ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁପଞ୍ଚାୟତ ସଦର ମହକୁମାରେ ଓଡ଼ିଶା ଦିବସ ପାଳନ କରି କଡା ଜବାବ ଦେଇଛି ।
ସୂଚନା ମୁତାବକ ସାରା ଦେଶରେ ଓଡ଼ିଶା ଦିବସ ପାଳନ କରା ଯାଉଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ମଧ୍ୟ ଏହାକୁ ପାଳନ କରିଛି । ବିଡିଓ ରାମକୃଷ୍ଣା ନାୟକ ଜିଲା ପ୍ରଶାସନ ସହଯୋଗରେ ଉକ୍ତ ପଞ୍ଚାୟତରେ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠି କରି ଓଡ଼ିଶା ଦିବସ ପାଳନ କରି ଓଡ଼ଆ ଭାଷାକୁ ସୀମାନ୍ତ ବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି ।
ଏହିପରି ସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରାମଚନ୍ଦ୍ର କାଡାମ , କୋରାପୁଟ ବିଧାୟକ ରଘୁରାମ ମାଛ , ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଜିଲାପାଳ ଭି କୀର୍ତ୍ତି ୱାସନ, ଉପଜିଲାପାଳ ପ୍ରେମ ଲାଲ ହିଆଲ, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସରପଞ୍ଚ ଲିୟୁ ଗେମେଲ, ଜଲା ପରିଷଦ ସଭ୍ୟା ଟିକାଇ ଗେମେଲ , ଜିଲା ପରିଷଦ ସଭ୍ୟ ଲଇଚନ ଖରା, ପୁର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ତତ୍କାଳୀନ ଜିଲାପାଳ ଗଦାଧର ପରିଡ଼ା , ସିଡିଓ ବେଣୁଧର ଶବର ଏବଂ ଏମ୍‌ପି ପ୍ରତିନିଧି ଶୁକ୍ରାଖରା ପ୍ରମୁଖ ଉପସ୍ଥିତ ରହି ଓଡିଆ ଭାଷା ପ୍ରଚାରକୁ ଗୁରୁତ୍ୱ ଦେଇଥିଲେ । ଉକ୍ତ ଓଡିଶା ଦିବସ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥି ଉପସ୍ଥିତ ରହି ଉପସ୍ଥିତ ସୀମାନ୍ତ ବାସୀଙ୍କୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ କରିବା ପାଇଁ କାହିଁକି ଆମେ ସୁଯୋଗ ଦେଉଛୁ ? ପଞ୍ଚାୟତରେ ଆଜି ଯଦି ଉନ୍ନତି ହୋଇ ପାରିଛି କୋରାପୁଟ ଜିଲା ପ୍ରଶାସନ  ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ସହଯୋଗ କରି ଚାଲିଛନ୍ତି । ତେଣୁ ଏହିପରି ସ୍ଥିତିରେ ସମସ୍ତ ସୀମାନ୍ତ ବାସୀ
ବୁଝିବା ଆବଶ୍ୟକ ରହିଛି ଏବଂ୧୯୬୧/୬୨ ମସିହାରେ କୋଟିଆକୁ ନେଇ ଆନ୍ଧ୍ର ରାଜ୍ୟ ସରକାର ସହ ପୁର୍ବତନ ବିଧାୟକ ପାଙ୍ଗି ମୁସୁରି ସାନ୍ତା ଯୁକ୍ତିତର୍କ କରି ଓଡ଼ିଆ ଭାଷା ଓଡିଶା ମାଟିକୁ ସୁରକ୍ଷା ଦେବାକୁ ସଂଗ୍ରାମ ଜାରି ରଖିଥିଲେ ବୋଲି ପୁର୍ବତନ ଏମ୍‌ପି ପାଙ୍ଗି ନିଜ ଅଭିଭାଷଣ ପ୍ରକାଶ କରି ବର୍ତ୍ତମାନ ସୀମା ବିବାଦ ପରି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଏହିପରି ସୀମାନ୍ତ କୋଟିଆ ଓଡ଼ିଶା ଦିବସ ପାଳନ ଆୟୋଜନ କରି ସାରା ରାଜ୍ୟରେ ଉଧାହରଣ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri