Posted inରାଜ୍ୟ

ଭିବ୍‌ଗ୍ୟୋର ଚିଟ୍‌ଫଣ୍ଡ ଓଡ଼ିଶା ମୁଖ୍ୟଙ୍କୁ ୧୦ବର୍ଷ ଜେଲ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ): ବହୁଗୁଣ ଲାଭ ଦେବା ଆଳରେ ଜମାକାରୀଙ୍କଠାରୁ ୧୪ କୋଟି ଟଙ୍କା ଠକେଇ ମାମଲାରେ ‘ଭିବ୍‌ଗ୍ୟୋର ଆଲାଏଡ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥାର ଓଡ଼ିଶା ମୁଖ୍ୟ ପବିତ୍ର କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୭୦ ହଜାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ କଟକସ୍ଥିତ ଓପିଆଇଡି କୋର୍ଟ ବୁଧବାର ରାୟ ପ୍ରକାଶ କରିଛନ୍ତି। ୨୦୧୫ରେ ଇଓଡବ୍ଲ୍ୟୁ ଏହି ସଂସ୍ଥା ମୁଖ୍ୟ ରାଣା ଭଦ୍ରାଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ତାଙ୍କର ମାମଲା ବିଚାରାଧୀନ ରହିଛି।
ମାମଲାର ବିବରଣୀ ଅନୁଯାୟୀ, ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ କୋଲ୍‌କାତାରେ ଥିବାବେଳେ ୨୦୦୯ରେ କମ୍ପାନୀ ଓଡ଼ିଶାରେ ପ୍ରବେଶ କରିଥିଲା। କମ୍ପାନୀ ପ୍ରଥମେ ଭୁବନେଶ୍ୱର ୟୁନିଟ୍‌-୭ ସୂର୍ଯ୍ୟନଗରସ୍ଥିତ ପ୍ଲଟ୍‌ ନଂ.୧୨୦-ବିରେ ବ୍ରାଞ୍ଚ ଅଫିସ ଖୋଲିଥିଲା। ପରେ ବାଲେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅଫିସ ଖୋଲିଥିଲା। ଅଧିକ ହାରରେ ସୁଧଦେବା ଲାଗି ଜମାକାରୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ସ୍କିମ୍‌ରେ ଟଙ୍କା ସଂଗ୍ରହ କରିଥିଲା। ୨୦୦୯ରୁ ୨୦୧୩ ମଧ୍ୟରେ ଏଭଳି ପ୍ରାୟ ୧୫ ହଜାର ଜମାକାରୀଙ୍କଠାରୁ ପ୍ରାୟ ୧୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ହେଲେ ୨୦୧୩ରେ କମ୍ପାନୀ ଟଙ୍କା ଫେରସ୍ତ ନ କରି ଏହାର ସମସ୍ତ ଅଫିସକୁ ବନ୍ଦ କରିଦେଇଥିଲା। ଏପରିକି ସଂସ୍ଥାରେ କାମ କରୁଥିବା ସମସ୍ତ ଅଧିକାରୀ ମଧ୍ୟ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମେ କ୍ୟାପିଟାଲ ଥାନାରେ ୨୦୧୫ରେ ଅଭଯୋଗ ହେବା ପରେ ଏକ ମାମଲା (ନଂ.୨୩୫/୨୦୧୫) ରୁଜୁ ହୋଇଥିଲା। ପରେ ଠକେଇର ଶିକାର ଜମାକାରୀ ରମେଶ ଚନ୍ଦ୍ର ସାହୁ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଓଡବ୍ଲ୍ୟୁ ୨୦୧୮ରେ ମାମଲା (ନଂ.୧/୨୦୧୮) ରୁଜୁ କରି ତଦନ୍ତ କରିଥିଲା। ୯ ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଆଧାରରେ କୋର୍ଟ ରାୟ ଶୁଣାଇଥିବାବେଳେ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରୋସିକ୍ୟୁଟର ବିଶ୍ୱଜିତ୍‌ ମହାପାତ୍ର ଓ ଅତିରିକ୍ତ ପବ୍ଲିକ୍‌ ପ୍ରୋସିକ୍ୟୁଟର ଲଲାଟେନ୍ଦୁ ଦାସ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ବଡ଼ ନିଷ୍ପତ୍ତି, T20 ବିଶ୍ୱକପ୍ ଫାଇନାଲରେ ଖେଳିବେନି ଏହି ୪ ଖେଳାଳି

ନୂଆଦିଲ୍ଲୀ,୮।୩: ଟି-୨୦ ବିଶ୍ୱକପର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ପ୍ଲେଇଂ ଇଲେଭେନରେ କିଏ କିଏ ରହିବେ, ତାହା ଏବେ ବଡ଼…

ଵାଲଡ଼ା ନାଗେଶ୍ୱରୀ ପାହାଡ଼ରେ ଲୋକ ଅଧିକାର ଯାତ୍ରା ଦଳର ବୈଠକ, ଖଣି ଖନନ କରିବାକୁ ଦିଆଯିବନି…

ନନ୍ଦପୁର,୮।୩(ତୁଷାର କାନ୍ତ ମହାନ୍ତି): ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବାହାରିଥିବା ଲୋକ ଅଧିକାର ଯାତ୍ରା ଦଳ କୋରାପୁଟ ଜିଲା ନନ୍ଦପୁର…

ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେଲା କାଳ

ବଲାଙ୍ଗୀର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଡୁଡୁକାଶିରା ରୋଡ଼ ଏକ ବୁଲାଣିଆ ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri