Posted inରାଜ୍ୟ

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା: କୃତୀଙ୍କ ମୁହଁରୁ…

ପରିଶ୍ରମର ଫଳ ପାଇବି ବୋଲି ଆଶା ଥିଲା
ପ୍ରଥମଥର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲି। ତାଲିକାରେ ଦ୍ୱିତୀୟ ର଼୍ୟାଙ୍କ୍‌ରେ ମୋ ନାଁ ଥିବା ଦେଖି ଖୁସିରେ କାନ୍ଦି ପକାଇଥିଲି। ଭଲରେ ପଢ଼ିଲେ, ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ। ମୁଁ ବି ଆଗରୁ ଅନେକ ପରୀକ୍ଷା ଦେଇଛି, ବିଫଳ ହୋଇଛି, ନିରୁତ୍ସାହିତ ହୋଇଛି, ମାତ୍ର କେବେ ଆଶା ଛାଡ଼ି ନ ଥିଲି। ୨ବର୍ଷ ମଧ୍ୟରେ ମୁଁ ଅନେକ ଥର ରିଜେକ୍ସନ ବି ପାଇଛି। ପରିଶ୍ରମର ଫଳ ଦିନେ ନା ଦିନେ ପାଇବି ବୋଲି ଆଶା ଥିଲା। ଏଥିପାଇଁ ନିଜେ ପ୍ରସ୍ତୁତ ହେଉଥିଲି ଓ ଜଣେ ସାର୍‌ ମୋତେ ଗାଇଡ୍‌ କରୁଥିଲେ। ମୋର ଏହି ସଫଳତା ପଛରେ ପରିବାର, ଶିକ୍ଷକ, ସାଙ୍ଗସାଥୀ ସମସ୍ତଙ୍କର ଅବଦାନ ରହିଛି। ଶିକ୍ଷା ଓ କୃଷିରେ ଓଡ଼ିଶା ଆହୁରି ଉନ୍ନତି କରିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ମୋର ପ୍ରଚେଷ୍ଟା ଜାରି ରହିବ।
– ପ୍ରିଙ୍କିଲ ପରବୀନ ପରିଡ଼ା, ର଼୍ୟାଙ୍କ ୨,
ପୁରୀ ଜିଲା ନିମାପଡ଼ା
ଲକ୍ଷ୍ୟ ରଖି ପାଠ ପଢ଼ିଲେ ସଫଳତା ମିଳିବ
ଏହା ମୋର ଦ୍ୱିତୀୟ ଆଟେମ୍ପଟ୍‌ ଥିଲା। କ୍ୱାଲିଫାଏ କରିବାର ଆଶା ଥିଲା, ମାତ୍ର ୪ନମ୍ବର ର଼୍ୟାଙ୍କ ରହିବ କେବେ ଭାବି ନ ଥିଲି। ପରୀକ୍ଷାଫଳ ଶୁଣିବା ପରେ ମୋ ଭାଇକୁ ଧରି କାନ୍ଦିଥିଲି। ମା’ବି ଖୁସିରେ କାନ୍ଦିଲେ। ଏବେ ସମସ୍ତେ ଖୁସି। ମୁଁ ନିଜେ ପ୍ରସ୍ତୁତି ହେଉଥିଲି। ଦିନକୁ କେତେ ଘଣ୍ଚା ପାଠ ପଢ଼ିବି, ତାହାକୁ ଫୋକସ ନ ଦେଇ ଆଜି କେତେ ପଢ଼ିବି, ତାହାକୁ ଅଧିକ ଲକ୍ଷ୍ୟ ଦେଉଥିଲି। ଆଉ ଯେଉଁମାନେ ବି ପ୍ରସ୍ତୁତ ହେଉଛନ୍ତି ସେମାନେ ଟାର୍ଗେଟ ବେସ୍‌ ପାଠ ପଢ଼ିଲେ ହିଁ ଅଧିକ ଇଫେକ୍ଟିଭ ରହିବ।
– ପ୍ରଜ୍ଞା ପାରଙ୍ଗମ, ର଼୍ୟାଙ୍କ ୪, ଭୁବନେଶ୍ୱର
ତୃତୀୟ ଚେଷ୍ଟାରେ ସଫଳତା ମିଳିଲା
ଇଞ୍ଜିନିୟରିଂ ସରିବା ପରେ ୨୦୧୯ରୁ ଓପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲି। ଏହା ମୋର ତୃତୀୟ ଆଟେମ୍ପ୍ଟ ଥିଲା। ପୂର୍ବ ୨ଥର ଇଣ୍ଟରଭ୍ୟୁରେ କଟିଯାଇଥିଲି। ମାତ୍ର ଏଥର ମୋତେ ସଫଳତା ମିଳିଛି। ଏଥିପାଇଁ ଭଗବାନ ଏବ ମା’ ବାପାଙ୍କୁ ଶ୍ରେୟ ଦେବି। ଦୁଇଥର ବିଫଳ ହେବା ପରେ ମା’, ବାପା ମୋତେ ବହୁତ ସପୋର୍ଟ କରିଥିଲେ। ବିଫଳତାକୁ ସାଇଡ୍‌ କରି ପ୍ରସ୍ତୁତି ଉପରେ ଫୋକସ୍‌ କରିଥିଲି। ବାସ୍ତବରେ ସଫଳତା ଓ ବିଫଳତା ଯାତ୍ରାର ଏକ ଅଂଶ। ପ୍ରଥମେ ଅନ୍‌ଲାଇନ୍‌ରୁ କୋଚିଂ ନେଇଥିଲି, ପରେ ନିଜେ ହିଁ ପ୍ରସ୍ତୁତି ଆରମ୍ଭ କରିଥିଲି। ନିଜ ଅଭିଜ୍ଞତାରୁ ଏତିକି ଜାଣିଲି ଯେ, ବିଫଳତାକୁ ସବୁବେଳେ ସୁଯୋଗ ଭାବେ ବ୍ୟବହାର କରିବା ଦରକାର।
-ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ର଼୍ୟାଙ୍କ ୮,
ରଘୁନାଥପୁର, ଭୁବନେଶ୍ୱର
ଏବେ କାର୍ଯ୍ୟକ୍ଷେତ୍ରର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବି
ପ୍ରଥମ ଚେଷ୍ଟାରେ ସଫଳତା ପାଇଛି। ରେଜଲ୍ଟ ଡେରି ହେଉଥିବାରୁ ଟିକେ ଡର ଲାଗୁଥିଲା। ମାତ୍ର ଏବେ ବହୁତ ଖୁସି ଲାଗୁଛି। ତେବେ ଆଗକୁ ଆହୁରି ଚ୍ୟାଲେଞ୍ଜ ଅଛି। ବିଶେଷକରି କାର୍ଯ୍ୟ କ୍ଷେତ୍ରରେ ଆସିବାକୁ ଥିବା ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବି ସେ ନେଇ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ। ସଫଳତାର ଶ୍ରେୟ ମୋ ପରିବାର ସଦସ୍ୟ, ମେଣ୍ଟର ଓ ଭାଇ ଭଉଣୀ ସମସ୍ତଙ୍କୁ ଦେବି। ଗତ ୨ବର୍ଷ ଧରି ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲି, ସେହି ପ୍ରସ୍ତୁତିକୁ ହିଁ ଓପିଏସ୍‌ସି ପାଇଁ କଣ୍ଟିନ୍ୟୁ କରିଥିଲି। ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲି।
– ନୁରି ପର୍‌ବିନ୍‌, ର଼୍ୟାଙ୍କ୍‌-୧୩, ସୁନ୍ଦରଗଡ଼ ଟାଉନ୍‌
ଶୃଙ୍ଖଳିତ ଭାବେ ବିନା ଟେନ୍‌ସନରେ ପଢ଼ିବା ଦରକାର
ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ମୁଁ କୌଣସି କୋଚିଂ ନେଇ ନ ଥିଲି। ନିଜେ ଅନ୍‌ଲାଇନ୍‌ ଏବଂ ଷ୍ଟାଣ୍ଡାର୍ଡ ବୁକ୍‌କୁ ପଢି ସଫଳତା ପାଇଛି। ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେଶନ୍‌ରେ କ୍ଲାସ୍‌ ଓ୍ବାନ୍‌ ଅଫିସର ଅଛି। ତେଣୁ ପଢାପଢି କରିବାକୁ ଏତେ ସମୟ ମିଳୁ ନ ଥିଲା। ଦିନକୁ ମାତ୍ର ୨/୩ ଘଣ୍ଟା ପଢୁଥିଲି। ପରୀକ୍ଷା ପାଇଁ କିଛି ଡିସିପ୍ଲିନ୍‌ ରଖିବା ସହିତ ବିନା ଟେନ୍‌ସନରେ ପଢ଼ିବା ଦରକାର। ବାସ୍ତବରେ ଓପିଏସ୍‌ସି, ୟୁପିଏସ୍‌ସି ଏତେ କଷ୍ଟ ନୁହେଁ। କିନ୍ତୁ ଏଥିପାଇଁ ଦିନକୁ ୧୦-୧୨ ଘଣ୍ଟା ପଢିବାକୁ ପଡିବ ଏବଂ ଏହା ବହୁତ କଷ୍ଟ ବୋଲି ସମସ୍ତେ ଭାବନ୍ତି। ତେଣୁ ପିଲାମାନେ ବହୁତ ପ୍ରେସର ନେବା ସହିତ ଡରି ଯାଆନ୍ତି ଓ ସେମାନଙ୍କ ଆତ୍ମବିଶ୍ୱାସ କମିଯାଏ।
– ବିକାଶ ସାହୁ, ର଼୍ୟାଙ୍କ୍‌ ୨୨୨, ତୁରୁମୁଙ୍ଗା, କେନ୍ଦୁଝର
କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଜରୁରୀ
ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରି ଖୁସି ଲାଗୁଛି। ଦୈନିକ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। କଠିନ ପରିଶ୍ରମ କଲେ ଏବଂ ନିଜ ଉପରେ ବିଶ୍ୱାସ ରଖିଲେ ନିଶ୍ଚିତ ସଫଳତା ମିଳିବ। ଏହା ଶ୍ରେୟ ମୁଁ ମୋ ମା’ ବାପା ଏବଂ ପରିବାରବର୍ଗଙ୍କୁ ଦେବି। ଆଗକୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେବି। ଭବିଷ୍ୟତରେ ଜଣେ ଆଇଏଫ୍‌ଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଛି।
-ଅମ୍ବିକା ଭୂୟଁା, ର଼୍ୟାଙ୍କ୍‌ ୨୧, ଗୋପୀନାଥପୁର, ବାଲେଶ୍ୱର
ସଫଳ ଅଧିକାରୀ ହେବାକୁ ଚେଷ୍ଟା କରିବି
ରେଜଲ୍ଟ ଶୁଣିବା ପରେ ବହୁତ ଖୁସି ଲାଗୁଛି। କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ଯୋଗୁ ପ୍ରଥମ ଥରରେ ହିଁ କୃତକାର୍ଯ୍ୟ ହୋଇପାରିଛି। ମୋ ସଫଳତା ପାଇଁ ମା’, ବାପା, ଅଜା ଓ ମାମୁଙ୍କୁ ଶ୍ରେୟ ଦେବାକୁ ଚାହିଁବି। ପରିବାର ଓ ବନ୍ଧୁ ପ୍ରିୟଜନଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଜାମଦା ବ୍ଲକ୍‌ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛି। ଆଗକୁ ନୂଆ ଚାକିରିରେ ନିଜକୁ ଜଣେ ସଫଳ ଅଧିକାରୀ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା ରହିବ।
– ମୁନ୍‌ମୁନ୍‌ ଗିରି, ର଼୍ୟାଙ୍କ୍‌-୩୭, ମାଳିହାତୀ, ମୟୂରଭଞ୍ଜ
ପ୍ରଥମଥରରେ କ୍ଲିଅର କରିଥିବାରୁ ଖୁସି ଲାଗୁଛି
ମୋ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଭଲପାଇବା, ଆଶୀର୍ବାଦ ପାଇଁ ଆଜି ଏହି ସଫଳତା ପାଇଛି। ପ୍ରଥମ ଥରରେ ଓପିଏସ୍‌ସି ପରୀକ୍ଷା କ୍ଲିଅର କରିଥିବାରୁ ବହୁତ ଖୁସି ଲାଗୁଛି। ଏଥିପାଇଁ ନିଜେ ପ୍ରସ୍ତୁତି କରିଥିଲି। ମାତ୍ର ମେନ୍ସ କ୍ଲିଅର ପରେ ଶ୍ରେୟାନ୍ସ ଆଇଏଏସ୍‌ ଏକାଡେମୀରୁ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି କରିଥିଲି, ଯାହାକି ମୋ ପାଇଁ ଗେମ୍‌ ଚେଞ୍ଜର୍‌ର କାମ କରିଥିଲା। ଦିନରେ ୭-୮ଘଣ୍ଟା ପରିଶ୍ରମ କରୁଥିଲି। ଆଗକୁ ଚ୍ୟାଲେଞ୍ଜ ଆସିବ, ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ।
– ଈପ୍ସିତା ପ୍ରିୟଦର୍ଶିନୀ, ର଼୍ୟାଙ୍କ୍‌ ୬୭,
ଲ’ କଲେଜ କଲୋନି, କେନ୍ଦ୍ରାପଡ଼ା
ପୂର୍ବଥର ମାତ୍ର ୨ମାର୍କ ପାଇଁ କଟିଯାଇଥିଲି
ଲିଷ୍ଟ ଚେକ୍‌ କରି ଚାଲିଥାଏ, ୫୦ ଟପିଲାଣି ତଥାପି ନାଁ ନାହିଁ। ମନରେ କୌତୂହଳ ବଢ଼ୁଥାଏ, ଫାଇନାଲି ମୋ ନାମ ୧୧୨ ର଼୍ୟାଙ୍କ୍‌ରେ ପାଇଲି। ପୂର୍ବଥର ମାତ୍ର ୨ମାର୍କ ପାଇଁ କଟିଯାଇଥିଲି। ବହୁତ ମନ ଦୁଃଖ ହୋଇଥିଲା। କିଛିଦିନ ପରେ ପୁଣି ପ୍ରସ୍ତୁତି ଆରମ୍ଭ କରିଥିଲି। ଘରେ ହିଁ ପ୍ରସ୍ତୁତ ହେଉଥିଲି। ପ୍ରାୟ ୬ରୁ ୮ଘଣ୍ଟା ପଢ଼ୁଥଲି। ଯେଉଁମାନେ ବି ପ୍ରସ୍ତୁତ ହେଉଛନ୍ତି ଆମ ପାଖେ ଥିବା ତଥ୍ୟ ଓ ସୁବିଧାକୁ ଠିକ୍‌ ବାଟରେ ବ୍ୟବହାର କରି ସଫଳତା ପାଇପାରିବେ।
– ସଞ୍ଜୟ ମିଶ୍ର, ର଼୍ୟାଙ୍କ୍‌ ୧୧୨, ଭୁବନେଶ୍ୱର
ଚାକିରିରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି
ତୃତୀୟ ଚେଷ୍ଟାରେ ମୁଁ ୨୯୬ ର଼୍ୟାଙ୍କ୍‌ରେ ରହିଛି। ମୁଁ ଚାକିରି କରିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଯେତକି ସମୟ ଫାଙ୍କା ମିଳୁଥିଲା, ସେତିକି ସମୟ ପ୍ରସ୍ତୁତିରେ ଦେଉଥିଲି। ପ୍ରଥମଥର ଓଡ଼ିଆ ବିଷୟକୁ କ୍ଲିଅର କରିପାରି ନ ଥିଲି। ପରେ ମୁଁ ଅଧିକ ଫୋକସ୍‌ ଦେଲି ଓ ମାତ୍ର ୨୦ ମାର୍କ ପାଇଁ ଦ୍ୱିତୀୟ ଆଟେମ୍ପଟ୍‌ରେ ବି ବିଫଳ ହେଲି। ହେଲେ ଚେଷ୍ଟା ଜାରି ରଖିଥିଲି। ମୋ ଭିତରେ କନ୍‌ଫିଡେନ୍ସ ମଧ୍ୟ ବଢ଼ୁଥିଲା। ଏଥର ଲିଷ୍ଟରେ ନଁା ଦେଖି ବହୁତ ଖୁସି ଲାଗୁଛି।
– ସୌରଭ ପାଣିଗ୍ରାହୀ, ର଼୍ୟାଙ୍କ ୨୯୬, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri