ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ୬୧ ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୩: ବିଭିନ୍ନ ବିଭାଗରେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଲୋକଭିମୁଖୀ ଯୋଜନା ଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ କାର୍ଯ୍ୟ । ଏହି ଦୃଷ୍ଟିରୁ ଲୋକ ସମ୍ପର୍କ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ସୂଚନା ସେବା ସଂବର୍ଗର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପୁନର୍ବିନ୍ୟାସ ଦ୍ବାରା ଓଡିଶା ସୂଚନା ସେବା ସଂବର୍ଗରେ ୬୧ ଗୋଟି ପଦବୀ ସୃଷ୍ଟି ହେବ ସହ ୪ ଗୋଟି ପଦବୀ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପୁନର୍ବିନ୍ୟାସ ସଂବର୍ଗକୁ କ୍ରିୟାଶୀଳ କରିବା ସହ ପଦୋନ୍ନତି ର ସୁଯୋଗ ପ୍ରଦାନ କରିବ। ଉକ୍ତ ୬୧ ଗୋଟି ପଦବୀରୁ, ୪୬ ଗୋଟି ପଦବୀ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରେ ସୃଷ୍ଟି କରାଯାଇଛି, ଯାହା ମଧ୍ୟରୁ ୨୦ ଗୋଟି ପଦବୀ ରାଜ୍ୟ ର ୨୦ ଟି ଉପଖଣ୍ଡ ନିମନ୍ତେ, ୮ ଗୋଟି ପଦବୀ ବିଭିନ୍ନ ବିଭାଗରେ ଲୋକ ସମ୍ପର୍କ ଅଧିକାରୀ ନିମନ୍ତେ, ୨ ଗୋଟି ପଦବୀ ସାମାଜିକ ଗଣ ମାଧ୍ଯମ କାର୍ଯ୍ୟକଳାପ ନିମନ୍ତେ, ୬ ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ ନିମନ୍ତେ, 2 ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ଭୁବନେଶ୍ଵର ତଥା କଟକ ନଗର ନିଗମ ନିମନ୍ତେ ଏବଂ ୮ ଗୋଟି ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି (Leave, Training and Deputation) ନିମନ୍ତେ ଉଦ୍ଦିଷ୍ଟ।

ସେହିପରି, ୧୦ ଗୋଟି ପଦବୀ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା- କନିଷ୍ଠ ଶାଖା) ସ୍ତରରେ ସୃଷ୍ଟି କରାଗଲା । ଏହି ୧୦ ଗୋଟି ପଦବୀ ମଧ୍ଯରୁ ୪ ଗୋଟି ପଦବୀ, ଯଥା- (୧) Manager, Publications, (9) Stores Officer, (1) Research & Reference Officer, (୪) DIPRO, Rourkela କୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରୁ ଉଚ୍ଛେଦ କରି ସୃଷ୍ଟି କରାଗଲା। ଅନ୍ୟ ୬ ଗୋଟି ପଦବୀ ଯଥା- ୧ ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ, ଓଡିଶା ବିଧାନ ସଭା ନିମନ୍ତେ, ୧ ଗୋଟି ପଦବୀ ସହକାରୀ ନିର୍ଦ୍ଦେଶକ (ସାମାଜିକ ଗଣମାଧ୍ଯମ) ଏବଂ ୪ ଗୋଟି ପଦବୀ ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ରହିଛି।ଏହା ସହ ୨ ଗୋଟି ଉପ ନିର୍ଦ୍ଦେଶକ ପଦବୀ, ୨ ଗୋଟି ଯୁଗ୍ମ ନିର୍ଦ୍ଦେଶକ ପଦବୀ ଏବଂ ୧ ଗୋଟି ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri