ଓଡ଼ିଶା କଳା, ହସ୍ତଶିଳ୍ପର ଚମତ୍କାର ରାଜ୍ୟ: ମୁଖ୍ୟମନ୍ତ୍ରୀ

ଯାଜପୁର ଅଫିସ/ଯାଜପୁର ରୋଡ୍‌,୨୧ା୧: ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଶୁକ୍ରବାର ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରି ଏହି ଅବସରକୁ ଏକ ଐତିହାସିକ ଘଟଣା ବୋଲି ଅଭିହିତ କରିଛନ୍ତି। ଜାତିସଂଘର ପରିବେଶ ଗୁଡ୍‌ଓ୍ବିଲ୍‌ ଆମ୍ବାସାଡର ତଥା ଜଣାଶୁଣା ବଲିଉଡ୍‌ ଅଭିନେତ୍ରୀ ଦିୟା ର୍ମିଜା ଉପସ୍ଥିତ ରହି ଓଡ଼ିଶାର ହସ୍ତଶିଳ୍ପର ବିକାଶ ଯେପରି ସାରା ବିଶ୍ୱରେ ପରିଚିତ ହୋଇପାରିବ ସେ ନେଇ ପଦକ୍ଷେପ ଆରମ୍ଭ ହୋଇଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାଜପୁର ଓଡ଼ିଶାର ପ୍ରାଚୀନ ରାଜଧାନୀ। ଏଠାକାର ପୌରାଣିକ ଓ ଐତିହାସିକ ପର୍ଯ୍ୟଟନସ୍ଥଳୀ ସମେତ ବୌଦ୍ଧ କୀର୍ତ୍ତିରାଜି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହେବାର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟର ସାଂସ୍କୃତିକ ଗୌରବ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଅମୂଲ୍ୟ କଳା ଏବଂ ହସ୍ତଶିଳ୍ପର ଏକ ଚମତ୍କାର ରାଜ୍ୟ। ଆମର ସଭ୍ୟତା, ଯାତ୍ରା, କଳା ସଂସ୍କୃତି, କାରିଗରମାନଙ୍କ କଳାକୃତି ଅନେକ ଉପାୟରେ ପ୍ରତିଫଳିତ ହୋଇଛି। ରାଜ୍ୟର ବିଭିନ୍ନ ମନ୍ଦିରର ଭାସ୍କର୍ଯ୍ୟ, ମୂର୍ତ୍ତି କାରିଗରି, ହାତରେ ବୁଣା ପୋଷାକ, ପାଟଶାଢ଼ି, କାଠ କାର୍ଯ୍ୟ, ଧାତୁ କାର୍ଯ୍ୟ ଆଦି ସର୍ବଜନ ବିଦିତ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି। ଜୀବିକା ତଥା ନିଯୁକ୍ତି ସୁଯୋଗ ଯୋଗାଇବା ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ପର୍ଯ୍ୟଟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ନୀତି, ହସ୍ତତନ୍ତ ନୀତି, ପୋଷାକ ଏବଂ ବୈଷୟିକ ବୟନ ନୀତି ଭଳି ଯୋଜନା ହାତକୁ ନିଆଯାଇଛି। ବିଭିନ୍ନ ସ୍ଥାନରେ କଳା ଗ୍ୟାଲେରି ଖୋଲିବା, ଐତିହ୍ୟ ପଦଯାତ୍ରା ଆୟୋଜନ କରାଯିବା ଏବଂ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ଯାଜପୁର ଜିଲାର ପର୍ଯ୍ୟଟନ ଲୋଗୋ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଜାତିସଂଘର ୪ଟିି ଏଜେନ୍ସି ଏବଂ ୫ଟି ୟୁନେସ୍କୋ କ୍ରିଏଟିଭ ସିଟିର ସହଭାଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଥମ କରି ଆୟୋଜନ ହୋଇଛି। ଏଥିରେ ଅଗ୍ରଗାମୀ କାରିଗର, ସଂସ୍କୃତି ଏବଂ କଳା ଉତ୍ସାହୀଙ୍କ ମିଳନ ଘଟିଛି। ୧୫ ଦେଶର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି।
ସମ୍ମିଳନୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଅଂଶଗ୍ରହଣ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ଆଧୁନିକ ଯୁଗରେ ଏହାର ମହତ୍ତ୍ବ ଉପରେ ଆଲୋକପାତ କରିଛନ୍ତି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ବାଗତ ଭାଷଣ ଏବଂ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେରିହା ଧନ୍ୟବାଦ ଦେଇଛନ୍ତି। ୟୁନେସ୍କୋ ସାଂସ୍କୃତିକ ମୁଖ୍ୟ କାର୍ଯ୍ୟକ୍ରମ ବିଶାରଦ ଜୁହ୍ନି ହାନ୍‌ ଯୋଗଦେଇ ଓଡ଼ିଶାର ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବ ବୋଲି ବକ୍ତବ୍ୟ ରଖିଛନ୍ତି। ସମ୍ମିଳନୀରେ ମୋଟ ୧୦ଟି ଅଧିବେଶନ ହେବ। ମହିଳାଙ୍କ ହସ୍ତଶିଳ୍ପ, ହସ୍ତଶିଳ୍ପର ଭବିଷ୍ୟତ, ସଂସ୍କୃତି, ବର୍ଜ୍ୟବସ୍ତୁ ପରିଚାଳନା, ହସ୍ତଶିଳ୍ପର ସୁରକ୍ଷା, ପର୍ଯ୍ୟଟନ, ଲୁପ୍ତପ୍ରାୟ ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ଆଲୋଚନା କରାଯାଉଛି। ଯାଜପୁର ଜିଲାର ପଥର ଶିଳ୍ପୀ, ବାଉଁଶ, ହସ୍ତକଳା, ଟେରାକୋଟା, ଝୋଟ ହସ୍ତକଳା, କଂସା ପିତ୍ତଳ, ବସ୍ତ୍ର, କାଇଁଚ ହସ୍ତଶିଳ୍ପୀ ଆଦି ୪୦ ଜଣ ପ୍ରତିଷ୍ଠିତ କାରିଗର ଭାଗନେବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri