କୋଟିଆ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଶା ସରକାର: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ/କଟକ ଅଫିସ୍‌, ୧୧।୨: କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଉପୁଜିଥିବା ସୀମା ବିବାଦକୁ ନେଇ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ବରୋଧରେ କରିଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ୨।୧୨।୧୯୬୮ରେ ସ୍ଥିତାବସ୍ଥା ନିର୍ଦ୍ଦେଶ ଦେଇଥିଲେ। ଏପରି କି ୨୦୦୬ରେ ପୂର୍ଣ୍ଣାଙ୍ଗ ରାୟରେ ମଧ୍ୟ ସର୍ବୋଚ୍ଚ ଅଦାଲତ ପୁଣି ଥରେ ସ୍ଥିତାବସ୍ଥା ଜାରି କରିଥିଲେ। ହେଲେ ଆନ୍ଧ୍ର ସରକାର ଏହାକୁ ପାଳନ କରୁ ନାହାନ୍ତି। ତେଣୁ ଅଦାଲତ ଅବମାନନା ଅଭିଯୋଗରେ ଓଡ଼ିଶା ସରକାର ଏକ ପିଟିଶନ ସୁପ୍ରିମକୋର୍ଟରେ ଦାଖଲ କରିବା ସହ ଏହାର ତ୍ୱରିତ ଶୁଣାଣି ନିବେଦନ କରାଯାଇଛି। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମକୋର୍ଟରେ ରିଟ୍‌ ଫାଇଲ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ପକ୍ଷରୁ ମଙ୍ଗଳବାର ଶିବଶଙ୍କର ମିଶ୍ରଙ୍କୁ ଆଡ୍‌ଭୋକେଟ ଅନ୍‌ ରେକର୍ଡ(ଏଓଆର୍‌) ନିଯୁକ୍ତ କରାଯାଇଥିଲା।
ଅପରପକ୍ଷରେ ଓଡ଼ିଶାର ସୀମାନ୍ତ କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ୩ଟି ଗ୍ରାମ ତଳଗଞ୍ଜେଇପଦର, ଫଗୁଣ ସିନେରୀ ଓ ଫାଟୁସିନେରୀରେ ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ୩ଗୋଟି ଗ୍ରାମକୁ ଆନ୍ଧ୍ରପ୍ରଦେଶ ସରକାର ବିଜୟନଗରମ୍‌ର ସାଲୁର ମଣ୍ଡଳ ଅନ୍ତର୍ଗତ ଦର୍ଶାଇ ଭୋଟର ତାଲିକା ପ୍ରକାଶ କରିଛି। ଏଠାରେ ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ ହେବ। ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟୁଛି। ତୁରନ୍ତ ଓଡ଼ିଶା ସରକାର ଏହି ନିର୍ବାଚନକୁ ବନ୍ଦ କରିବା ସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପାଇଁ ବୁଧବାର ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଗୃହ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଶାସନସଚିବ ଏବଂ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନକରୀ ପାଣିଗ୍ରାହୀ ଦର୍ଶାଇଛନ୍ତିି ଯେ, ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର ତିନିଗୋଟି ଜିଲା କୋରାପୁଟ, ଗଞ୍ଜାମ ଓ ଗଜପତିର ପ୍ରାୟ ୫୮ଟି ଗ୍ରାମରେ ଆନ୍ଧ୍ରପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତ କରାଯିବା ସହ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରଶାସନିକ ଅବହେଳା ପାଇଁ ଆନ୍ଧ୍ର ସରକାର ଏପରି ସାହସ କରିପାରୁଛି। ଉକ୍ତ ସୀମାନ୍ତବର୍ତ୍ତୀ ଗ୍ରାମର ଲୋକଙ୍କୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନରେ ବିପିଏଲ୍‌ ପରିବାର ତାଲିକାଭୁକ୍ତ କରିଥିଲେ ମଧ୍ୟ ସେମାନଙ୍କୁ ରାଶନ ସାମଗ୍ରୀ, ବାର୍ଦ୍ଧକ୍ୟ, ବିଧବା ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ଠିକ୍‌ଭାବେ ପ୍ରଦାନ କରାଯାଉ ନାହିଁ। ଏହାର ସୁଯୋଗ ନେଇ ଆନ୍ଧ୍ର ସରକାର ଉକ୍ତ ଗ୍ରାମର ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ସେମାନଙ୍କୁ ନିଜ ରାଜ୍ୟର ନିର୍ବାଚନରେ ଭାଗ ନେବାପାଇଁ ପ୍ରଚେଷ୍ଟା କରୁଛନ୍ତି। ତେଣୁ ସୀମାନ୍ତବର୍ତ୍ତୀ ଜିଲାରେ ଯେପରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ ପରିଚାଳନା କରାଯାଇପାରିବ ନାହିଁ, ସେନେଇ ତୁରନ୍ତ ପଦକ୍ଷେପ ଓଡ଼ିଶାର ସରକାର ନେବା ପାଇଁ ଆବେଦନକାରୀ ଉଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri