୨ ଥର ଆଲୋଚନା ପରେ ବି ତୁଟିପାରିଲାନି ଅମଲାଙ୍କ ସମସ୍ୟା

ଭୁବନେଶ୍ୱର,୮ା୬(ବ୍ୟୁରୋ): ତୁଟିପାରୁନି ରାଜ୍ୟସ୍ତରୀୟ ଅମଲା କର୍ମଚାରୀଙ୍କ ଦାବି ସମ୍ପର୍କିତ ସମସ୍ୟା। ୨ଥର ଆଲୋଚନା ପରେ ବି ଏ ପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରିପାରିନାହିଁ। ଗତ ୨ ତାରିଖରେ ଅମଲା ମଞ୍ଚର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରଥମ ବୈଠକ କରିଥିଲେ। ହେଲେ ସେଥିରେ କିଛି ସମାଧାନ ହୋଇପାରି ନ ଥିଲା। ପୁଣିଥରେ ବୁଧବାର ଲୋକସେବା ଭବନ ଠାରେ ଜେନା ଅମଲା ପ୍ରତିନିଧିମାନଙ୍କ ସହ ପୁନର୍ବାର ବୈଠକ କରିବା ସତ୍ତ୍ୱେ କିଛି ସମାଧାନ ବାହାରିିପାରି ନ ଥିବା ଜଣାପଡ଼ିଛି। ଆସନ୍ତା ଶୁକ୍ରବାର ଅମଲା ମଞ୍ଚର ଏକ ରାଜ୍ୟସ୍ତରୀୟ ବୈଠକ ବସିବାକୁ ଥିବାବେଳେ ସେଥିରେ ପୁଣି ଆନ୍ଦୋଳନ ଆଗକୁ ଜାରି ରଖିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ ସୂଚନା ଦେଇଛନ୍ତି। ସେପଟେ ମୁଖ୍ୟ ଶାସନ ସଚିବ କିନ୍ତୁ ଅମଲାମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ପରାମର୍ଶ ଦେଇଥିବା ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଗତ ୨ ତାରିଖରେ ଅମଲାମାନଙ୍କ ସହ ବୈଠକ ହୋଇଥିଲା। ସେଦିନ ସାରେ ବାହାନଗା ରେଳ ଦୁର୍ଘଟଣା ଖବର ଆସିବା କ୍ଷଣି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ସମସ୍ତେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭକରି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ହେଲେ ଅମଲାମାନେ କିନ୍ତୁ ସେଥିରେ ସହଯୋଗ କରିବା ପରିବର୍ତ୍ତେ ଆନ୍ଦୋଳନ ଜାରି ରଖିଲେ। ବୁଧବାର ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଅମଲା ମିଳିତ ମଞ୍ଚ ତରଫରୁ କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭେଲ-୪ରୁ ଲେଭେଲ-୯(୪୨୦୦)କୁ ବୃଦ୍ଧି ପାଇଁ ସେମାନେ ଦାବି ରଖିଛନ୍ତି। ସେଥିପ୍ରତି ସରକାର ସହୃଦୟତାର ସହିତ ବିଚାରକରି ନିଷ୍ପତ୍ତି ଜଣାଇବେ ବୋଲି ସଂଘର ସମସ୍ତ ମୁଖ୍ୟଙ୍କୁ ଜଣାଯାଇଥିଲା। ଏ ସମ୍ପର୍କରେ ଜିଲାସ୍ତରରେ କାର୍ଯ୍ୟରତ ଅମଲାଙ୍କୁ ବୁଝାଇ କାର୍ଯ୍ୟରେ ଯୋଗଦାନ କରିବାକୁ ମଧ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା। ହେଲେ ଅନୁରୋଧ ପରେ ମଧ୍ୟ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ସରକାର ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି ସାମାଜିକ ଓ ମୁଦ୍ରଣ ଗଣମାଧ୍ୟମରେ ମଧ୍ୟ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। ସରକାର ଜିଲାସ୍ତରୀୟ ଅମଲାମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ସବିଶେଷ ନିରୀକ୍ଷଣ ଓ ଅନୁଶୀଳନ କରାଯାଇ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଖୁବ୍‌ଶୀଘ୍ର ସେମାନଙ୍କ ଦାବି ଉପସ୍ଥାପନ କରାଯିବ। ଆସନ୍ତା ମାସକ ମଧ୍ୟରେ ଏ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଅତିରିକ୍ତ ଶାସନ ସଚିବ ଗଣେଶ ଚନ୍ଦ୍ର ପାତ୍ର ଏବଂ ଶଶାଙ୍କ ଶେଖର ଦାସ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନାରେ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ, ଆବାହକ ଚିତ୍ତରଞ୍ଜନ ତରାସିଆ, ଓଡ଼ିଶା ଅମଲା ସଂଘର ଅଧ୍ୟକ୍ଷ ହୃଦୟବିହାରୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri