ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା

ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି।

ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଜିଆର ରେ ବୃଦ୍ଧି ପାଇଥିବା ବେଳେ ୧୭ ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ ତମ ସ୍ଥାନରେ ରହିଛି।

ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପର୍ତୁଶୃତିବଦ୍ଧ ବୋଲି ସରକାର କହିଛନ୍ତି।

ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା...

୨୩ ମିନିଟ ମଧ୍ୟରେ ପଲଟିଲା ମ୍ୟାଚ୍‌: ୪୮ ଘଣ୍ଟା ମଧ୍ୟରେ ଜିରୋରୁ ହିରୋ ହୋଇଗଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୧: ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ, କ୍ରିକେଟ ପ୍ରେମୀମାନେ ପୁଣି ଥରେ ଏକ ଚମତ୍କାର ମ୍ୟାଚ୍‌ ଦେଖିଛନ୍ତି। ଏହି ମ୍ୟାଚ୍‌ରେ ଜଣେ ଖେଳାଳି...

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ...

ଖାଲି ପଡ଼ିଥିବା ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର,୧୪ା୧: ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର...

ତତ୍ପର ଖୋର୍ଦ୍ଧା ପୋଲିସ: ବ୍ରାଉନ ସୁଗର, ଦେଶୀ ବନ୍ଧୁକ ଜବତ

ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି।  ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ  ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ...

ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ : ଫେରିଲା…

ଖଡ଼ିଆଳ,୧୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ କିରିକିଟା ଗ୍ରାମର ଦାଦନ ଶ୍ରମିକ ହଳେନ୍ଦ୍ର ହଂସ (୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ...

ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା

ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ...

ପୋଲିସ- ପରିବହନ ବିଭାଗ ପକ୍ଷରୁ ତତ୍ପରତା: ଗୋଟିଏ ପରେ ଗୋଟିଏ ଗାଡିକୁ ଅଟକାଇ ଯାଞ୍ଚ କଲେ…

ବଲାଙ୍ଗୀର, ୧୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସ ସ୍ଥାନୀୟ ଭାଗିରଥି ଛକରେ ମଙ୍ଗଳବାର ସନ୍ଧ୍ୟାରେ ଯାନବାହାନ ଯାଞ୍ଚ କରିଥିଲା। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri