Posted inଖେଳ

ଇନିଂସ ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର, ୯।୧୧ (ତପନ ସ୍ବାଇଁ): ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଇନିଂସ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ସନ୍ଦୀପ ପଟ୍ଟନାୟକଙ୍କ ଶତକ ସତ୍ତ୍ୱେ ଫଲୋଅନ ହୋଇଥିବା ଓଡ଼ିଶା ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ୧୨୬ ରନରେ ୫ ଉଇକେଟ ହରାଇ ସାରିଛି। ହାତରେ ୫ ଉଇକେଟ ଥିବାବେଳେ ମୁମ୍ବାଇର ପ୍ରଥମ ଇନିଂସ ସ୍କୋରଠାରୁ ଓଡ଼ିଶା ଆହୁରି ୧୯୧ ରନ ପଛରେ ରହିଛି। ଏଠାରେ ମୁମ୍ବାଇ ଏହାର ପ୍ରଥମ ଇନିଂସକୁ ୬୦୨/୪ରେ ଘୋଷଣା କରିଥିବାବେଳେ ଓଡ଼ିଶା ଇନିଂସ ୨୮୫ ରନରେ ସୀମିତ ରହି ଯାଇଥିଲା। ଚଳିତ ସିଜନରେ ଓଡ଼ିଶା ଦ୍ୱିତୀୟ ଥରପାଇଁ ଇନିଂସ ପରାଜୟ ଆଡ଼କୁ ମୁହାଁଇଛି। ପୂର୍ବରୁ ବରୋଦା ନିକଟରୁ ମଧ୍ୟ ଦଳ ଏକ ଇନିଂସ ଓ ୯୮ ରନରେ ହାରିଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୪୬/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୧୩୯ ରନକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଲଢ଼ୁଆ ଇନିଂସ ଖେଳିଥିଲେ ନିର୍ଭରଯୋଗ୍ୟ ସନ୍ଦୀପ ପଟ୍ଟନାୟକ। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚରେ ଓଡ଼ିଶାକୁ ପରାଜୟରୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ତୁଲାଇଥିବା ସନ୍ଦୀପ ଏଠାରେ କ୍ୟାରିୟରର ୫ମ ପ୍ରଥମଶ୍ରେଣୀ ଶତକ ହାସଲ କରିଥିଲେ। ସେ ୧୮୭ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୧ ଚୌକା ଓ ୪ ଛକା ମାରିଥିଲେ। ତାଙ୍କ ଶତକ ସହ ଲୋୟର ଅର୍ଡରରେ ଦେବବ୍ରତ ପ୍ରଧାନ ୪୫ ଓ ଆଶୀର୍ବାଦ ସ୍ବାଇଁ ୩୭ ରନ କରିଥିଲେ ହେଁ ତାହା ଓଡ଼ିଶାକୁ ଫଲୋଅନରୁ ରକ୍ଷାକରିପାରି ନ ଥିଲା। ୩୧୭ ରନରେ ଆଗୁଆ ରହିଥିବାରୁ ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାନେ ବିନା ଦ୍ୱିଧାରେ ଫଲୋଅନ ଡାକିଥିଲେ। ଓଡ଼ିଶାର ଦ୍ୱିତୀୟ ଇନିଂସ ଆରମ୍ଭ ମଧ୍ୟ ଅତି ଖରାପ ରହିଥିଲା। ଦୁଇ ଓପନର ଅନୁରାଗ ଷଡ଼ଙ୍ଗୀ ଓ ସ୍ବସ୍ତିକ ସାମଲ ଯଥାକ୍ରମେ ୬ ଓ ୧ ରନକରି ଆଉଟ ହେବାରୁ ଦଳ ଚାପ ମଧ୍ୟକୁ ଚାଲି ଆସିଥିଲା। ଆଶୀର୍ବାଦ ସ୍ବାଇଁ ବ୍ୟାଟିଂକ୍ରମ ଉପରେ ଆସି ୪୬ ରନରେ ଅପରାଜିତ ରହିଥିବାବେଳେ ସନ୍ଦୀପ ପଟ୍ଟନାୟକ ୩୯, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧ ଓ ବିପ୍ଳବ ସାମନ୍ତରାୟ ୨୬ ରନରେ ଆଉଟ ହୋଇଥିବାରୁ ଓଡ଼ିଶା ପାଇଁ ମ୍ୟାଚ ବଞ୍ଚାଇବା ଅସମ୍ଭବ ହୋଇପଡ଼ିଛି। ଓଡ଼ିଶାର ପ୍ରଥମ ଇନିଂସ ଅବସରରେ ମୁମ୍ବାଇ ପକ୍ଷରୁ ବାମହାତୀ ସ୍ପିନର ଶାମ୍ସ ମୁଲାନୀ ୬ ଉଇକେଟ ନେଇଥିବାବେଳେ ହିମାଂଶୁ ସିଂ ୩ଟି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶାର ଅସମାପ୍ତ ଦ୍ୱିତୀୟ ଇନିଂସରେ ମୁମ୍ବାଇର ହିମାଂଶୁ ସିଂ ୩ଟି ଏବଂ ଶାମ୍ସ ମୁଲାନୀ ଓ ରଷ୍ଟନ ଡିଆସ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ପ୍ରଥମ ଇନିଂସ: ୬୦୨/୪(ଘୋଷଣା)। ଓଡ଼ିଶା ପ୍ରଥମ ଇନିଂସ: ୨୮୫/ଅଲ୍‌ଆଉଟ (ସନ୍ଦୀପ ପଟ୍ଟନାୟକ-୧୦୨, ଦେବବ୍ରତ ପ୍ରଧାନ-୪୫, ଆଶୀର୍ବାଦ ସ୍ବାଇଁ-୩୭, ଶାମ୍ସ ମୁଲାନୀ-୬/୧୧୫, ହିମାଂଶୁ ସିଂ-୩/୫୩, ଶାର୍ଦ୍ଦୂଳ ଠାକୁର-୧/୪୭)। ଫଲୋଅନ ପରେ ଓଡ଼ିଶା ଦ୍ୱିତୀୟ ଇନିଂସ: ୧୨୬/୫ (ଆଶୀର୍ବାଦ ସ୍ବାଇଁ-୪୬*, ସନ୍ଦୀପ ପଟ୍ଟନାୟକ-୨୯, ହିମାଂଶୁ ସିଂ-୩/୪୫, ଶାମ୍ସ ମୁଲାନୀ-୧/୨୬, ରଷ୍ଟନ ଡିଆସ-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri