Posted inଖେଳ

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୨୬।୯(ତପନ ସ୍ବାଇଁ): ଏଠାରେ ଚାଲିଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଓଡ଼ିଶା ଆସନ୍ତା ୨୮ ତାରିଖରେ କ୍ୟାପିଟାଲ ଆରେନାରେ ମଣିପୁରକୁ ଭେଟିବ। ସେହିଦିନ ତାମିଲନାଡ଼ୁ ଓ ଝାଡ଼ଖଣ୍ଡ ମଧ୍ୟରେ ଅନ୍ୟ ସେମିଫାଇନାଲ ମୁକାବିଲା ହେବ। ତାମିଲନାଡ଼ୁ-ଝାଡ଼ଖଣ୍ଡ ମ୍ୟାଚ ପୂର୍ବାହ୍ନ ୯ଟା ଏବଂ ଓଡ଼ିଶା-ମଣିପୁର ମ୍ୟାଚ ଅପରାହ୍ନ ୨ଟା ୩୦ରେ ଅନୁଷ୍ଠିତ ହେବ।
ସୋମବାର କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୧-୦ ଗୋଲରେ ଗୁଜରାଟକୁ ପରାସ୍ତ କରିଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ପ୍ରୀୟା ଓରାମ ୮୫ତମ ମିନିଟରେ ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ମଣିପୁର ୧-୦ ଗୋଲରେ ହରିୟାଣାକୁ ପରାସ୍ତ କରିଥିଲା। ମଣିପୁର ପକ୍ଷରୁ ନିଙ୍ଗଥୋଉଜାମ ଓଲିଭିଆ ଚାନୁ ୫୫ତମ ମିନିଟରେ ବିଜୟ ସୂଚକ ଗୋଲଟି ଦେଇଥିଲେ।
୭ମ ବାଟାଲିୟନରେ ଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ ୬-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା। ଦିଲ୍ଲୀ ପକ୍ଷରୁ ଦୀପିକା ପାଲ୍‌ ୨୪ ଓ ୮୪ତମ ମିନିଟରେ ୨ଟି ଏବଂ ଭାନି କାଲୁଚା ୮ମ, ଭୂମି ଶର୍ମା ୪୦, ତାରିଣୀ ସିବଲ ୪୫+୩ ଓ ତାନ୍ୟା ସିଂ ୭୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ଗ୍ରାଉଣ୍ଡରେ କେରଳ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ୪-୪ ଗୋଲରେ ଡ୍ର ରହିଥିଲା। ଅରୁଣାଚଳ ପକ୍ଷରୁ ଗୁନାଇଲୁ ତସିକ ୬୨ ଓ ୭୫ତମ ମିନିଟରେ ୨ଟି ଏବଂ ୟୁମଲାମ ଲାଲି ପେନାଲ୍ଟିରୁ ୩ୟ ଓ ନବମ ରିନା ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। କେରଳର ଭାଗ୍ୟା ବିନୋଦ ୭୭, ୮୬ ଓ ୮୯ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅଖିଳ ବି.ଏଲ. ୭୨ତମ ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri