୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ। ଡିସେମ୍ବର ୧୨ ଯାଏଁ ପ୍ରବଳ ଶୀତର ସମ୍ଭାବନା ଥିବାବେଳେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ବା କୋଲ୍ଡ ୱେଭ୍‌ ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ୭ଟି ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆସନ୍ତା ୭ ଦିନ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ରାଜ୍ୟରେ ଗତ ୨୪ଘଣ୍ଟାରେ ହେଲା ପାଗ ଶଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି ରହିବ। ସେହିପରି ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିବାବେଳେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପ୍ରଭାବ ରହିବ। ଆସନ୍ତା ୨୪ଘଣ୍ଟା ପାଇଁ ସୁନ୍ଦରଗଡ଼, କନ୍ଧମାଳ ଏବଂ ଝାରସୁଗୁଡାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରହିଥିବାବେଳେ ସିମିଳିଗୁଡାରେ ୬.୨ଡିଗ୍ରୀ, ଫୁଲବାଣୀରେ ୬.୮ଡିଗ୍ରୀ, ଚିପିଲିମାରେ ୭.୩ଡିଗ୍ରୀ, ରାଉରକେଲାରେ ୭.୬ଡିଗ୍ରୀ, ଦାରିଙ୍ଗିବାଡି ଏବଂ ଝାରସୁଗୁଡାରେ ୮ଡିଗ୍ରୀ, ଅନୁଗୁଳ ଏବଂ ଭବାନୀପାଟଣାରେ ୯ଡିଗ୍ରୀ ଏବଂ କିରେଇରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୩.୭ଡିଗ୍ରୀ ଏବଂ କଟକରେ ୧୨.୬ଡିଗ୍ରୀ ତାପମାତ୍ରା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ, ଯୋଗଦେଲେ ୧୧ଜିଲାର ପ୍ରତିନିଧି

ଭେଡେନ,୧୫।୩(ହୃଷୀକେଶ ଖମାରୀ): ବରଗଡ ଜିଲା ଭେଡେନ ବ୍ଲକ ପପଙ୍ଗାଠାରେ ରବିବାରରୁ ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଏହି ମହାସଭା ଚାଲିବ। ଏହି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri