ଓଡ଼ିଶା ଜଣେ ଟାଣୁଆ, ନିର୍ଭୀକ ନେତାଙ୍କୁ ହରାଇଲା: ପାଟଣା ବିଧାୟକ

ପାଟଣା,୪।୧୦(ସ୍ବ.ପ୍ର.): ପୁରୀ ଜିଲା ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ୭ ଥର ପ୍ରତିନିଧିତ୍ୱ କରିଥିବା ବିଧାୟକ, ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ସ୍ପଷ୍ଟବାଦୀ ନେତା ପ୍ରଦୀପ ମହାରଥୀଙ୍କ ଶନିବାର ବିଳମ୍ବତ ରାତିରେ ପରଲୋକ ଘଟିଛି। ତେବେ ତାଙ୍କ ଆକସ୍ମିକ ବିୟୋଗରେ ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ବର୍ଗରୁ ଶୋକ ବ୍ୟକ୍ତ କରାଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ ତାଙ୍କ ଶୋକ ବାର୍ତ୍ତାରେ ଓଡ଼ିଶା ଜଣେ ଟାଣୁଆ, ନିର୍ଭୀକ ନେତାଙ୍କୁ ହରାଇଥିବା କହିଛନ୍ତି। ତାଙ୍କର ଆକସ୍ମିକ ବିୟୋଗ ତାଙ୍କ ପରିବାର, ବିଜେଡି, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାରକୁ ବିଧାୟକ ନାଏକ ଗଭୀର ସମବେଦନା ଜଣାଇଛନ୍ତି। ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।