ମୋହନଙ୍କ ଟ୍ବିିଟ ପଛର ରହସ୍ୟ, ଜଣାପଡିଲା ଫାଇଲ୍‌ର ସତ!

ଭୁବନେଶ୍ୱର,୧୩।୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ହାତରେ ସେ ଏକ ଧଳା ଫାଇଲ୍‌ ଧରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଫଟୋ ସହ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ତାଙ୍କର ଅତୁଟ ପ୍ରେରଣା ଓ ସମର୍ଥନ ପାଇଁ ଗଭୀର କୃତଜ୍ଞତା ଜଣାଉଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ।

ତେବେ ଏହା ପୂର୍ବରୁ ମଧ୍ୟ ଓଡ଼ିଶାର ଭାଜପା ସରକାରର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିଥିଲେ। ସେହି ସମୟରେ ମଧ୍ୟ ଭାଜପା କାର୍ଯ୍ୟାଳୟରେ ବଡ଼ ମିଟିଂ ହୋଇଥିଲା। କିନ୍ତୁ ମାସେ ନ ପୁରୁଣୁ ଦିଲ୍ଲୀ ଯାଇ ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଜନୀତିରେ ଚର୍ଚ୍ଚାକୁ ଉଷ୍ଣ କରୁଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ସାକ୍ଷାତକାରରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଓ ନିଗମ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ ଆଲୋଚନା ହୋଇଛି। ସେହି ସମୟରେ ଫଟୋରେ ମଧ୍ୟ ଦେଖାଯାଇଛି କି ମୋହନଙ୍କ ହାତରେ ଏକ ଏକ ଫାଇଲ ମଧ୍ୟ ଥିଲା।

ଭାଜପା ସରକାରକୁ ୧୩ ମାସ ପୂରିଛି । ଏବେ ବି ଅଧା ହୋଇ ପଡିଛି ମନ୍ତ୍ରୀମଣ୍ଡଳ । ସଭାପତି ଚୟନ ପରେ ଖାଲି ପଡିଥିବା ୬ଟି ମନ୍ତ୍ରୀ ପଦ ପୂରଣ ପାଇଁ କସରତ ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ ସଂକେତ ଦେବା ପରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ମୋହନ ମାଝୀ ଓ ମନମୋହନଙ୍କ ଦିଲ୍ଲୀ ଗସ୍ତ। କୁହାଯାଉଛି ଦିଲ୍ଲୀରେ ମନ୍ତ୍ରୀମଣ୍ଡଳର ଚୂଡାନ୍ତ ତାଲିକା ସରିଛି। ଖୁବଶୀଘ୍ର ଘୋଷଣା ହୋଇପାରେ ନାଁ । ଏହାକୁ ନେଇ ଆଶାୟୀ ବିଧାୟକ ଓ ନେତାଙ୍କ ଛାତି ଧଡଧଡ ହେଲାଣି।

ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା ଫାଇନାଲ!


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri