କର୍ଲାମୁଣ୍ଡା,୧୭ା୭(ପ୍ରଦୀପ କୁମାର ସାହୁ): ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ ଦେଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ସ୍ବତଃପୂର୍ତ୍ତ ସମର୍ଥନ ମିଳିଛି। ବ୍ଲକ ସ୍ତରରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ,ଦୋକାନ ବଜାର ଯାନବାହନ ଯାତାୟାତ ଠପ୍ ହୋଇଛି। ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ରାଜ କିଶୋର ମିଶ୍ର, ରାଜ କିଶୋର ଜୈନ, ଦୟା ମାଝୀ, କଂଗ୍ରେସ କର୍ମୀ ଚୈତନ୍ୟ ସାହୁ, ମାର୍କଣ୍ଡ ସାହୁ, ବବୃ ବାହନ ଭୋଇ, ମହେଶ୍ୱର ଗହୀର, ରଶ୍ମୀରଞ୍ଜନ ରଣା, ଲାଭି ରଣା, ରମେଶ ପୁଟେଲ ପ୍ରମୁଖ ସାମିଲ ହୋଇ ବ୍ଲକର ବ୍ଲକ ସଦର, ରିଷିଡ଼ା, ଜୋରାଡ଼ବରା ଛକରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡାକରା ଦେଇଥିବାରୁ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।


