ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ୪୭% ଅଭିବୃଦ୍ଧ

କଟକ,୪।୨ ଦେଶର ବିକାଶ ପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଷ୍ଟ୍ରର ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଟିକସ ଆଦାୟକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଟିକସ ଆଦାୟର ନୂତନ ନିୟମାବଳୀ ଅନୁସାରେ ଦେଶର ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ୨୦୨୨ ଜାନୁୟାରୀରେ ଓଡ଼ିଶାର ଆୟ ୪୭% ଅଭିବୃଦ୍ଧି ଘଟିଛି। ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ଓଜିଏସ୍‌ଟି ଆକାରରେ ଓଡ଼ିଶା ମୋଟ ୧୧୪୩.୧୪ କୋଟି ଟଙ୍କାର ଟିକସ ଆଦାୟ କରିପାରିଛି। ଗତ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାର ବଜାୟ ରଖିଛି। ସେହି ସମାନ ଧାରା ୨୦୨୨ ଜାନୁୟାରୀରେ ମଧ୍ୟ ଅବ୍ୟାହତ ରହିିଛି। ୨୦୨୧ ସମାନ ମାସରେ ମଧ୍ୟ ଓଡ଼ିଶାର ଜିଏସ୍‌ଟି ଆଦାୟ ୭୭୭.୭୧ କୋଟି ଟଙ୍କା ହୋଇଥିଲା। ୨୦୨୧ ଜାନୁୟାରୀର ଆଦାୟ ଅପେକ୍ଷା ଚଳିତ ମାସ ୨୦୨୨ରେ ୪୭% ଅଭିବୃଦ୍ଧି ସହ ଜିଏସ୍‌ଟି ଆଦାୟରେ ଓଜିଏସ୍‌ଟି ୩ୟ ସର୍ବାଧିକ ସଂଗ୍ରହ ହୋଇଛି। ୨୦୨୨ ଜାନୁୟାରୀରେ ମୋଟ ଏସ୍‌ଜିଏସ୍‌ଟି ସଂଗ୍ରହ ୧୦,୨୩୯.୩୯ କୋଟି ଟଙ୍କା ରହିଥିଲା। ଗତ ବର୍ଷ ଏହି ସମୟ ମଧ୍ୟରେ ଆଦାୟ ହୋଇଥିବା ପରିମାଣ ଠାରୁ ୫୬.୧୭% ଅଧିକ ରହିଛି। ୨୦୨୧ ଜାନୁୟାରୀରେ ୬,୫୫୬.୪୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ସେହିପରି ୨୦୨୦ ଜାନୁୟାରୀରେ ସଂଗ୍ରହ ହୋଇଥିବା ୭୧୩୧.୮୦ କୋଟି ଟଙ୍କା ରହିଥିଲା। ଓଡ଼ିଶାର ମୋଟ ଜିଏସ୍‌ଟି ସଂଗ୍ରହ ୨୦୨୨ ଜାନୁୟାରୀରେ ୩୯୯୫.୪୦ କୋଟି ଟଙ୍କାର ରେକର୍ଡ କରାଯାଇଛି, ଯାହାକି ଗତ ବର୍ଷର ସମାନ ଅବଧିରେ ହୋଇଥିବା ଟିକସ ଆଦାୟ ୩୧୩୭.୪୫ କୋଟି ଟଙ୍କା ତୁଳନାରେ ୨୭.୩୫% ଅଭିବୃଦ୍ଧି କରିଥିବା ଜଣାପଡିଛି। ସେହିଭଳି ଏକ ପ୍ରଗତିଶୀଳ ଟିକସ ଆଦାୟ ୨୦୨୨ଜାନୁୟାରୀରେ ମୋଟ ଜିଏସ୍‌ଟି ସଂଗ୍ରହ ୩୬୧୦୮.୫୨ କୋଟି ଟଙ୍କା ରହିଥିଲା। ୨୦୨୧ର ଏହି ସମୟ ମଧ୍ୟରେ ୨୩,୨୨୬.୯୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଉକ୍ତ ଅବଧିରେ ଏହାର ପରିମାଣ ୫୫.୪୬% ଅଭିବୃଦ୍ଧି କରିଛି। ୨୦୨୦ ଜାନୁୟାରୀରେ ଅନୁରୂପ ସଂଗ୍ରହ ୨୪୨୫୪.୨୧ କୋଟି ଟଙ୍କା ଥିଲା। ସେହିପରି ସିଜିଏସ୍‌ଟି ବାବଦକୁ ୯୬୫.୯୨ କୋଟି ଟଙ୍କା, ଆଇଜିଏସ୍‌ଟି ବାବଦକୁ ୧୧୩୪,୧୫ କୋଟି ଏବଂ ସେସ୍‌ ଆକାରରେ ୭୫୨.୧୯ କୋଟି ଟଙ୍କା ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ କରାଯାଇଛି। ଟିକସ ସଂଗ୍ରହର ମୋଟ ଭାଟ୍‌(ପେଟ୍ରୋଲ୍‌ ଏବଂ ଲିକର)ରୁ ମୋଟ ୮୫୩.୪୩ କୋଟି ଟଙ୍କା ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ କରାଯାଇଛି। ୨୦୨୧ ଜାନୁୟାରୀରେ ୮୩୫.୨୩ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୦୨୨ରେ ୨.୧୮% ଅଭିବୃଦ୍ଧି ଉପରୋକ୍ତ ଉତ୍ପାଦରୁ ଆଦାୟ ହୋଇଛି। ସେଥିମଧ୍ୟରୁ ପେଟ୍ରୋଲିୟମ ଉତ୍ପାଦରୁ ୬୫୭.୯୯ କୋଟି ଏବଂ ଲିକରରୁ ୧୯୫.୪୩ କୋଟି ଟଙ୍କା ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ସଂଗ୍ରହ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri