ଓଡ଼ିଶାର ୩ ସ୍ଥାନକୁ ରାମସର୍‌ ମାନ୍ୟତା

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର (ଡି.ଏନ୍‌.ଏ.) ୧୪ ।୮: ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍‌ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ତାମିଲନାଡ଼ୁ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଏହି ୧୧ ରାମସର୍‌ ସାଇଟ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ବିଭାଗୀୟ ମନ୍ତ୍ରୀ ଭୂପେନ୍ଦର ଯାଦବ ଏ ନେଇ ଟୁଇଟ କରି ସୂଚନା ଦେବା ସହ ଉକ୍ତ ୫ ରାଜ୍ୟକୁ ଶୁଭେଚ୍ଛା ଜଣାଇଛନ୍ତି।
କଟକ ଜିଲା ବାଙ୍କୀରେ ଥିବା ୨୩୧ଏକର ପରିମିତ ଅଂଶୁପା ହ୍ରଦ ଛୋଟ ହେଲେ ବି ରାଜ୍ୟର ପର୍ଯ୍ୟଟନୀ ସ୍ଥଳ ମାନଚିତ୍ରରେ ସ୍ଥାନ ପାଇଛି। ଶୀତ ଋତୁରେ ବିଦେଶୀ ପକ୍ଷୀ ଆଗମନ ଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏଠାରେ ପ୍ରାୟ ୧୯୪ ପ୍ରଜାତିର ପକ୍ଷୀ, ୬୧ ପ୍ରଜାତିର ମାଛ, ୨୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଆନ୍ତି। ହ୍ରଦ ପାର୍ଶ୍ୱରେ ସବୁଜ ବାଉଁଶ ଗଛ ଏବଂ ଆମ୍ବ ଗଛ ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ। ସେହିପରି ସମ୍ବଲପୁରରେ ଅବସ୍ଥିତ ହୀରାକୁଦ ଜଳଭଣ୍ଡାରର ନିର୍ମାଣ କାର୍ଯ୍ୟ ୧୯୪୭ରେ ଆରମ୍ଭ ହୋଇ ୧୯୫୭ରେ ଖୋଲିଥିଲା। ୬୫,୪୦୦ ହକ୍ଟର ପରିମିତ ଏହି ଜଳଭଣ୍ଡାରରେ ୫୪ ପ୍ରଜାତିର ମାଛ ମିଳେ। ବିପଦରେ ଥିବା ଗୋଟିଏ ପ୍ରଜାତିର ମାଛ ଏବଂ ବିପଦମୁହାଁ ଥିବା ୬ ପ୍ରଜାତିର ମାଛ ଏଠାରେ ରହିଛନ୍ତି। ସେହିପରି ଅର୍ଥନୈତିକ ଗୁରୁତ୍ୱ ବହନ କରୁଥିବା ୨୧ ପ୍ରଜାତିର ମାଛ ମିଳେ। ବର୍ଷକୁ ଏଠାରୁ ୪୮୦ ମିଲିୟନ ଟନ୍‌ ମାଛ ଧରାହୋଇଥାଏ। ଏହା ଉପରେ ନିର୍ଭର କରି ପ୍ରାୟ ୭ ହଜାର ମତ୍ସ୍ୟଜୀବୀ ପରିବାର ଜୀବିକା ନିର୍ବାହ କରନ୍ତି। ସେହିଭଳି ବ୍ରହ୍ମପୁର ଛତ୍ରପୁରରେ ରହିଛି ତାମ୍ପରା ହ୍ରଦ। ୩୦୦ ହେକ୍ଟର ପରିମିତ ଏହି ହ୍ରଦରେ ପ୍ରାୟ ୬୦ ପ୍ରଜାତିର ପକ୍ଷୀ, ୪୬ ପ୍ରଜାତିର ମାଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଲେକ୍‌ ଭ୍ୟୁ ପାର୍କ, ବୋଟିଂ, ଓ୍ବାଟର ସ୍ପୋଟର୍‌ସ, ରେଷ୍ଟରୁମ୍‌, ରିସୋର୍ଟ ଆଦି ରହିଛି।
ରାମସର୍‌ ମାନ୍ୟତା ପାଇଥିବା ଦେଶର ଅନ୍ୟ ୮ଟି ସ୍ଥଳଗୁଡ଼ିକ ହେଲା ମଧ୍ୟପ୍ରଦେଶର ଯଶଓ୍ବନ୍ତ ସାଗର, ତାମିଲନାଡ଼ୁର ଚିତ୍ରଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ, ସୁଚିନ୍ଦ୍ରମ ଥେରୁର ଓ୍ବେଟ୍‌ଲାଣ୍ଡ କମ୍ପ୍ଲେକ୍ସ, ବଦୁଭୂର ପକ୍ଷୀ ଅଭୟାରଣ୍ୟ ଓ କଞ୍ଜିରଙ୍କୁୁଲମ ପକ୍ଷୀ ଅଭୟାରଣ୍ୟ, ମହାରାଷ୍ଟ୍ରର ଥାଣେ କ୍ରିକ୍‌ ଏବଂ ଜମ୍ମୁ ଓ କଶ୍ମୀରର ହାଇଗମ ଆର୍ଦ୍ରଭୂମି ଓ ଶାଲବଗ ଆର୍ଦ୍ରଭୂମି। କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଏହି ନୂତନ ୧୧ ସ୍ଥାନକୁ ମିଶାଇଲେ ଦେଶରେ ରାମସର୍‌ ସ୍ଥଳ ସଂଖ୍ୟା ୭୫ରେ ପହଞ୍ଚତ୍ଛି। ୧୯୮୨ରୁ ୨୦୧୩ ମଧ୍ୟରେ ୨୬ଟି ରାମସର୍‌ ସ୍ଥଳ ରହିଥିଲା। ୨୦୨୨ରେ କେବଳ ୨୮ଟି ସ୍ଥଳକୁ ରାମସର୍‌ ମାନ୍ୟତା ଦିଆଯାଇଛି। ଦେଶ ଏବେ ସ୍ବାଧୀନତାର ୭୫ ବର୍ଷ ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ କେନ୍ଦ୍ର ସରକାର ରାମସର୍‌ ସ୍ଥଳ ସଂଖ୍ୟା ବୃଦ୍ଧି କରିଛନ୍ତି। ନୂତନ ରାମସର୍‌ ସ୍ଥଳର ମୋଟ କ୍ଷେତ୍ରଫଳ ହେଉଛି ୭୬,୩୧୬ ହେକ୍ଟର। ରାମସର୍‌ ତାଲିକାରେ ସାମିଲ ହେବାପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ଦେଶରେ ୧୦ଟି ଆର୍ଦ୍ରଭୂମି ରାମସର୍‌ ମାନ୍ୟତା ପାଇଥିଲା। ଯେଉଁଥିରେ ଓଡ଼ିିଶାର ଅନୁଗୋଳ ଜିଲାର ସାତକୋଶିଆ ଗଣ୍ଡ ସ୍ଥାନ ପାଇଥିଲା।

ରାମସର୍‌ ସ୍ଥଳ କ’ଣ
ରାମସର୍‌ ସ୍ଥଳ ହେଉଛି ଏକ ଆର୍ଦ୍ରଭୂମି, ଯାହାକୁ ୟୁନେସ୍କୋ ଦ୍ୱାରା ପ୍ରତିଷ୍ଠିତ ‘ରାମସର୍‌ କନ୍‌ଭେନ୍ସନ ଅଫ୍‌ ଓ୍ବେଟ୍‌ଲାଣ୍ଡ୍‌ସ’ ଅନୁସାରେ ଅନ୍ତର୍ଜାତୀୟ ମାନ୍ୟତା ଦିଆଯାଇଥାଏ। ୧୯୭୧ ଫେବୃୟାରୀ ୨ରେ ଇରାନର ରାମସର୍‌ ସହରରେ ସ୍ବାକ୍ଷରିତ ପରିବେଶ ଚୁକ୍ତି ଅନୁସାରେ ଏହାର ନାମକରଣ କରାଯାଇଛି। ପୂର୍ବରୁ ଭାରତର ୬୪ଟି ସ୍ଥଳ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ ଶନିବାର ଏଥିରେ ଆଉ ୧୧ଟି ସ୍ଥାନକୁ ଯୋଡ଼ାଯାଇଛି। ତହିଁରେ ଓଡ଼ିଶାର ଗଞ୍ଜାମ ଜିଲା ତାମ୍ପରା ହ୍ରଦ, କଟକର ଅଂଶୁପା ହ୍ରଦ ଓ ସମ୍ବଲପୁର ଜିଲା ହୀରାକୁଦ ନଦୀବନ୍ଧ ଯୋଜନା ଅନ୍ତର୍ଭୁକ୍ତ। ପ୍ରତି ୩ ବର୍ଷରେ ଥରେ କନ୍‌ଫରେନ୍ସ ଅଫ୍‌ କଣ୍ଟ୍ରାକ୍ଟିଂ ପାର୍ଟି(ସିଓପି) ପ୍ରତିନିଧିମାନେ ସମ୍ମିଳନୀରେ ସାମିଲ ହୋଇ ସଂକଳ୍ପନାମା ଓ ସୁପାରିସଗୁଡ଼ିକୁ ବିଭିନ୍ନ ମାନଦଣ୍ଡ ଆଧାରରେ ବିଚାର ପୂର୍ବକ ନିଷ୍ପତ୍ତି ନେଇଥାଆନ୍ତି। ରାମସର୍‌ ସାଇଟ୍ସ ଇନ୍‌ଫର୍ମେଶନ୍‌ ସର୍ଭିସ୍‌ (ଆର୍‌ଏସ୍‌ଆଇଏସ୍‌)ରେ ବିଶ୍ୱର ସମସ୍ତ ସ୍ବୀକୃତିପ୍ରାପ୍ତ ଆର୍ଦ୍ରଭୂମି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri