ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଥାନା ପୋଲିସ ବର୍ବରତାର ସୀମା ଟପିଛି। ବିନା ମାମଲାରେ ଜଣେ ଯୁବକଙ୍କୁ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ୨ ଦିନ ଧରି ନିର୍ଯାତନା ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶେଷରେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ଫଳରେ ଗୁରୁବାର ଅପରାହ୍ନରେ ନିର୍ଯାତନାର ଶିକାର ଯୁବକ ଥାନାରୁ ମୁକୁଳିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ସୂଚନାନୁଯାୟୀ, ଉତ୍ତର ଭୋଗରାଇ ବାରବାଟିଆ ଗ୍ରାମର ମନ୍ମଥ ଦତ୍ତଙ୍କ ମାଇକ ଅପରେଟର ଭାବେ ଦକ୍ଷିଣ ଭୋଗରାଇ ଜୟରାମପୁର ଗ୍ରାମର କାର୍ତ୍ତିକ ଭୋଳ କାମ କରନ୍ତି। ମାଲିକ ଓ ଅପରେଟରଙ୍କ ମଧ୍ୟରେ ବାଇକ ଅଦଳବଦଳକୁ କେନ୍ଦ୍ରକରି ମାଇକ ମାଲିକଙ୍କ ସ୍ତ୍ରୀ ଜୟନ୍ତୀ ଦତ୍ତ ତାଙ୍କ ଅପରେଟର ଗାଡି ଚୋରି କରିନେଇଥିବା ଭୋଗରାଇ ଥାନରେ ୨୦ା୫ା୨୫ରିଖରେ ଅଭିଯୋଗ କରିଥିଲେ। ଅପରେଟର ଯୁବକଙ୍କୁ ବୁଧବାର ଥାନା ଅଧିକାରୀ ଡାକି ନେଇ ଜେଲ ହାଜତରେ ପୂରାଇ ମାଡ଼ ମାରିବା ଓ ହାତ, ଗୋଡ଼ ହାତରେ ବେଡ଼ି ପକାଇଥିବା ଅଭିଯୋଗ ହୋଇଥିଲା। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ଭୋଗରାଇ ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଥାନା ହାଜତରେ ନିର୍ଯାତୀତ ହେଉଥିବା ଯୁବକଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସମ୍ପର୍କରେ ଏମ୍‌ପି’ଙ୍କୁ ଜଣାଇଥିଲେ।

ଏହି ଘଟଣାକୁ ସେ ଗୁରୁତ୍ୱର ସହ ନେଇ ଅପରାହ୍ନରେ ଦଳୀୟ ଶତାଧିକ କର୍ମୀ ଓ ନେତାଙ୍କ ସହ ଭୋଗରାଇ ଥାନାରେ ପହଞ୍ଚିଥିଲେ। ଥାନା ହାଜତରେ ଥିବା ଯୁବକଙ୍କ ଅବସ୍ଥା ଦେଖି କ୍ଷୁବ୍ଧ ହୋଇଥିଲେ। ଭୋଗରାଇ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଯୁବକଙ୍କ ବିରୋଧରେ ଅଭିଯୋଗ ରେଜିଷ୍ଟ୍ରେଶନ କାହିଁକି ହୋଇ ନ ଥିବା ଏବଂ ଯୁବକଙ୍କୁ ୨ଦିନ ଧରି ଆଇନକୁ ଊଲ୍ଲଂଘନ କରି କାହିଁକି ନିର୍ଯାତନା ଦିଆଯାଉଥିଲା ବୋଲି ପଚାରିବାରୁ ତାହାର ଉତ୍ତର ଚାହିଁବାରୁ ଥାନା ଅଧିକାରୀ ହଡ଼ବଡେଇ ଯାଇଥିଲେ।

ଜଣେ ଗରିବ ଲୋକଙ୍କୁ ହାଜତରେ ହାତ ଗୋଡ଼ରେ ବେଡ଼ି ପକାଇ ମାଡ଼ ମାରିବା, ପଶୁଙ୍କ ଭଳି ବ୍ୟବହାର କରିବା ଓ ମାନସିକ ନିର୍ଯାତନା ଦେବା ମଧ୍ୟଯୁଗର ବର୍ବରତା ବୋଲି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିବା ସହିତ ଅବିଳମ୍ବେ ବଦଳି ପାଇଁ ଏସ୍‌ପି ରାଜପ୍ରସାଦଙ୍କୁ ଭୋଗରାଇ ଥାନାରୁ ଫୋନ ଯୋଗେ ଦାବି ରଖିଥିଲେ। ଏଥିସହିତ ଯୁବକଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ଅଡି ବସିଥିଲେ। ଏସ୍‌ପିଙ୍କ ହସ୍ତକ୍ଷେପ ଯୋଗୁ ହାଜତରେ ଥିବା ନିର୍ଯାତୀତ ଯୁବକଙ୍କୁ ଏମ୍‌ପିଙ୍କ ଉପସ୍ଥିତିରେ ପୋଲିସ ହାତ ଗୋଡ଼ରୁ ବେଡ଼ି ଖୋଲି ଡାକ୍ତରୀ ପରୀକ୍ଷା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ତେବେ ଭୋଗରାଇ ଥାନାଧିକାରୀ ଯୁବକଙ୍କୁ ମାଡ ମାରିବା ଘଟଣା ଅସ୍ବୀକାର କରିଛନ୍ତି। ଥାନାଧିକାରୀଙ୍କ ବିରୋଧରେ ନିର୍ଯାତୀତ ଯୁବକ ମଧ୍ୟ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଭୋଗରାଇ ଥାନା ପକ୍ଷରୁ ଯୁବକଙ୍କ ବିରୋଧରେ ଶେଷ ମୁହୂର୍ତ୍ତରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଆଡିଶନାଲ ଏସ୍‌ପି ଦେବଜ୍ୟୋତି ଦାସ, ଜଳେଶ୍ୱର ଏସ୍‌ଡିପିଓ ମାନସ କୁମାର ଦେଓ ଥାନାରେ ପହଞ୍ଚି ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri