Posted inଖେଳ

ଆଜି ପଞ୍ଜାବ ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୨୫ା୧୨(ସରୋଜ ଜେନା): ପ୍ରଥମ ଥର ଇଣ୍ଡିଆନ୍‌ ସୁପର ଲିଗ୍‌ ଖେଳୁଥିବା ପଞ୍ଜାବ ଏଫ୍‌ସିକୁ ମଙ୍ଗଳବାର ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭେଟିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ପଞ୍ଜାବ ନିଜର ଅନ୍ତିମ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଥିବା ବେଳେ ଏହା ବେଶ୍‌ ଆତ୍ମବିଶ୍ୱାସରେ ନଜର ଆସିବ। ଓଏଫ୍‌ସି ନିଜର ଅନ୍ତିମ ମ୍ୟାଚ୍‌ରେ ଇଷ୍ଟବେଙ୍ଗଲ ସହିତ ପଏଣ୍ଟ ବାଣ୍ଟିଥିଲା। ନିଖିଲ ପ୍ରଭୁଙ୍କ ପ୍ରତ୍ୟାବର୍ତ୍ତନ ସହିତ ପଞ୍ଜାବର ଡିଫେନ୍ସ ଅଧିକ ଶକ୍ତିଶାଳୀ ହୋଇଛି। ଓଏଫ୍‌ସିର ଆକ୍ରମଣ ବେଶ୍‌ ଶକ୍ତିଶାଳୀ ରହିଥିବା ବେଳେ ମଙ୍ଗଳବାର ଏକ ରୋମାଞ୍ଚକ ମ୍ୟାଚ୍‌ ଆଶା କରାଯାଏ। ଓଏଫ୍‌ସି କ୍ରମାଗତ ୯ଟି ମ୍ୟାଚ୍‌ ଧରି ଅପରାଜେୟ ରହିଛି। ଦଳ ନିଜର ଅପରାଜେୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ। ୧୦ ମ୍ୟାଚ୍‌ ଖେଳି ଓଏଫ୍‌ସି ୧୮ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛି।
ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ସାହିଲ ପନଓ୍ବର ଯୋଗ ଦେଇଥିଲେ। ସମସ୍ତ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଲୋବେରା ସନ୍ତୋଷ ପ୍ରକାଶ କରିଥିଲେ। ଉନ୍ନତ ମାନର ଫୁଟବଲ ଖେଳିବା ଉପରେ ସମସ୍ତ ଖେଳାଳି ଗୁରୁତ୍ୱ ଦେଉଥିବା ବେଳେ ଏହା ତାଙ୍କୁ ଖୁସି ଦେଉଛି ବୋଲି କହିଥିଲେ ଲୋବେରା। ଅନ୍ୟପକ୍ଷରେ ପଞ୍ଜାବ ଏଫ୍‌ସିର ଏହା ପ୍ରଥମ ବର୍ଷ ଅଟେ। ପ୍ରଥମ ବର୍ଷ ଟୁର୍ନାମେଣ୍ଟରେ ସର୍ବଦା କଷ୍ଟସାଧ୍ୟ ରହିଥାଏ। ଏହି ମ୍ୟାଚ୍‌ରୁ ୩ ପଏଣ୍ଟ ନେବାକୁ ଚେଷ୍ଟା କରିବୁ ବୋଲି ଲୋବେରା ଦୃଢୋକ୍ତି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri