Posted inଖେଳ

ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ମ୍ୟାଚ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି ଦିନର ବ୍ରେକ୍‌ ପରେ ପୁଣି ଆଇଏସ୍‌ଏଲ୍‌ ଆରମ୍ଭ ହେବାକୁ ଯାଉଥିବାବେଳେ ଓଡ଼ିଶା ଏଫ୍‌ସି ବିଜୟ ଆଶାରେ ରହିଛି। ମାର୍ଚ୍ଚ ୩ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫ୍‌ସି ଅପ୍ରତ୍ୟାଶିତ ଭାବେ ଚେନ୍ନାଇନ୍‌ ଏଫ୍‌ସି ନିକଟରୁ ହାରିଯିବାରୁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଦଳ ପାଇଁ ଆଉ ୪ଟି ଲିଗ୍‌ ମ୍ୟାଚ ବାକିଥିବାରୁ ଆଗାମୀ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ନିଜର ସ୍ଥାନ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଏଫ୍‌ସି ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଥିବାବେଳେ ୧୦ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୩୫ ପଏଣ୍ଟ ପାଇଛି।
ବେଙ୍ଗାଲୁରୁ ଏଫ୍‌ସି ମଧ୍ୟ ଏହାର ପୂର୍ବ ମ୍ୟାଚରେ ଏଫ୍‌ସି ଗୋଆ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଏହି ମ୍ୟାଚର ୪୭ତମ ମିନିଟରେ ସୁରେଶ ସିଂ ଓ୍ବାଙ୍ଗଜାମ ରେଡ୍‌କାର୍ଡ ପାଇଥିଲେ। ୧୯ ମ୍ୟାଚରୁ ୫ ବିଜୟ, ୬ ଡ୍ର ଓ ୮ ପରାଜୟ ସହ ବେଙ୍ଗାଲୁରୁ ୨୧ ପଏଣ୍ଟରେ ରହିଛି। ତେଣୁ ଅବଶିଷ୍ଟ ମ୍ୟାଚଗୁଡ଼ିକ ଜିତି ପ୍ଲେ-ଅଫ୍‌ରେ ସ୍ଥାନ ହାସଲ ଲକ୍ଷ୍ୟରେ ରହିଛି ଏହି ଦଳ। ପଏଣ୍ଟ ଟେବୁଲରେ ବେଙ୍ଗାଲୁରୁ ଏବେ ୭ମ ସ୍ଥାନରେ ରହିଛି।
ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ମଧ୍ୟରେ ପୂର୍ବରୁ ଗତ ଅକ୍ଟୋବରରେ ମୁକାବିଲା ହୋଇଥିଲା। ଘରୋଇ ପରିବେଶରେ କଳିଙ୍ଗ ଓ୍ବାରିୟର୍ସ ୩-୨ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଏଥର ଆଇଏସ୍‌ଏଲ୍‌ ଶିଲ୍ଡ ଉପରେ ନଜର ରଖିଥିବାରୁ ଓଡ଼ିଶା ଏଫ୍‌ସି ଆଗାମୀ ମ୍ୟାଚରୁ ୩ ପଏଣ୍ଟ ହାସଲ ପାଇଁ ଲକ୍ଷ୍ୟ ରଖିଛି। ”ଆମ ପାଇଁ ଆଗାମୀ କାର୍ଯ୍ୟସୂଚୀ ଚିନ୍ତାଜନକ ରହିଛି। ୪ ଦିନ ବ୍ୟବଧାନରେ ଆମକୁ ୨ଟି ମ୍ୟାଚ ଖେଳିବାକୁ ହେବ। ତେଣୁ ଦଳକୁ ପ୍ରସ୍ତୁତ କରିବା ନିଶ୍ଚିତ କଷ୍ଟକର। ମାତ୍ର ଏହାକୁ ବାହାନା କଲେ ଚଳିବନି। ଆମକୁ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ ଏବଂ ଏଥିପାଇଁ ଆମେ ପ୍ରସ୍ତୁତ। ଏହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ବ୍ରେକ୍‌ ପରେ ଆମେ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟଗ୍ର ଅଛୁ“ ବୋଲି ଶୁକ୍ରବାର ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି କୋଚ୍‌ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ସିଜନ ଶେଷ ପର୍ଯ୍ୟାୟରେ ଥିବାରୁ ଏଣିକି ପ୍ରତ୍ୟେକ ମ୍ୟାଚ ସବୁ ଦଳ ପାଇଁ ଫାଇନାଲ ସଦୃଶ। ଉତ୍ତମ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ବେଙ୍ଗାଲୁରୁ ଦଳ ଏହାର ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ଯାଉଛି। ତେଣୁ ଆମ ପାଇଁ କଷ୍ଟସାଧ୍ୟ ହେବ ନିଶ୍ଚିତ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଫୋକସ କରୁଛୁ ବୋଲି ଲୋବେରା କହିଛନ୍ତି। ଲୋବେରାଙ୍କ ସହ ଉପସ୍ଥିତ ଥିବା ଓଏଫ୍‌ସି ଖେଳାଳି ଥୋଇବା ସିଂ ମଧ୍ୟ ଆଗାମୀ ମ୍ୟାଚକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ନିକଟରେ ନିଜର ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ”ମାଲେସିଆ ବିପକ୍ଷରେ ଗୋଲ ଦେବା ବହୁତ ବଡ଼ ଉପଲବ୍ଧି। ଦୀର୍ଘ ବ୍ୟବଧାନ ଅର୍ଥାତ୍‌ ୨୦୧୭ ପରେ ଏହା ସମ୍ଭବ ହୋଇଛି। ଗୋଲ ସ୍କୋର ସହ ଦଳକୁ ସହାୟତା କରିଥିବାରୁ ମୋ ଆତ୍ମବିଶ୍ୱାସ ଖୁବ୍‌ ବଢ଼ିଛି। ଏବେ ଆଇଏସଏଲ୍‌ ମ୍ୟାଚ ଉପରେ ମୋ ନଜର ରହିଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ମାତ୍ର ଓଡ଼ିଶା ଏଫ୍‌ସି ମଧ୍ୟ ଏକ ଭଲ ଦଳ। ଆମେ ଗେମ୍‌ପ୍ଲାନ୍‌ ଅନୁସାରେ ଖେଳିଲେ ନିଶ୍ଚିତ ସକାରାତ୍ମକ ଫଳ ପାଇବୁ“ ବୋଲି ଥୋଇବା ପ୍ରକାଶ କରିଛନ୍ତି।
ଉଭୟ ଦଳ ମଧ୍ୟରେ ମୋଟ ୧୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଓଡ଼ିଶା ଏଫ୍‌ସି ୫ଟିରେ ବିଜୟୀ ହୋଇଥିବାବେଳେ ବେଙ୍ଗାଲୁରୁ ଏଫ୍‌ସି ୭ଟି ଜିତିଛି। ଅବଶିଷ୍ଟ ଗୋଟିଏ ମ୍ୟାଚ ଡ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri