Categories: ବାଣିଜ୍ୟ

ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ

ଭୁବନେଶ୍ୱର,୨୪।୧୦: ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୭ମ ସଂସ୍କରଣ ଓ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୬ ଜଣ ଜାତୀୟସ୍ତରର ଡିଜାଇନର୍‌ ନିଜ ନିଜର ଆକର୍ଷଣୀୟ ଡିଜାଇନ୍‌ ପୋଷାକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମିସ୍‌ ୟୁନିଭର୍ସ ୨୦୨୦ର ତୃତୀୟ ରନର୍ସ ଅଫ୍‌ ଆଡ୍‌ଲିନ୍‌ କାଷ୍ଟେଲିନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ଼୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପ୍ରିୟା ଚୌଧୁରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଜାଇନର୍‌ମାନଙ୍କ ଦ୍ୱାରା ପ୍ରଦର୍ଶିତ ର଼୍ୟାମ୍ପ ଶୋରେ ଦର୍ଶକମାନେ ଡିଜାଇନରଙ୍କ କଳାକୃତିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ୧୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ଫ୍ୟାସନ୍‌ ଓ ଲାଇଫ୍‌ ଷ୍ଟାଇଲ୍‌ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା।

ସମ୍ମାନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଇଭୋସ୍‌ ବିଲ୍ଡ କନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଗାୟତ୍ରୀ ଦେବୀ ଗ୍ରୁପ୍‌ର ନିର୍ଦ୍ଦେଶକ ନିରୁପମା ବିଶ୍ୱାଳ, ଇଣ୍ଡଲଜ୍‌ ସେଲୁନ୍‌ର ପ୍ରତିଷ୍ଠାତା ସୁର୍କୀତ୍ତୀ ପଟ୍ଟନାୟକ, ଦକ୍ସା ଡ଼ିଜାଇନ୍‌ ଷ୍ଟୁଡ଼ିଓର ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ଲେବେଲ୍‌ ଋତୁପର୍ଣ୍ଣୋ ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ମନୀଷା ଋତୁପର୍ଣ୍ଣା, ପ୍ରିୟସ୍‌ର ଡିଜାଇନର୍‌ର ପ୍ରିୟା ମହାପାତ୍ର, ଗ୍ଲାମ ଅଫ୍‌ ବାଏ ସୋନାଲିର ପ୍ରତିଷ୍ଠାତା ସୋନାଲି ମିଶ୍ର, ଗଡ଼ଜିୟସ୍‌ ବ୍ରାଇଡ଼୍‌ ବାଏ ଲୋପାର ପ୍ରତିଷ୍ଠାତା ଲୋପାମୁଦ୍ରା ପ୍ରଧାନ, ଆଶୁତୋଷ ଫଟୋ ମ୍ୟାଜିକ୍‌ର ପ୍ରତିଷ୍ଠାତା ଆଶୁତୋଷ ସାହୁ, ବିଶ୍ୱମ୍‌ ଜୁଏଲର୍ସର ପ୍ରତିଷ୍ଠାତା ସାନ୍ତନୁ କୁମାର ପାତ୍ର, ଶିଳ୍ପୀ ସିଟିର ପ୍ରତିଷ୍ଠାତା ଅଭିପ୍ସା ପଟ୍ଟନାୟକ, ଆଇ.ଏନ୍‌.ଆଇ.ଏଫ୍‌.ଡ଼ି ଭୁବନେଶ୍ୱରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା, ଅଲ୍‌ଟାଇମ ଫିଟ୍‌ନେସ୍‌ର ପ୍ରତିଷ୍ଠାତା ବିଜନ କୁମାର ବାରିକ୍‌, ଷ୍ଟେୟାର୍‌ ୱେ ଡିଜାଇନ୍ସର ମ୍ୟାନେଜିଙ୍ଗ୍‌ ପାର୍ଟନର୍‌ ଭୋଳାନାଥ ମହାନ୍ତି, ଚାର୍ମ ୱେଲ୍‌ନେସ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ମୃତି ମହାପାତ୍ର, ରିଫ୍ଲେକ୍ସନ୍‌ର ମ୍ୟାନେଜିଙ୍ଗ୍‌ ପାର୍ଟନର୍‌ ନମିତା ଶତପଥୀ ପ୍ରମୁଖଙ୍କୁ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ ଷ୍ଟାଇଲ୍‌ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା।

 

Share