର୍ତ୍ତମାନର ଭଦ୍ରକ ଜିଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ଥାନା ପୋଡ଼ି ଥିଲା ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ସମୟରେ ପ୍ରଥମ ହିଂସାତ୍ମକ କାର୍ଯ୍ୟ। ଏହା ଥିଲା ୧୯୪୨ ଅଗଷ୍ଟ ୧୭ ତାରିଖର ଘଟଣା। ସେହିପରି ଧାମନଗର ଥାନା ଅନ୍ତର୍ଗତ ଲୁଣିଆ କଟ ସାହି ଗ୍ରାମ ନିକଟରେ ଏକ ପଡିଆରେ ସେପ୍ଟେମ୍ବର ୨୨ ତାରିଖ ଦିନ ପୋଲିସ ଗୁଳିରେ ୯ ଜଣ ମୃତ୍ୟୁ ବରଣ କରିଥିଲେ। ବାଲେଶ୍ୱର ଜିଲାର ଖଇରା ଥାନା ଅନ୍ତର୍ଗତ ତୁଡିଗଡିଆ ଓ ଖଇରାଡିହି ଗ୍ରାମରେ ସେପ୍ଟେମ୍ବର ୨୮ ରେ ତିନିଜଣ ସତ୍ୟାଗ୍ରହୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ୧୯୪୨ ମସିହା ସେପ୍ଟେମ୍ବର ୨୮ରେ ଅଧୁନା ଭଦ୍ରକ ଜିଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମରେ ଏକ ଲୋମହର୍ଷଣକାରୀ ଘଟଣା ସଂଗଠିତ ହୋଇଥିଲା। ପୋଲିସ ଫୌଜ ଗୁଳିଚାଳନା କରି ୨୯ ଜଣଙ୍କର ପ୍ରାଣ ନେବା ସଙ୍ଗେ ସଙ୍ଗେ ୫୬ ଜଣଙ୍କୁ ଆହତ କରିଥିଲେ।

ଅବିଭକ୍ତ କଟକ ଜିଲାରେ ଭାରତ ଛାଡ ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଏହି ଜିଲାରେ ପୋଲିସ ଗୁଳିରେ କେତେଜଣ ଶହୀଦ ହୋଇଥିଲେ। ସେତେବେଳର ଯାଜପୁର ସବ୍‌ଡିଭିଜନ ଅଧୁନା ଯାଜପୁର ଜିଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ କାଇପଡା କଳାମାଟିଆଠାରେ ଅଗଷ୍ଟ ୨୬ ତାରିଖ ଦିନ ପୋଲିସ ଅମାନୁଷିକଭାବେ ଗୁଳିଚାଳନା କରି ୪ ଜଣ ସତ୍ୟାଗ୍ରହୀଙ୍କୁ ମାରିଦେବା ସଙ୍ଗେ ସଙ୍ଗେ ୧୯ ଜଣଙ୍କୁ ଆହତ କରିଥିଲେ। ଅବିଭକ୍ତ କୋରାପୁଟ ଜିଲାରେ ଭାରତଛାଡ ଆନ୍ଦୋଳନର ଜୁଆର ନିଜର ସରହଦ ଅତିକ୍ରମ କରିଥିଲା। ଏହି ଜିଲାରେ ଜଣଙ୍କୁ ଫାଶୀ ଦିଆଯିବା ସହ ପୋଲିସ ଗୁଳିରେ ୨୫ ଜଣ ମୃତ୍ୟୁବରଣ କରିଥିଲେ। ଫାଶୀ ପାଇଥିବା ଲକ୍ଷ୍ମଣ ନାୟକ ଥିଲେ ସେହି ଆନ୍ଦୋଳନର ଏକ ଶାଣିତ ସ୍ବର। ସେହିପରି ୧୯୪୨ ଅଗଷ୍ଟ ୨୪ରେ ଅବିଭକ୍ତ କୋରାପୁଟ ଜିଲା ନବରଙ୍ଗପୁର ସବ୍‌ଡିଭିଜନ୍‌ର ପାପଡ଼ାହାଣ୍ଡିଠାରେ ପୋଲିସ ଫୌଜ ଗୁଳିରେ ୧୯ଜଣ ସତ୍ୟାଗ୍ରହୀ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ୧୭ଜଣ ଆହତ ହୋଇଥିଲେ।

ପୁରୀ ଜିଲାର କେତେଜଣ ସତ୍ୟାଗ୍ରହୀ ୧୯୪୨ ସେପ୍ଟେମ୍ବର ୧୬ରେ ନିମାପଡ଼ା ଥାନା ପୋଡ଼ିବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳି କରି ଜଣଙ୍କର ପ୍ରାଣ ନେଇଥିଲେ। ଆଉ କେତେଜଣ ମଧ୍ୟ ଆହତ ହୋଇଥିଲେ। ସମ୍ବଲପୁର ଜିଲା ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ଏଠାରେ ତିନି ଜଣ ନାରୀନେତ୍ରୀ ସେମାନଙ୍କର ଦୁଃସାହସିକ ପଦକ୍ଷେପ ପାଇଁ ସ୍ବାଧୀନତା ସଂଗ୍ରାମରେ ସ୍ମରଣୀୟ ହୋଇ ରହିଛନ୍ତି। ସେମାନେ ହେଲେ ଜମ୍ବୁବତୀ ଦେବୀ, ପ୍ରଭାବତୀ ଦେବୀ ଓ ପାର୍ବତୀ ଗିରି। ସେହିପରି ଗଞ୍ଜାମ ଜିଲାରେ ସତ୍ୟାଗ୍ରହୀମାନେ ସରକାରୀ ଅଫିସଗୁଡିକୁ ପୋଡ଼ି ଦେଇଥିଲେ। ଓଡ଼ିଶାରେ ଥିବା ୨୬ଟି ଗଡ଼ଜାତ ରାଜ୍ୟ ଊଣା ଅଧିକେ ଭାରତଛାଡ଼ ଆନ୍ଦୋଳନର ରଙ୍ଗଭୂମି ହୋଇଥିଲା। ଢେଙ୍କାନାଳ, ତାଳଚେର ଓ ନୟାଗଡ଼ ରାଜ୍ୟରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। କେତେଜଣ ସତ୍ୟାଗ୍ରହୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହାଥିଲା ଭାରତଛାଡ଼ ଆନ୍ଦୋଳନକୁ ଓଡ଼ିଶାର ଲୋମହର୍ଷଣକାରୀ ଗୁରୁତ୍ୱପୂର୍ଣ୍ଣ ଅବଦାନ।

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ
ମୋ-୯୮୬୧୦୬୪୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri