ମୋହନ ମାଝୀ ସରକାରଙ୍କ ୟୁ-ଟର୍ନ: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର୍‌,  ହେଲେ ମହିଳା ଡ୍ୟାନ୍ସରଙ୍କୁ… 

ଭୁବନେଶ୍ୱର,୨୯।୧୦:କିଛିଦିନର ବିରାମ ପରେ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସ ବାର୍‌ ଚଲାଇବାକୁ ଅନୁମତି ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲ୍‌ସ-୨୦୨୪ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ଥିବା କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲ୍‌ସ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି । ଏହି ସଂଶୋଧିତ ନିୟମାବଳୀ(ରୁଲ୍‌ସ) ଆଧାରରେ ରାଜ୍ୟର ମଦ ବାର୍‌ଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଓଡ଼ିଶା ଅବକାରୀ ରୁଲ୍‌ସ-୨୦୧୭ର ନିୟମାବଳୀ-୪୪(ସବ୍‌ରୁଲ୍‌ସ-୪)ରେ ସଂଶୋଧନ କରାଯାଇଛି । ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବିକିବାକୁ ଅନ୍‌ସପ୍‌ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାର୍‌ରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅଥବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ । ସେହିପରି ସବ୍‌ ରୁଲ୍‌ସ-୫ରେ ସଂଶୋଧନ କରାଯାଇଛି। ଏହି ଅନୁମତି ପ୍ରଦାନ ନିମନ୍ତେ ଯେଉଁଥିରେ ଅବକାରୀ କମିଶନରଙ୍କୁ ସର୍ତ୍ତମୂଳକ କ୍ଷମତା ଦିଆଯାଇଛି । ୨୧ଟି ସର୍ତ୍ତ ଆଧାରରେ ଅବକାରୀ କମିଶନର ଏହି ଡ୍ୟାନ୍ସ ବାର୍‌ଗୁଡ଼ିକ ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
କେଉଁ ସର୍ତ୍ତ ରଖିଛନ୍ତି ସରକାର?
ଡ୍ୟାନ୍ସ ବାର୍‌ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ ଏବଂ ଏହି କ୍ୟାମେରା ୨୪ଘଣ୍ଟା  ଅନ୍‌ ରହିବ ତଥା ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ । ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା’ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଂଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଆଉ ଯେପର୍ଯ୍ୟନ୍ତ ସିସିଟିଭି ଠିକ ନହୋଇ ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ । ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ । ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ ।
ଲାଇସେନ୍ସଧାରୀ ବାର ମାଲିକଙ୍କୁ ଡ୍ୟାନ୍ସ ବାର ନିମନ୍ତେ ଆବେଦନ କରିବାବେଳେ ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ । ଏହାସହିତ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ ସହ ସେମାନଙ୍କର ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ମଧ୍ୟ ଦେବାକୁ ପଡ଼ିବ । ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁ ସତ୍ୟତା ଯାଂଚ କରିବାକୁ ପ । ସେହିପରି ଡ୍ୟାନ୍ସବାରରେ ନୃତ୍ୟ ଓ ଗୀତ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀ(ପୁରୁଷ ଓ ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ । ସେହି ପ୍ରଦର୍ଶନକାରୀ ସୱାସ୍ଥ୍ୟ ଦୃଷ୍ଟିରୁ ଫିଟ ଥିବା ନେଇ ଏକ ସମ୍ମତିପତ୍ର ଦେବେ ଯାହାକୁ ବାରମାଲିକ ଅନୁମତି ନେବାବେଳେ ଦାଖଲ କରିବେ । ପୂର୍ବରୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାର୍ଜସିଟ ଥିବା ମହିଳାଙ୍କୁ ଏହି ନୃତ୍ୟଗୀତ ନିମନ୍ତେ ଅନୁମତି ମିଳିବ ନାହିଁ । ବାର ପରିସରରେ ଯେଉଁ ଷ୍ଟେଜରେ ନୃତ୍ୟଗୀତ ପ୍ରଦର୍ଶନ ହେବ ତା’ର ଚାରିପଟେ ୩ଫୁଟ ଉଚ୍ଚର ବା ରହିବ ଓ ଗ୍ରାହକଙ୍କଠୁ ଅତିକମରେ ୫ଫୁଟ ଦୂରତ୍ୱରେ ରହିବ । ସେହି ଷ୍ଟେଜ ୧୦ଫୁଟରେ ୧୨ଫୁଟ ଅର୍ଥାତ୍ ସର୍ବନିମ୍ନ ୧୨୦ବର୍ଗଫୁଟ ହେବା ଜରୁରୀ । ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ପାଇଁ ସୱତନ୍ତ୍ର ଶୌଚାଳୟ ଓ ଲକର ସୁବିଧା ରହିବା ଜରୁରୀ । ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ଉପଯୋଗ କରିପାରିବେ । ଡ୍ୟାନ୍ସବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକଙ୍କୁ ଯୋଗାଇବାକୁ ପଡ଼ିବ । ବାର ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ର୍ନିଯାତନାର ଶିକାର ନହେବେ ସେଥିପାଇଁ ବାରମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ ।
ସେହିପରି ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ପୁରୁଷ ଅବା ମହିଳାଙ୍କୁ ଏଣିକି ଗ୍ରାହକମାନେ ସିଧାସଳଖ ଟଙ୍କା ଅବା କୌଣସି ପୁରସ୍କାର ଦେଇପାରିବେ ନାହିଁ। ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା’ହେଲେ ସମ୍ପୃକ୍ତ ଡ୍ୟାନ୍ସବାରର ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ । ଡ୍ୟାନ୍ସବାର ପରିସରରେ କାହାରିକୁ ସିଗାରେଟ ସେବନ ପାଇଁ ଅନୁମତି ମିଳିବ ନାହିଁ । ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ଅଗ୍ନିଶମ ପ୍ରମାଣପତ୍ର ଦେବାକୁ ଆଣିବାକୁ ପ । ସେହିପରି ଡ୍ୟାନ୍ସବାର ପରିସରରେ ଶବ୍ଦ ପ୍ରଦୂଣଷ ନିୟମ-୨୦୦୦ର ସର୍ତ୍ତାବଳୀ ମଧ୍ୟ ବାରମାଲିକମାନଙ୍କୁ ପାଳନ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ଗତ ଅଗଷ୍ଟ ୨୩ରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ,ଭାଜପା ସରକାରଙ୍କ ଆଭିମୁଖ୍ୟ ପୁରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ଅଗଷ୍ଟ ୩୧ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଆଣିଥିଲେ ଓ ସେଥିରେ ଡ୍ୟାନ୍ସବାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ମାତ୍ର ଆଜି ସେଥିରେ ସଂଶୋଧନ କରି ଡ୍ୟାନ୍ସବାର ପୁଣି ଚାଲିବ ବୋଲି ଅନୁମତି ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?