ହରମୋହନ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତ

ହାଟଡିହୀ,୩୧l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକ ବେତିରା ଗ୍ରାମର ହରମୋହନ ଶାସିନୀଙ୍କୁ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି । କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଏନେଇ ପତ୍ର ମାଧ୍ୟମରେ ବିଭିନ୍ନ ବିଭାଗକୁ ଅବଗତ କରାଇଛନ୍ତି। ହରମୋହନଙ୍କୁ ନନ୍ଦିପଦା ଥାନା ଏବଂ ଆନନ୍ଦପୁର ଏଆର୍‌ସିଏସ୍‌ର ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି । ହରମୋହନ ଭାଜପାର ଜଣେ ସକ୍ରିୟ ଏବଂ ଦକ୍ଷ କର୍ମୀ ତଥା ନେତା ଭାବେ ଜଣାଶୁଣା ଅଟନ୍ତି । ବିଭିନ୍ନ ଜିଲା ସହ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ସେ ଦଳୀୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ହରମୋହନ ୨୦୦୩-୦୬ ପର୍ଯ୍ୟନ୍ତ ଭାଜପା ଯୁବ ମୋର୍ଚ୍ଚା ବ୍ଲକ ସଭାପତି,୨୦୦୭-୧୧ ପର୍ଯ୍ୟନ୍ତ ମରୈଗାଁ ସମବାୟ ସମିତି ସଭାପତି,୨୦୧୧-୧୪ ପର୍ଯ୍ୟନ୍ତ ବ୍ଲକ ଭାଜପା ସାଧାରଣ ସମ୍ପାଦକ,୨୦୧୪-୧୭ ପର୍ଯ୍ୟନ୍ତ ଭାଜପା ଜିଲା କାର୍ଯ୍ୟ ନିର୍ବାହୀ କମିଟି ମେମ୍ବର,୨୦୧୭-୧୯ ପର୍ଯ୍ୟନ୍ତ ମାହାଙ୍ଗା ବିଧାନସଭା କ୍ଷେତ୍ରର ପୂର୍ଣ୍ଣକାଳୀନ ବିସ୍ତାରକ,୨୦୨୦-୨୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ,୨୦୨୨-୨୪ ପର୍ଯ୍ୟନ୍ତ ହାଟଡିହୀ ଭାଜପା ମଣ୍ଡଳ ସଭାପତି ଭାବେ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରି ଦଳୀୟ ସ୍ଥିତିକୁ ମଜଭୁତ କରିବାରେ ସକ୍ଷମ ହୋଇପାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ମୁଣ୍ଡକୁ ଚଢ଼ିଗଲା ରାଗ, ପାରିବାରିକ ବିବାଦ ପରେ ସ୍ତ୍ରୀଙ୍କ ବେକ-ମୁଣ୍ଡକୁ ହାଣିଦେଲେ ସ୍ବାମୀ  

ରାୟଗଡା,୨୯।୧(ଆଶିଷ ରଞ୍ଜନ ପଣ୍ଡା)- ପାରିବାରିକ ବିବାଦରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ। ରାୟଗଡା ଜିଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଶୋଇଥିବା ବେଳେ ସ୍ବାମୀ ଟାଙ୍ଗିଆରେ ହାଣି…

୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ…

ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସିମାଞ୍ଚଳଙ୍କୁ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା     

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ନାଟକ  ‘ପ୍ରହଲ୍ଲାଦ’ର ଦୈତ୍ୟରାଜ ହିରଣ୍ୟକଶିପୁ ରାଜା ଭୂମିକାରେ ପ୍ରାୟ ୪୦ ବର୍ଷରୁ…

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri