ଜୁନ ୨୫ରେ ବିଜେଡି ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ, ମହିଳା…

ଭୁବନେଶ୍ୱର,୨୩।୬: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ଛାତ୍ର ସଂଗଠନ ଆସନ୍ତା ଜୁନ ୨୫ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଏହି ଦଳର ଯୁବ ଓ ଛାତ୍ର ସଂଗଠନ ସୋମବାର ରାଜଧାନୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କ୍ଲାସ ବର୍ଜନ କରିବେ, କଳା ବ୍ୟାଜ ପିନ୍ଧିବେ ଏବଂ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବେ।

ବିଜେଡି ଯୁବ ନେତା ତଥା ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ଭାଜପା ସରକାର ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅତ୍ୟାଚାର ଘଟଣା ପ୍ରତି ନିରବ ଦର୍ଶକ ହୋଇ ରହିଛି। ସେମାନେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଅବନତି ପାଇଁ ଭାଜପା ସରକାରଙ୍କୁ ଦାୟୀ କରିଛନ୍ତି।

ବ୍ୟୋମକେଶ ରାୟ କହିଛନ୍ତି, “ଭାଜପା ରାଜ୍ୟରେ କ୍ଷମତାକୁ ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ନିରନ୍ତର ଖରାପ ହେଉଛି। ପ୍ରତିଦିନ ଖବରକାଗଜରେ ଯୁବତୀମାନଙ୍କୁ ହଇରାଣ କରାଯିବା, ଦୁଷ୍କର୍ମ, ଅପହରଣ କିମ୍ବା ହତ୍ୟାର ଖବର ପ୍ରକାଶ ପାଉଛି। ଗୋପାଳପୁରରେ ଏକ ଆଘାତଜନକ ଘଟଣାରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଥିଲା, ଯିଏକି ଗଛରେ ବନ୍ଧା ହୋଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା କେନ୍ଦୁଝରରେ ଏକ ଦୁଃଖଦ ଘଟଣା ଘଟିଛି। ହିସାବ ଅନୁଯାୟୀ, ଓଡ଼ିଶାରେ ପ୍ରତିଦିନ ପ୍ରାୟ ୧୫ ଜଣ ଝିଅ ଦୁଷ୍କର୍ମର ଶିକାର ହେଉଛନ୍ତି। ଏପରି ବଢୁଥିବା ଘଟଣା ମହିଳାଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି।”

ସେ ଆହୁରି କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ବେଦନାଦାୟକ ଯେ ରାଜ୍ୟ ସରକାର ଏହି ଖରାପ ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।”

ବିଜେଡି ବିଧାୟକମାନେ ମଧ୍ୟ ଓଡ଼ିଶାର କିଛି ଜିଲାରେ ସମ୍ପ୍ରତି ହେଉଥିବା କଲେରା ଓ ଝାଡ଼ାବାନ୍ତି ମହାମାରୀକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ଏହାକୁ ସରକାରୀ ବିଫଳତାର ଆଉ ଏକ ଉଦାହରଣ ଭାବେ ଉଲ୍ଲେଖ କରି ରାଜ୍ୟବାସୀଙ୍କୁ ଏହି ପ୍ରତିବାଦରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ରାଜ୍ୟ ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri