ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି ବିଏଡ୍‌ ପ୍ରମାଣପତ୍ର ବୈଧ ହେଲାନି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇମେଲରେ ପଠାଇଲେ ଅଭିଯୋଗ

କଟକ,୩ା୨ (କାର୍ତ୍ତିକ ସାହୁ) ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରୀଛାତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ର ଲିଖିତ ପରୀକ୍ଷା ଦେଇଥିଲେ। ସ୍ନାତକ ତାଲିମପ୍ରାପ୍ତ ପଦରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ଫେବୃଆରୀ ୧ରେ ପ୍ରମାଣପତ୍ର ଯାଞ୍ଚ ପାଇଁ ହାଇଦ୍ରାବାଦ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪୧ ଜଣ ଥିବା ବେଳେ ଅବଶିଷ୍ଟ କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଥିଲେ। ମାତ୍ର ଓଡ଼ିଶାର ୩୧ ଜଣ ଆବେଦନକାରୀ ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି ବିଏଡ୍‌ ଯୋଗ୍ୟତାଧାରୀ ବିଦ୍ୟାର୍ଥୀ ଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ଶିକ୍ଷା ଗ୍ରହଣ କରିଥିବା ଛାତ୍ର ବିଶ୍ୱଜିତ ପ୍ରଧାନ ଓ ଛାତ୍ରୀ ଶୁଭସ୍ମିତା ପାଢ଼ୀ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି। ଏହି ଦୁଇ ଆବେଦନକାରୀଙ୍କ କହିବାନୁସାରେ, ସିବିସିଏସ୍‌ ପାଠ୍ୟକ୍ରମରେ ୨ଟି ଇଲେକ୍ଟିଭ ବିଷୟ ପୃଥକ ଭାବେ ୨ ବର୍ଷରେ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ୨୦୧୬ରୁ ପଢ଼ାଯାଇଆସୁଛି। ଏଥିରେ ପ୍ରତି ଇଲେକ୍ଟିଭ୍‌ ବିଷୟକୁ ଗୋଟିଏ ବର୍ଷରେ ପଢ଼ାଯିବାର ନିୟମ ରହିଛି। ମାତ୍ର ହାଇଦ୍ରାବାଦରେ ପ୍ରମାଣପତ୍ର ଯାଞ୍ଚ ବେଳେ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଏମାନଙ୍କ ପ୍ରମାଣପତ୍ରକୁ ଅବୈଧ ବୋଲି ଦର୍ଶାଇଥିଲେ। ସେମାନେ ୨ଟି ଯାକ ଇଲେକ୍ଟିଭ ବିଷୟ ପୁରା ୨ ବର୍ଷ ଯାକ ପଢ଼ିଥିଲେ ଏଠାରେ ସେହି ପ୍ରମାଣପତ୍ର ବୈଧ ହେବ ବୋଲି କହିଥିଲେ। ଏଥିସହ ଏହି ପାଠ୍ୟକ୍ରମ ମିଥ୍ୟା ବୋଲି ଆରୋପ ଲଗାଇ ସେମାନଙ୍କ ନିଯୁକ୍ତିକୁ ବାତିଲ କରିଦେଇଥିଲେ। ଏଥିସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଫେକ୍‌ ବୋଲି ଆକ୍ଷେପ କରିଥିବା ଦୁଇ ଆବେଦନକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ନବୋଦୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଯୋଗ୍ୟତାଧାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଅବୈଧ ବିବେଚନା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ପୁଣି ନବୋଦୟ ସମିତି ଦ୍ୱାରା ଗୃହୀତ ହୋଇଥିବା ସୂଚନା ରହିଛି। ପୁଣି ଏଭଳି ଘଟିବା ଫଳରେ ଆବେଦନକାରୀମାନେ ନିରାଶ ହୋଇ ଫେରିବା ସହ ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଜାତୀୟ ସ୍ତରରେ ଗ୍ରହଣ ହୋଇ ନ ଥିବାରୁ ଗଭୀର ଭାବେ ମର୍ମାହତ ଥିବା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ବିହିତ ପଦକ୍ଷେପ ନେବେ ବୋଲି ସେମାନେ ନିବେଦନ କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri