Posted inଜାତୀୟ

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧(ପି.ଟି.): ବର୍ଷ ୨୦୨୧ରେ ବନ୍ୟା, ସାମୁଦ୍ରିକ ବାତ୍ୟା, ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତ ଆଦି ଭୀଷଣ ପାଗ ଯୋଗୁ ୧,୭୫୦ ଲୋକଙ୍କ ଜୀବନ ଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ରହିଛି। ଓଡ଼ିଶାରେ ଗତବର୍ଷ ଭୀଷଣ ପାଗ ଯୋଗୁ ୨୨୩ ଜଣଙ୍କୁ ଜୀବନ ଯାଇଛି। ସେହିଭଳି ଓଡ଼ିଶାରେ କେବଳ ବଜ୍ରପାତରେ ସର୍ବାଧିକ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରିପୋର୍ଟରେ କୁହାଯାଇଛି।
ଗତବର୍ଷ ଭାରତରେ ଘଡ଼ଘଡ଼ି ବର୍ଷା ଓ ବଜ୍ରପାତରେ ୭୮୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରବଳ ବର୍ଷା ଓ ବନ୍ୟାରେ ୭୫୯ ଏବଂ ବାତ୍ୟାରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଭୀଷଣ ପାଗ ଯୋଗୁ ୩୨ ଜଣଙ୍କ ପ୍ରାଣହାନି ଘଟିଥିବା ଆଇଏମ୍‌ଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟାରେ ୨୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରାଖଣ୍ଡରେ ୧୪୩, ହିମାଚଳପ୍ରଦେଶରେ ୫୫, କେରଳରେ ୫୩ ଏବଂ ଆନ୍ଧ୍ରପ୍ରଦେଶରେ ୪୬ ଜଣଙ୍କ ଜୀବନ ଯାଇଛି। ବଜ୍ରପାତରେ ମଧ୍ୟପ୍ରଦେଶରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରରେ ୮୯, ମହାରାଷ୍ଟ୍ରରେ ୭୬, ପଶ୍ଚିମବଙ୍ଗରେ ୫୮, ଝାଡ଼ଖଣ୍ଡରେ ୫୪, ଉତ୍ତରପ୍ରଦେଶରେ ୪୯ ଏବଂ ରାଜସ୍ଥାନରେ ୪୮ ଜଣ ପ୍ରାଣ ହରାଇଥିଲେ। ପାଣିପାଗ ବିଭାଗ ଅନୁଯାୟୀ ଓଡ଼ିଶାରେ ଭୀଷଣ ପାଗ ୨୨୩ ଜୀବନ ନେଇଥିବାବେଳେ ମଧ୍ୟପ୍ରଦେଶରେ ୧୯୧, ଉତ୍ତରାଖଣ୍ଡରେ ୧୪୯, ବିହାରରେ ୧୦୨, ଉତ୍ତରପ୍ରଦେଶରେ ୯୮, ଗୁଜରାଟରେ ୯୨ ଏବଂ ପଶ୍ଚିମବଙ୍ଗରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେରଳରେ ୬୭, ରାଜସ୍ଥାନରେ ୬୨, ହିମାଚଳପ୍ରଦେଶରେ ୫୯, ଝାଡ଼ଖଣ୍ଡରେ ୫୭, ଆନ୍ଧ୍ରରେ ୫୦, କର୍ନାଟକରେ ୪୫, ତାମିଲନାଡୁରେ ୩୪, ଜମ୍ମୁ-କଶ୍ମୀରରେ ୩୨, ତେଲଙ୍ଗାନାରେ ୨୫ ଓ ଆସାମରେ ୧୪ ଜଣଙ୍କ ଜୀବନ ଯାଇଛି। ଦିଲ୍ଲୀରେ ମୋଟ ୭ ମୃତ୍ୟୁ ମଧ୍ୟରୁ ପ୍ରବଳ ବର୍ଷା ଓ ବନ୍ୟା ଭଳି ସ୍ଥିତିଜନିତ ମୃତ୍ୟୁସଂଖ୍ୟା ୪ ରହିଛି।
୨୦୨୧ରେ ଭାରତରେ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ ଥିଲା ବୋଲି ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଗତବର୍ଷ ବାର୍ଷିକ ହାରାହାରି ବାୟୁ ତାପମାତ୍ରା ସ୍ବାଭାବିକଠାରୁ ୦.୪୪ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ଥିବା ରେକର୍ଡ କରାଯାଇଛି। ୧୯୦୧ରୁ ପ୍ରତିବର୍ଷ ଦେଶର ହାରାହାରି ଉତ୍ତାପ ଅନୁଧ୍ୟାନ କରାଯାଉଛି। ପୂର୍ବରୁ ୨୦୦୯, ୨୦୧୦, ୨୦୧୬ ଏବଂ ୨୦୧୭ ଉତ୍ତପ୍ତ ବର୍ଷ ଥିଲା। ଶୀତ ଋତୁ ଏବଂ ବର୍ଷାଦିନ ପୂର୍ବରୁ ଉଚ୍ଚ ତାପମାତ୍ରା ଯୋଗୁ ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି ପାଇଥିବା ପାଣିପାଗ ବିଭାଗ କହିଛି। ୨୦୧୬ରେ ଦେଶରେ ବାର୍ଷିକ ହାରାହାରି ବାୟୁ ତାପମାତ୍ରା ସ୍ବାଭାବିକଠାରୁ ୦.୭୧୦ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ସେହିପରି ୨୦୦୯ ଏବଂ ୨୦୧୭ରେ ଏହା ଯଥାକ୍ରମେ ୦.୫୫୦ ଏବଂ ୦.୫୪୧ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ଥିଲା। ୨୦୧୦ରେ ହାରାହାରି ବାର୍ଷିକ ତାପମାତ୍ରା ସ୍ବାଭାବିକଠାରୁ ୦.୫୩୯ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri