Posted inଖେଳ

ଓଡ଼ିଶା, ଗୋଆ ବିଜୟୀ

ସୁନ୍ଦରଗଡ଼,୨୦ା୧୧(ଜୟ ନାରାୟଣ ମେଣ୍ଡୁଳି) : ଜିଲା କ୍ରୀଡ଼ା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ର ୪ର୍ଥ ଦିବସରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ରବିବାର ସକାଳ ୧୦ଟାରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ମୁଖ୍ୟ ଅତିଥି, ଫାଓର ଯୁଗ୍ମ ସମ୍ପାଦକ ମହମ୍ମଦ ଜବାର, ପୂର୍ବତନ ସାଇ କୋଚ ଅନନ୍ତ ବୋଷ, ସଦର ଜିଲା ପରିଷଦ ସଦସ୍ୟ ଅଶ୍ବିନୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶା ୬-୦ଗୋଲରେ ବିଜୟୀ ହୋଇଥିଲା। ଲଗାତର ଭାବରେ ଓଡ଼ିଶା ଏହାର ୪ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ସୁମିତ୍ରା ହେମ୍ବ୍ରମ ୨ଗୋଲ(୨୫ ଓ ୭୮ ମିନିଟ), ମନୀଷା ନାଏକ ୨ଗୋଲ(୩୭ ଓ ୬୨ମିନିଟ), ଯଶୋଦା ମୁଣ୍ଡା(୧୫ମିନିଟ) ଓ ଦୀପା ନାୟକ(୭୧ମିନିଟ) କରିଥିଲେ। ଅପରାହ୍ନ ୨.୩୦ରେ ଗୋଆ ଓ ମେଘାଳୟ ମଧ୍ୟରେ ହୋଇଥିବା ମ୍ୟାଚରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ମ୍ୟାଚରେ ଗୋଆ ୪-୧ଗୋଲରେ ବିଜୟୀ ହୋଇଥିଲା। ଗୋଆ ଦଳର ପର୍ଲ ଫର୍ନାଣ୍ଡେସ୍‌ଙ୍କ ହ୍ୟାଟ୍ରିକ ଗୋଲ(୧,୨୭,୨୯ମିନିଟ)ଓ କରିସ୍ମା ପୁରୁଷୋତ୍ତମ ସିରଭୋଲକର(୨୪ମିନିଟ)ରେ ଗୋଟିଏ ଗୋଲ ସ୍କୋର କରିଥିଲେ। ମେଘାଳୟ ତରଫରୁ ମାରବରିନ ନନଗ୍ରୁମ(୫୮ମିନିଟରେ) ଏକମାତ୍ର ଗୋଲ ଦେଇଥିଲେ। ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ପୌଷଚନ୍ଦ୍ର ପଟେଲ, ମେରୀଜନ ବାଗେ, ବିମଲ ବୋଷ, ପ୍ରସନ୍ନ ବେହେରା, ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟ କୁମାର ବଳ, ସୁଶୀଲ ପଟେଲ, ପ୍ରସାଦ ନାଏକ, ବୀରମିତ୍ର କାଲୋ, ରୋମାଞ୍ଚ ଭୈଷାଲ, ଶିଶିର ପଟେଲ, ଆଶିଷ ଦେ, ଅଜୟ ବହିଦାର, ଶ୍ୟାମ ନନ୍ଦନ ସହାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହେଉଛି। ଆସନ୍ତା ମଙ୍ଗଳବାର ୨୧ତାରିଖ ସକାଳ ୨୦ଟାରେ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ତଥା ଅପରାହ୍ନ ୨ଟା ୩୦ରେ ଓଡ଼ିଶା ଓ ଗୋଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri