୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏ ଶୀତ ଲହରି ଜାରି ରହିବ। ଏନେଇ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ୭ ଜିଲା ଝାରସୁଗୁଡ଼ା, ଅନୁଗୋଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଆସନ୍ତା ୭ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, କୋଲ୍ଡ ଓ୍ବେଭ୍‌ ସହ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତା ୨୪ଘଣ୍ଟା ପାଇଁ ସୁନ୍ଦରଗଡ଼, କନ୍ଧମାଳ ଏବଂ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରହିଥିବାବେଳେ ସେମିଳିଗୁଡ଼ାରେ ୬.୨ ଡିଗ୍ରୀ, ଫୁଲବାଣୀ ୬.୮, ଚିପିଲିମା ୭.୩, ରାଉରକେଲା ୭.୬, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ାରେ ୮ଡିଗ୍ରୀ, ଅନୁଗୋଳ ଓ ଭବାନୀପାଟଣାରେ ୯ଡିଗ୍ରୀ ଏବଂ କିରେଇରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୩.୭ ଓ କଟକରେ ୧୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri