Posted inଖେଳ

ଇନିଂସ ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର, ୯।୧୧ (ତପନ ସ୍ବାଇଁ): ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଇନିଂସ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ସନ୍ଦୀପ ପଟ୍ଟନାୟକଙ୍କ ଶତକ ସତ୍ତ୍ୱେ ଫଲୋଅନ ହୋଇଥିବା ଓଡ଼ିଶା ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ୧୨୬ ରନରେ ୫ ଉଇକେଟ ହରାଇ ସାରିଛି। ହାତରେ ୫ ଉଇକେଟ ଥିବାବେଳେ ମୁମ୍ବାଇର ପ୍ରଥମ ଇନିଂସ ସ୍କୋରଠାରୁ ଓଡ଼ିଶା ଆହୁରି ୧୯୧ ରନ ପଛରେ ରହିଛି। ଏଠାରେ ମୁମ୍ବାଇ ଏହାର ପ୍ରଥମ ଇନିଂସକୁ ୬୦୨/୪ରେ ଘୋଷଣା କରିଥିବାବେଳେ ଓଡ଼ିଶା ଇନିଂସ ୨୮୫ ରନରେ ସୀମିତ ରହି ଯାଇଥିଲା। ଚଳିତ ସିଜନରେ ଓଡ଼ିଶା ଦ୍ୱିତୀୟ ଥରପାଇଁ ଇନିଂସ ପରାଜୟ ଆଡ଼କୁ ମୁହାଁଇଛି। ପୂର୍ବରୁ ବରୋଦା ନିକଟରୁ ମଧ୍ୟ ଦଳ ଏକ ଇନିଂସ ଓ ୯୮ ରନରେ ହାରିଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୪୬/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୧୩୯ ରନକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଲଢ଼ୁଆ ଇନିଂସ ଖେଳିଥିଲେ ନିର୍ଭରଯୋଗ୍ୟ ସନ୍ଦୀପ ପଟ୍ଟନାୟକ। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚରେ ଓଡ଼ିଶାକୁ ପରାଜୟରୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ତୁଲାଇଥିବା ସନ୍ଦୀପ ଏଠାରେ କ୍ୟାରିୟରର ୫ମ ପ୍ରଥମଶ୍ରେଣୀ ଶତକ ହାସଲ କରିଥିଲେ। ସେ ୧୮୭ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୧ ଚୌକା ଓ ୪ ଛକା ମାରିଥିଲେ। ତାଙ୍କ ଶତକ ସହ ଲୋୟର ଅର୍ଡରରେ ଦେବବ୍ରତ ପ୍ରଧାନ ୪୫ ଓ ଆଶୀର୍ବାଦ ସ୍ବାଇଁ ୩୭ ରନ କରିଥିଲେ ହେଁ ତାହା ଓଡ଼ିଶାକୁ ଫଲୋଅନରୁ ରକ୍ଷାକରିପାରି ନ ଥିଲା। ୩୧୭ ରନରେ ଆଗୁଆ ରହିଥିବାରୁ ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାନେ ବିନା ଦ୍ୱିଧାରେ ଫଲୋଅନ ଡାକିଥିଲେ। ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ମଧ୍ୟ ଅତି ଖରାପ ରହିଥିଲା। ଦୁଇ ଓପନର ଅନୁରାଗ ଷଡ଼ଙ୍ଗୀ ଓ ସ୍ବସ୍ତିକ ସାମଲ ଯଥାକ୍ରମେ ୬ ଓ ୧ ରନକରି ଆଉଟ ହେବାରୁ ଦଳ ଚାପ ମଧ୍ୟକୁ ଚାଲି ଆସିଥିଲା। ଆଶୀର୍ବାଦ ସ୍ବାଇଁ ବ୍ୟାଟିଂକ୍ରମ ଉପରେ ଆସି ୪୬ ରନରେ ଅପରାଜିତ ରହିଥିବାବେଳେ ସନ୍ଦୀପ ପଟ୍ଟନାୟକ ୩୯, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧ ଓ ବିପ୍ଳବ ସାମନ୍ତରାୟ ୨୬ ରନରେ ଆଉଟ ହୋଇଥିବାରୁ ଓଡ଼ିଶା ପାଇଁ ମ୍ୟାଚ ବଞ୍ଚାଇବା ଅସମ୍ଭବ ହୋଇପଡ଼ିଛି। ଓଡ଼ିଶାର ପ୍ରଥମ ଇନିଂସ ଅବସରରେ ମୁମ୍ବାଇ ପକ୍ଷରୁ ବାମହାତୀ ସ୍ପିନର ଶାମ୍ସ ମୁଲାନୀ ୬ ଉଇକେଟ ନେଇଥିବାବେଳେ ହିମାଂଶୁ ସିଂ ୩ଟି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶାର ଅସମାପ୍ତ ଦ୍ୱିତୀୟ ଇନିଂସରେ ମୁମ୍ବାଇର ହିମାଂଶୁ ସିଂ ୩ଟି ଏବଂ ଶାମ୍ସ ମୁଲାନୀ ଓ ରଷ୍ଟନ ଡିଆସ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ପ୍ରଥମ ଇନିଂସ: ୬୦୨/୪(ଘୋଷଣା)। ଓଡ଼ିଶା ପ୍ରଥମ ଇନିଂସ: ୨୮୫/ଅଲ୍‌ଆଉଟ (ସନ୍ଦୀପ ପଟ୍ଟନାୟକ-୧୦୨, ଦେବବ୍ରତ ପ୍ରଧାନ-୪୫, ଆଶୀର୍ବାଦ ସ୍ବାଇଁ-୩୭, ଶାମ୍ସ ମୁଲାନୀ-୬/୧୧୫, ହିମାଂଶୁ ସିଂ-୩/୫୩, ଶାର୍ଦ୍ଦୂଳ ଠାକୁର-୧/୪୭)। ଫଲୋଅନ ପରେ ଓଡ଼ିଶା ଦ୍ୱିତୀୟ ଇନିଂସ: ୧୨୬/୫ (ଆଶୀର୍ବାଦ ସ୍ବାଇଁ-୪୬*, ସନ୍ଦୀପ ପଟ୍ଟନାୟକ-୨୯, ହିମାଂଶୁ ସିଂ-୩/୪୫, ଶାମ୍ସ ମୁଲାନୀ-୧/୨୬, ରଷ୍ଟନ ଡିଆସ-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri