ଓଡିଶା କଂଗ୍ରେସ ନେତା ସବୁଠୁ ଧନୀ, କ୍ରାଇମରେ…, ADR ରେ ଚମକାଇଦେଲା ଭଳି ରିପୋର୍ଟ

ଭୁବନେଶ୍ୱର,୨୧।୩: ରାଜ୍ୟରେ ନିଜ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି ଓ ରାଜ୍ୟ ଭାଜପା ବିଧାୟକଙ୍କ ଅନୁପାତ ତୁଳନାରେ ଅଧିକ। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ବିଜେଡି ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ବିଜେଡି ବିଧାୟକମାନଙ୍କ ମୁଣ୍ଡପିଛା ସମ୍ପତ୍ତି ହାର ହାରାହାରି ୪.୩୧କୋଟି ଟଙ୍କା ଥିବାବେଳେ ଭାଜପା ବିଧାୟକମାନଙ୍କ ସମ୍ପତ୍ତି ହାରାହାରି ୧.୦୫କୋଟି, କଂଗ୍ରେସର ୪.୧୩କୋଟି ଟଙ୍କା ରହିଛି । ଇଲେକ୍ସନ ୱାଚ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ପକ୍ଷରୁ ରାଜ୍ୟର ବିଧାୟକମାନଙ୍କର ଅପରାଧ ପୃଷ୍ଠଭୂମି, ଶିକ୍ଷା ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି।

ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଓଡିଶା ବିଧାନସଭାରେ ୧୪୬ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକଙ୍କ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡିଛି । ଏଥିରେ ୧୧୧ଜଣ ବିଜେଡି, ୨୨ଜଣ ଭାଜପା, ୮ଜଣ କଂଗ୍ରେସ, ୪ଜଣ ସ୍ବାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ ବିଧାୟକମାନଙ୍କ ମଧ୍ୟରେ ୩୧ଜଣ ବିଜେଡିର, ୯ଜଣ ଭାଜପାର ଓ ୪ଜଣ କଂଗ୍ରେସ ବିଧାୟକ, ୨ଜଣ ସ୍ବାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ଏହି ସଙ୍ଗୀନ ଅପରାଧ ଭିତରେ ୨ଜଣଙ୍କ ନାଁରେ ହତ୍ୟା ମାମଲା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୧୨ଜଣଙ୍କ ନାଁରେ ମହିଳା ହିଂସା ମାମଲା ରହିଛି ।

ରାଜ୍ୟ କଂଗ୍ରେସର ୬ଜଣ, ଭାଜପାର ୯ଜଣ ଓ ବିଜେଡିର ୭୭ଜଣ ବିଧାୟକ ହେଉଛନ୍ତି କୋଟିପତି । ତେବେ ଯଦି ଅନୁପାତିକ ହିସାବରେ ଦେଖାଯାଏ ତା’ହେଲେ କୋଟିପତି ବିଧାୟକଙ୍କ ପରିମାଣ କଂଗ୍ରେସରେ ସର୍ବାଧିକ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ମୋଟ ୨୨ଜଣ ବିଧାୟକଙ୍କ ମଧ୍ୟରୁ ୧୬ଜଣ ବିଜେଡି ଓ କଂଗ୍ରେସ ଓ ଭାଜପାର ୩ଜଣ ଲେଖାଏଁ ଅଛନ୍ତି । ଏଥିରେ ବିଜେଡିର ୨ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ ଓ ୬ଜଣଙ୍କ ଅଷ୍ଟମ ପାସ । ସେହିପରି ୨୨ଜଣ ଦ୍ୱାଦଶ, ୩୨ଜଣ ସ୍ନାତକ,୩୫ଜଣ ପିଜି ଡିଗ୍ରୀ ଏବଂ ୪ଜଣ ବିଧାୟକ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri