Posted inଖେଳ

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସିର ଅଭିଯାନ ଶନିବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଓଡ଼ିଶା ଏଫ୍‌ସିର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଚେନ୍ନାଇନ୍‌ ଏଫ୍‌ସି। ଅପରାହ୍ନ ୫ଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ରେକର୍ଡ ଦୃଷ୍ଟିରୁ ଏହି ମ୍ୟାଚ ପାଇଁ ଓଡ଼ିଶା ଏଫ୍‌ସି ଫେଭରାଇଟ ବିବେଚିତ ହେଉଛି। ଘରୋଇ ପରିବେଶ ଓ ଦର୍ଶକ ସମର୍ଥନର ଫାଇଦା ମଧ୍ୟ ଓଡ଼ିଶା ଏଫ୍‌ସି ସପକ୍ଷରେ ରହିବ। ଆଇଏସ୍‌ଏଲ୍‌ରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୦ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଓଡ଼ିଶା ଏଫ୍‌ସି ୮ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇନ୍‌ ୪ ମ୍ୟାଚରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି। ଅନ୍ୟ ୮ଟି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଏଫ୍‌ସି ପକ୍ଷରୁ ମୋଟ ୩୬ଟି ଗୋଲ ହୋଇଥିବାବେଳେ ଚେନ୍ନାଇନ୍‌ ୨୭ ଗୋଲ କରି ପଛରେ ରହିଛି। ଶେଷଥରପାଇଁ କିନ୍ତୁ ୨୦୨୪ ମାର୍ଚ୍ଚ ୩ରେ ଚେନ୍ନାଇସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇନ୍‌ ୨-୧ ଗୋଲରେ ବିଜୟୀ ହୋଇଥିଲା। ୨୦୨୩ରେ ୨ ମୁକାବିଲା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ (ସେପ୍ଟେମ୍ବର-୨୩) ରେ ଓଡ଼ିଶା ଏଫ୍‌ସି ୨-୦ ଗୋଲରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ (ଫେବୃଆରୀ-୨)ରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ଶନିବାର ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ଏଫ୍‌ସି ମଧ୍ୟରେ ଅନ୍ୟ ଏକ ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ।

ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏଫ୍‌ସି ଗତ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିଲା। ୨୨ ମ୍ୟାଚ ଖେଳି ୧୧ ବିଜୟ ଓ ୩୯ ପଏଣ୍ଟ ସହିତ ଦଳ ୪ର୍ଥ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲା। ୨ ଚରଣ (ଲେଗ୍‌) ବିଶିଷ୍ଟ ସେମିଫାଇନାଲରେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ହାରିଥିଲେ ହେଁ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଥିଲା। ଆଗାମୀ ସିଜନ ପାଇଁ ଓଡ଼ିଶା ଏଫ୍‌ସି ରୟ କ୍ରିଷ୍ଣା ଓ କାର୍ଲୋସ ଡେଲଗାଡୋଙ୍କ ଚୁକ୍ତି ମିଆଦକୁ ବୃଦ୍ଧି କରିଥିବାବେଳେ ଇଷ୍ଟ ବେଙ୍ଗଲରୁ କମଲଜିତ ସିଂ, ଚେନ୍ନାଇନ୍‌ ଏଫ୍‌ସିରୁ ରହିମ ଅଲୀ, ହାଇଦ୍ରାବାଦ ଏଫ୍‌ସିରୁ ଜେରେମି ଜେମିଙ୍ଘଲୁଆଙ୍କୁ ଆଣିଛି। ସେହିପରି ରିଲାୟନ୍ସ ଫାଉଣ୍ଡେଶନର ଯୁବ ଖେଳାଳି ନରେନ୍ଦ୍ର ନାଏକ ଓ ଶୁଭମ୍‌ ଭଟ୍ଟାଚାର୍ଯ୍ୟଙ୍କୁ ଦଳରେ ସାମିଲ କରିଥିବାବେଳେ ଏଫ୍‌ସି ଗୋଆଠାରୁ ରେନର ଫର୍ନାଣ୍ଡେସଙ୍କୁ ଲୋନ୍‌ରେ ଆଣିଛି। ସେହିପରି ମୋହନ ବାଗାନର ହ୍ୟୁଗୋ ବୌମସ, ମୁମ୍ବାଇ ସିଟି ଏଫ୍‌ସିର ଆମି ରେନାଓ୍ବାଡେ ଓ ବେଙ୍ଗାଲୁରୁ ଏଫ୍‌ସିର ରୋହିତ କୁମାର ଏଥର ଓଡ଼ିଶା ଏଫ୍‌ସି ପକ୍ଷରୁ ଖେଳିବେ।

ଓଡ଼ିଶା ଏଫ୍‌ସି ଦଳ: ଗୋଲକିପର୍ସ-ଅମରିନ୍ଦର ସିଂ, ଅନୁଜ କୁମାର, କମଲଜିତ ସିଂ, ନିରଜ କୁମାର। ଡିଫେଣ୍ଡର୍ସ: ଆମି ରାନାଓ୍ବାଡେ, କାର୍ଲୋସ ଡେଲଗାଡୋ ରୋଡ୍ରିଗ୍ବେଜ, ଜେରେମି ଜୋହମିଙ୍ଗଲୁଆ, ଜେରି ଲାଲରିନଜୁଆଲା, ନରେନ୍ଦ୍ର ଗେହଲଟ, ରିକି ହାଓବାମ୍‌, ସାଭିଅର ଗାମା, ସିରିଗ୍ନେ ମୌର୍ତାଦା ଫଲ୍‌, ଶୁଭମ୍‌ ଭଟ୍ଟାଚାର୍ଯ୍ୟ, ଟଙ୍କଧର ବାଗ୍‌, ଥୋଇବା ସିଂ ମୋଇରାଙ୍ଗଥେମ୍‌। ମିଡ୍‌ଫିଲ୍ଡର୍ସ: ଅଦନାନ ହ୍ୟୁଗୋ ବୌମସ, ଅହମଦ ଜାହୋଉ, ଗିବସନ ସିଂ ମୋଇରାଙ୍ଗଥେମ୍‌, ଇସାକ ଭାନଲାଲରୁଆତଫେଲା, ଲାଲଥଥଙ୍ଗା ଖଓ୍ବଲରିଙ୍ଗ, ନରେନ୍ଦ୍ର ନାଏକ, ରେନର ଫର୍ନାଣ୍ଡେସ, ରୋହିତ କୁମାର। ଫରଓ୍ବାଡର୍‌ସ: ଆଫାଓବା ସିଂ ଆସାଙ୍ଗବାମ, ଡିଏଗୋ ମୌରିସିଓ ମାଚାଡୋ ଡି ବ୍ରିଟୋ, ଜେରୀ ମାଓ୍ବିମିଙ୍ଗଥଙ୍ଗା, ରହିମ ଅଲୀ, ରୟ ଖ୍ରିଷ୍ଟୋଫର କ୍ରିଷ୍ଣା। ମୁଖ୍ୟ କୋଚ୍‌: ସର୍ଗିଓ ଲୋବେରା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri