୨ ଥର ଆଲୋଚନା ପରେ ବି ତୁଟିପାରିଲାନି ଅମଲାଙ୍କ ସମସ୍ୟା

ଭୁବନେଶ୍ୱର,୮ା୬(ବ୍ୟୁରୋ): ତୁଟିପାରୁନି ରାଜ୍ୟସ୍ତରୀୟ ଅମଲା କର୍ମଚାରୀଙ୍କ ଦାବି ସମ୍ପର୍କିତ ସମସ୍ୟା। ୨ଥର ଆଲୋଚନା ପରେ ବି ଏ ପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରିପାରିନାହିଁ। ଗତ ୨ ତାରିଖରେ ଅମଲା ମଞ୍ଚର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରଥମ ବୈଠକ କରିଥିଲେ। ହେଲେ ସେଥିରେ କିଛି ସମାଧାନ ହୋଇପାରି ନ ଥିଲା। ପୁଣିଥରେ ବୁଧବାର ଲୋକସେବା ଭବନ ଠାରେ ଜେନା ଅମଲା ପ୍ରତିନିଧିମାନଙ୍କ ସହ ପୁନର୍ବାର ବୈଠକ କରିବା ସତ୍ତ୍ୱେ କିଛି ସମାଧାନ ବାହାରିିପାରି ନ ଥିବା ଜଣାପଡ଼ିଛି। ଆସନ୍ତା ଶୁକ୍ରବାର ଅମଲା ମଞ୍ଚର ଏକ ରାଜ୍ୟସ୍ତରୀୟ ବୈଠକ ବସିବାକୁ ଥିବାବେଳେ ସେଥିରେ ପୁଣି ଆନ୍ଦୋଳନ ଆଗକୁ ଜାରି ରଖିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ ସୂଚନା ଦେଇଛନ୍ତି। ସେପଟେ ମୁଖ୍ୟ ଶାସନ ସଚିବ କିନ୍ତୁ ଅମଲାମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ପରାମର୍ଶ ଦେଇଥିବା ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଗତ ୨ ତାରିଖରେ ଅମଲାମାନଙ୍କ ସହ ବୈଠକ ହୋଇଥିଲା। ସେଦିନ ସାରେ ବାହାନଗା ରେଳ ଦୁର୍ଘଟଣା ଖବର ଆସିବା କ୍ଷଣି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ସମସ୍ତେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭକରି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ହେଲେ ଅମଲାମାନେ କିନ୍ତୁ ସେଥିରେ ସହଯୋଗ କରିବା ପରିବର୍ତ୍ତେ ଆନ୍ଦୋଳନ ଜାରି ରଖିଲେ। ବୁଧବାର ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଅମଲା ମିଳିତ ମଞ୍ଚ ତରଫରୁ କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭେଲ-୪ରୁ ଲେଭେଲ-୯(୪୨୦୦)କୁ ବୃଦ୍ଧି ପାଇଁ ସେମାନେ ଦାବି ରଖିଛନ୍ତି। ସେଥିପ୍ରତି ସରକାର ସହୃଦୟତାର ସହିତ ବିଚାରକରି ନିଷ୍ପତ୍ତି ଜଣାଇବେ ବୋଲି ସଂଘର ସମସ୍ତ ମୁଖ୍ୟଙ୍କୁ ଜଣାଯାଇଥିଲା। ଏ ସମ୍ପର୍କରେ ଜିଲାସ୍ତରରେ କାର୍ଯ୍ୟରତ ଅମଲାଙ୍କୁ ବୁଝାଇ କାର୍ଯ୍ୟରେ ଯୋଗଦାନ କରିବାକୁ ମଧ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା। ହେଲେ ଅନୁରୋଧ ପରେ ମଧ୍ୟ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ସରକାର ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି ସାମାଜିକ ଓ ମୁଦ୍ରଣ ଗଣମାଧ୍ୟମରେ ମଧ୍ୟ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। ସରକାର ଜିଲାସ୍ତରୀୟ ଅମଲାମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ସବିଶେଷ ନିରୀକ୍ଷଣ ଓ ଅନୁଶୀଳନ କରାଯାଇ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଖୁବ୍‌ଶୀଘ୍ର ସେମାନଙ୍କ ଦାବି ଉପସ୍ଥାପନ କରାଯିବ। ଆସନ୍ତା ମାସକ ମଧ୍ୟରେ ଏ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଅତିରିକ୍ତ ଶାସନ ସଚିବ ଗଣେଶ ଚନ୍ଦ୍ର ପାତ୍ର ଏବଂ ଶଶାଙ୍କ ଶେଖର ଦାସ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନାରେ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ, ଆବାହକ ଚିତ୍ତରଞ୍ଜନ ତରାସିଆ, ଓଡ଼ିଶା ଅମଲା ସଂଘର ଅଧ୍ୟକ୍ଷ ହୃଦୟବିହାରୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri