Posted inଖେଳ

ଓଡ଼ିଶା-ଗୁଜରାଟ କ୍ବାଲିଫାୟର-୧

ପୁଣେ, ୩୧ା୮ (କ୍ରୀଡ଼ା ପ୍ରତିନିଧି): ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ମୁମ୍ବାଇ ଖିଲାଡିଜ୍‌ ନିକଟରୁ୪୮ ପଏଣ୍ଟରେ ହାରି ଯାଇଛି। କ୍ରମାଗତ ୬ଷ୍ଠ ବିଜୟ ପରେ ଓଡ଼ିଶା ଦଳର ଏହା ପ୍ରଥମ ପରାଜୟ। ମାତ୍ର ପୂର୍ବରୁ ପ୍ଲେ-ଅଫ୍‌ରେ ପ୍ରବେଶ କରି ସାରିଥିବା ଏହି ଦଳ ଏବେ ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନରେ ରହିଛି। ଶୀର୍ଷ ୨ ଦଳଭାବେ ପ୍ଲେ-ଅଫ୍‌କୁ ଯାଇଥିବାରୁ ଓଡ଼ିଶା ଜଗରନଟ୍ସ ସେପ୍ଟେମ୍ବର ୨ ତାରିଖରେ କ୍ବାଲିଫାୟର-୧ରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ। ଜଗରନଟ୍ସ ୯ ମ୍ୟାଚରୁ ୭ ବିଜୟ ଓ ୨ ପରାଜୟ ସହ ୨୧ ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ଗୁଜରାଟ ୯ ମ୍ୟାଚରୁ ୬ ବିଜୟ ଓ ୩ ପରାଜୟ ସହ ୨୦ ପଏଣ୍ଟ ପାଇଛି।
ବୃହତ୍‌ ପରାଜୟ
ଚଳିତ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ରେ ଓଡ଼ିଶା ଜଗରନଟ୍ସର ଏହାଥିଲା ସବୁଠାରୁ ବଡ଼ ପରାଜୟ। ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌ ୭୯ ପଏଣ୍ଟ ହାସଲ କରିଥିବାବେଳେ ଓଡ଼ିଶା ଦଳ ୩୧ ପଏଣ୍ଟରେ ସୀମିତ ରହିଥିଲା। ତେବେ ଏହି ପରାଜୟ ଦଳର ଅଗ୍ରଗତିରେ ବାଧା ସୃଷ୍ଟି କରିପାରି ନାହିଁ। ପୂର୍ବ ମ୍ୟାଚ ଗୁଡ଼ିକରେ ଚମତ୍କାର ପ୍ରଦର୍ଶଦ ଦଳକୁ ପ୍ଲେ-ଅଫ୍‌କୁ ନେଇ ସାରିଛି। ଅନ୍ୟ ପକ୍ଷରେ ମୁମ୍ବାଇ ଦଳ ୧୦ଟି ଯାକ ମ୍ୟାଚ ଖେଳି ସାରିଥିବାବେଳେ ମାତ୍ର ୧୨ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି। ବୁଧବାର ଓଡ଼ିଶା ଦଳ ଏହାର ଶେଷ ଲିଗ୍‌ ମ୍ୟାଚରେ ତେଲଗୁୁ ଯୋଦ୍ଧାସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri